କାହିଁକି ମୁମ୍ବାଇ ଛାଡ଼ିଦେବେ ଏହି ୩ ଖେଳାଳି …
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ସିଜନର ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଏକ ନିଷ୍ପତ୍ତି ନେଇଛି ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗତ ୨ ସିଜିନ୍ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଦଳରେ ଥିଲେ ଏବଂ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିଲେ, କିନ୍ତୁ ଖେଳାଳି ଟ୍ରଡିଂ ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ୧୫ କୋଟି ଟଙ୍କାରେ ଗୁଜୁରାଟରୁ ନିଜ ଦଳରେ ସାମିଲ କରିଥିଲା। ଏଥିସହିତ ତାଙ୍କୁ ଅଧିନାୟକ ଦାୟିତ୍ୱ ମିଳିବା ପରେଲ ମୁମ୍ବାଇ ଦଳରେ ଫାଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ମୁମ୍ବାଇ ଇଣ୍ଡିଆନ ହାର୍ଦ୍ଧିକଙ୍କୁ ଦଳର ଅଧିନାୟକ ଘୋଷଣା କରିବାର କିଛି ଘଣ୍ଚା ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ଭଙ୍ଗା ହୃଦୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଦର୍ଶାଉଛି ଯେ ସେ ଏହି ନିଷ୍ପତିରେ ଖୁସି ନାହାଁନ୍ତି । ସେହିପରି କିଛି ଦିନ ପୂର୍ବରୁ ସଜପ୍ରିତ ବୁମରା ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଅସନୁଷ୍ଚି ବ୍ୟକ୍ତ କରିଥିଲେ । ତେବେ ଏପରି କ୍ଷତ୍ରରେ ଆଇପିଏଲ ନିଲାମି ପରେ ପୁଣି ଟେଡିଂ ବିକଳ୍ପ ଖୋଲିବ । ତେବେ ଯଦି ଏମିତି ହୁଏ ଏହି ଦୁଇ ଖେଳାଳିଙ୍କ ସହ ପୂର୍ବତନ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ପକ୍ଷରୁ ଆଉ ନଖେଳିବାର ଆଶା କରାଯାଉଛି ।