ଟମାଟୋ ଦର କାହିଁଙ୍କି ୧୦୦ ଜାଣନ୍ତୁ ,,,,,,

ନୂଆଦିଲ୍ଲୀ: କିଛି ଦିନ ଭିତରେ ହଠାତ୍‌ ଟମାଟୋ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। କେଜି ପିଛା ୨୫-୩୦ ଟଙ୍କାରେ ମିଳୁଥିବା ବେଳେ ଟମାଟୋ ଏବେ କେତେକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ହାରାହାରି ଭାବେ ବିଭିନ୍ନ ସ୍ଥାନରେ ଏହାର ଦାମ୍ ୬୫-୭୦ ଟଙ୍କା ରହିଛି। ଉତ୍ପାଦନ ହ୍ରାସ ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା କୁହାଯାଉଛି। ସପ୍ତାହକ ଭିତରେ ଟମାଟୋ ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି। ମେ’ରେ ଚାଷୀମାନେ କିଲୋ ପିଛା ୩-୫ ଟଙ୍କା ଦରରେ ଟମାଟୋ ବିକିଥିଲେ। ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହେବା ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ କୁହାଯାଉଛି। ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସ ପାଇଛି। ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ନିକଟରେ ହୋଇଥିବା ବର୍ଷାରେ ନଷ୍ଟ ହୋଇଯାଇଛି। ଯଦି ଟମାଟୋ ଚାଷ ହେଉଥିବା ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିବ ତେବେ ଆଉ କିଛି ଦିନ ପର୍ଯ୍ୟନ୍ତ ଟମାଟୋ କିଣିବା ଲାଗି ପକେଟ୍‌ରୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ବର୍ଷା ପ୍ରଭାବରେ କେବଳ ଟମାଟୋ ନୁହେଁ ବହୁ ପନିପରିବା ଦାମ୍ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *