National Sports Day 2024; କାହିଁକି ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ?

ଭୁବନେଶ୍ଵର; ୨୦୧୨ ଠାରୁ, ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ | ବାସ୍ତବରେ, ଏହି ଦିନ କିମ୍ବଦନ୍ତୀ ଖେଳାଳି ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକ ଭାବେ ମଧ୍ୟ ପାଳନ କରାଯାଏ| ମେଜର ଧ୍ୟାନ ଚାନ୍ଦଙ୍କୁ ‘ମ୍ୟାଜିକ୍ ଅଫ୍ ହକି’ କୁହାଯାଏ। ତାଙ୍କର ୨୨ ବର୍ଷର କ୍ୟାରିୟରରେ ୪୦୦ ରୁ ଅଧିକ ଗୋଲ୍ ସ୍କୋର କରିଥିବା ମହାନ ଖେଳାଳିଙ୍କୁ ମନେ ରଖିବା ପାଇଁ ଭାରତ ସରକାର ୨୦୧୨ ରୁ ତାଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ୧୯୫୬ ମସିହାରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା |
ଏହି ଦିନ ମହାନ ହକି ଖେଳାଳି ମେଜର ଧିଆନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ, ସେ ୧୯୦୫ ମସିହାରେ ଆହ୍ଲାବାଦର ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ କଥା ଅନୁସରଣ କରି ଧାନ ଚାନ୍ଦ ସେନାରେ ଯୋଗ ଦେଇ ସେଠାରେ ହକି ଖେଳିବା ଆରମ୍ଭ କରିଥିଲେ। ଆମେ ଆପଣଙ୍କୁ କହିରଖୁଛୁ , ହକିର ଯାଦୁଗର ଦେଶକୁ ଅନେକ ପୁରସ୍କାର ଆଣିଥିଲେ | ୧୯୨୮, ୧୯୩୨ ଏବଂ ୧୯୩୬ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲେ ଧ୍ୟାନ ଚାନ୍ଦ | ସେ ତାଙ୍କର ୨୨ ବର୍ଷ କ୍ୟାରିୟରରେ ୪୦୦ ରୁ ଅଧିକ ଗୋଲ ସ୍କୋର କରିଥିଲେ। ୧୯୩୬ ବର୍ଲିନ୍ ଅଲିମ୍ପିକ୍ସ ଫାଇନାଲରେ ଧ୍ୟାନ ଚାନ୍ଦ ତିନିଟି ଗୋଲ୍ ମାରି ଜର୍ମାନୀ ବିପକ୍ଷରେ ଭଲ ପ୍ରଦର୍ଶନ କରି ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । |ମେଜର ଧ୍ୟାନ ଚାନ୍ଦ ଅବସର ନେବା ପରେ ମଧ୍ୟ ସେ ଖେଳରେ ଅବଦାନ ଜାରି ରଖିଥିଲେ | ପଟିଆଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସରେ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବା ସହ ରାଜସ୍ଥାନର ଅନେକ କୋଚିଂ କ୍ୟାମ୍ପରେ ଶିକ୍ଷାଦାନ କରିଥିଲେ।
ଖେଳ ଜଗତରେ ଉତ୍କର୍ଷତା ଆଣିଥିବା କ୍ରୀଡ଼ାବିତ ମାନଙ୍କୁ ଜାତୀୟ କ୍ରୀଡ଼ୀ ଦିବସରେ ପ୍ରତିବର୍ଷ ଭାରତର ରାଷ୍ଟ୍ରପତି ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ରାଜୀବ ଗାନ୍ଧୀ ଖେଲ ରତ୍ନା ପୁରସ୍କାର ଭଳି ସମସ୍ତ କ୍ରୀଡ଼ା ସମ୍ବନ୍ଧୀୟ ପୁରସ୍କାର ପ୍ରଦାନ କରିଥାନ୍ତି |