ଏନ ସି ଆର ଟି ପାସିଭ, ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ତିନିଦିନିଆ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏନ ସି ଆର ଟି ପାସିଭ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ତିନିଦିନିଆ ବୁଟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୦ ଜୁଲାଇ ରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ Rajdhani Higher Secondary School , ୟୁନିଟ ୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ୟୁନିଟ ୯ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଆଇ.ଆର.ସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଏହି ବୁଟ କ୍ୟାମ୍ପ ୱାର୍ଡ ସ୍କିଲ ସେଣ୍ଟର ରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ କର୍ମଶାଳା ରେ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରତିଯୋଗିତା ସହ କିଛି ନୂତନ କାର୍ଯ୍ୟ କରିବାକୁ ସୁଯୋଗ ପ୍ରଦାନ କରାଯାଇଥିଲା । ଯାହା ସେମାନଙ୍କୁ ଉତ୍ସାହିତ କରିଥିଲା । କାର୍ଯ୍ୟକ୍ରମ ର ଶେଷରେ ସେମାନଙ୍କୁ ମେଡାଲ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ Skill Development & Technical Education Department ର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ପିନାକୀ ପଟ୍ଟନାୟକ, ୱାର୍ଡ ସ୍କିଲ ସେଣ୍ଟର ର ଅଧ୍ୟକ୍ଷ ଥଂବେ ରାଜଃ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଶେଷ ଦିନ ସାର୍ଟିଫିକେଟ ବିତରଣ କରିଥିଲେ । ତିନିଦିନିଆ ବୁଟ କ୍ୟାମ୍ପ କୁ ସୁଚାରୁ ରୁପେ ପରିଚାଳନାର ଶ୍ରେୟ ୱାର୍ଡ ସ୍କିଲ ସେଣ୍ଟର ର ଷ୍ଟାଫ କପାବିଲିଟି ମ୍ୟାନେଜର ପ୍ରଜ୍ଞା ପଣ୍ଡା , ପ୍ରଶିକ୍ଷକ ଶାନ୍ତନୁ ମିଶ୍ର ଓ ଡ଼ କୈବଲ୍ୟ ସେଠି ସହ ପାସିଭ ଦାୟିତ୍ୱ ରେ ଥିବା ଶ୍ରୀ ପ୍ରକାଶ ରାଉତ ଙ୍କ ପରିଶ୍ରମ ଅତୁଳନୀୟ ।

Leave a Reply

Your email address will not be published. Required fields are marked *