ଦୈନିକ ୮ କୋଟି ଖର୍ଚ୍ଚ କଲେ ବି ୬୦୦ ବର୍ଷ ଯାଏ ସରିବନି ଏହି ମାନଙ୍କ ସମ୍ପତ୍ତି..

ଗତକିଛି ସମୟ ଧରି ବିଶ୍ବର ସର୍ବଶ୍ରେଷ୍ଠ ପାଞ୍ଚ ଧନୀ ବ୍ୟକ୍ତିଙ୍କ ସମ୍ଫତ୍ତିରେ ବୃଦ୍ଧି ଘଟିବାରେ ଦେଖାଦେଇଛି । ଏଥିପାଇଁ ଧନୀ ଏବଂ ଗରିବଙ୍କ ମଧ୍ୟରେ ଅନ୍ତର ବଢିବାରେ ଲାଗିଛି । ନିକଟରେ ଅକ୍ସଫାମ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଦାବି କରିଛି ଯେ, ସବୁଠାରୁ ଧନୀ ଲୋକଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥିବା ବେଳେ ପ୍ରାୟ ପାଞ୍ଚ ବିଲିୟନ ଲୋକ ଏବେବି ଦାରିଦ୍ର ସୀମାରେଖାରେ ରହିଛନ୍ତି । ଏଥିସହ ଦୁନିଆରେ ଗରିବ ଏବଂ ଧନୀଙ୍କ ମଧ୍ୟରେ ଅସମାନତା ଦେଖିବାକୁ ମିଳିଛି । ଅକ୍ସଫାମ ଇଣ୍ଟରନ୍ୟାସନାଲ୍ର ତଥ୍ୟ ଅନୁଯାୟୀ ୨୦୨୦ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ପାଞ୍ଚ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଏଲୋନ୍ ମସ୍କ, ବର୍ନାର୍ଡ ଆର୍ନାଲ୍ଟ୍, ଜେଫ୍ ବେଜୋସ୍, ଲ୍ୟାରି ଏଲିସନ ଏବଂ ମାର୍କ ଜୁକରବର୍ଗଙ୍କ ପ୍ରତି ଘଣ୍ଟା ୧୪ ମିଲିୟନ ଡଲାର ଅର୍ଥାତ୍ ୧୧୬ କୋଟି ଟଙ୍କା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହି ସମସ୍ତ ବିଲିୟନେୟାରଙ୍କ ସମ୍ପତ୍ତି ୮୬୯ ବିଲିୟନ ଡଲାର ଅତିକ୍ରମ କରିଛି।ସମସ୍ତ ବିଲିୟନେୟାରଙ୍କ ସମ୍ପତ୍ତି ତଥ୍ୟ ଏକାଠି କରି ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଯଦି ଏଲୋନ୍ ମସ୍କ ପ୍ରତିଦିନ ୧ ମିଲିୟନ୍ ଡଲାର୍ ଅର୍ଥାତ୍ ୮ କୋଟି ଟଙ୍କା ଖର୍ଚ୍ଚ କରନ୍ତି, ତା’ହେଲେ ତାଙ୍କ ସମ୍ପତ୍ତିକୁ ଶେଷ କରିବାକୁ ୬୭୩ ବର୍ଷ ଲାଗିବ। ଯେତେବେଳେ କି ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏହା କରିବାକୁ ୪୫୦ ବର୍ଷରୁ ଅଧିକ ସମୟ ନେବେ । ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱ ୧୦୦୦ ବିଲିୟନ ଡଲାର ମୂଲ୍ୟର ପ୍ରଥମ ମାଲିକ ପାଇବ।
ଏହି ରିପୋର୍ଟ ମୁଖ୍ୟତ ବିଶ୍ବରର ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଏବଂ ଏହି ପ୍ରସଙ୍ଗରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସରାକାରଙ୍କ ଦ୍ବାର ଘରୋଇ କ୍ଷେତ୍ରକୁ ଭଲ ଭାବରେ ନିୟନ୍ତ୍ରଣ କରିବା ଆବଶ୍ୟକ। ଭବିଷ୍ୟତରେ ଗରିବ ଏବଂ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏହା ସାହାଯ୍ୟ କରିବ ।