୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ହାରିଛି ସତ, କିନ୍ତୁ ଦେଶକୁ ମିଳିଛି କୋଟି କୋଟି ଟଙ୍କାର ଲାଭ…

ODI world cup 2023: ୨୦୨୩ ଦିନିକିଆ ବିଶ୍ବକପ ଭାରତ ମାଟିରେ ଖେଳାଯାଇଥିଲା ।   ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରଲିଆ ଠାରୁ ୬ ୱିକେଟରେ ହାରିଯାଇଥିଲା । ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଯାହାଦ୍ବାରା ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା । ଯଦିଓ ଟିମ ଇଣ୍ଡିଆ ବିଶ୍ବକପ ହାରିଛି କିନ୍ତୁ ଦିନିକିଆ ବିଶ୍ବକପରେ ଭାରତକୁ ଲାଭ ହିଁ ଲାଭ ମିଳିଛି ।ବୁଧବାର ଆଇସିସି ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ ଭାରତରେ ଆୟୋଜିତ ଦିନିକିଆ ବିଶ୍ବକପରେ ଭାରତକୁ  ୧.୩୯ ବିଲିୟନ ଆମେରୀକିୟ ଡଲାର ରୋଜଗାର ଦେବାରେ ସାହାର୍ଯ୍ୟ କରିଛି । ଅଧିକ ଲାଭ ପର୍ଯ୍ୟଟନ କ୍ଷତ୍ରରେ ହୋଇଛି ବୋଲି ଜଣାପଡ଼ିଛି ।

ଦିନିକିଆ  ବିଶ୍ୱକପ୍ ୫ ଅକ୍ଟୋବରରୁ ୧୯ ନଭେମ୍ବର  ମଧ୍ୟରେ ଭାରତର ୧୦ ଟି ସହରରେ ଖେଳାଯାଇଥିଲା | ଏଥିମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେ ଭଳି ସହର ରହିଥିଲା । ଆଇସିସି ରିପୋର୍ଟରେ କୁହାଯାଇଛି ଯେ ୨୦୨୩ ଦିନିକିଆ ବିଶ୍ୱକପ ସବୁଠୁ ବଡ଼ କ୍ରିକେଟ୍ ବିଶ୍ୱକପ୍ ଥିଲା | ଯାହା ବିକାଶରେ ସହାୟକ ହୋଇଥିଲା ଏବଂ ଭାରତର ଅର୍ଥନୀତି ବିକାଶ  ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି  |

ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓ ଆଲାର୍ଡିସ ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ମିଳିଥିବା ଲାଭ ବିଷୟରେ ପ୍ରକାଶ କରି କହିଛନ୍ତି ଯେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ କ୍ରିକେଟ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଶକ୍ତି ପ୍ରଦର୍ଶନ କରିଛି, ଯାହା ଭାରତକୁ ୧.୩୯ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୧୧,୬୩୭ ଟଙ୍କା ) ରୋଜଗାର କରାଇବାରେ ସାହାଯ୍ୟ କରିଛି।
ଯେପର୍ଯ୍ୟନ୍ତ ଭାରତରେ ବିଶ୍ୱକପ୍ ଖେଳାଯାଉଥିଲା, ପ୍ରଶଂସକମାନେ ନିଜ ନିଜ ଦଳକୁ ସମର୍ଥନ କରିବା ପାଇଁ ବହୁ ଦୂରରୁ ଆସିଥିଲେ। ଏହି ଅବଧି ମଧ୍ୟରେ, ହୋଟେଲ, ଯାତ୍ରା, ପରିବହନ ଏବଂ ରହିବା ପାଇଁ ଲୋକମାନେ ବହୁତ ଖର୍ଚ୍ଚ କରିଥିଲେ। ବିଶ୍ୱକପ୍ ମ୍ୟାଚ୍ ଖେଳାଯାଉଥିବା ପ୍ରତ୍ୟେକ ସହରରେ ଦର୍ଶକଙ୍କ ସମାବେଶ ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *