ଆସନ୍ତା ବିଶ୍ୱକପରେ ଏହି ୪ ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ରହିବ ସାରା ବିଶ୍ୱର ନଜର

ମୁମ୍ବାଇ : ଚଳିତ ବିଶ୍ୱକପ ଭରତରେ ଅକ୍ଟୋବର ୫ରେ ଆରମ୍ଭ ହୋଇ ନଭେମ୍ବର ୧୯ରେ ଶେଷ ହେବ । ଯେହେତୁ ଏଥର ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ତେବେ ପ୍ରଶଂସକ ମାନଙ୍କୁ ଏଥର ଛକ୍କା ଚଉକା ବେଶି ଦେଖିବାକୁ ମିଳିବାର ଅଧିକ ସମ୍ଭାବନା ରହିଛି । ଏହି ବିଶ୍ୱକପରେ ଏମିତି ଚାରି ଜଣ ଖେଳାଳି ରହିବେ ଯାହାଙ୍କୁ ରୋକିବା ବୋଲରଙ୍କ ପକ୍ଷରେ କଷ୍ଟକର ହେବ । ତେବେ ଆସନ୍ତୁ ନଜର ପକାଇବା ସେହି ୪ଜଣ ବିଷ୍ପୋଟକ ବ୍ୟାଟରଙ୍କ ଉପରେ ।

ଶୁଭମନ୍ ଗିଲ୍
ଭାରତରେ କିକ୍ରେଟ ବିଶ୍ୱକପ୍ ହେଉଛି । ତେଣୁ ଭାରତ ଅନ୍ୟତମ୍ ଟାଇଟଲ ଫେଭରାଇଟ୍ । ନୂଆ ଓ ପୁରୁଣା ଖେଳାଳିଙ୍କ ମଧ୍ୟରେ ଶୁଭମନ୍ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ ଆଇପିଏଲ୍ ୨୦୨୩ରେ ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ସର୍ବାଧିକ ୮୦୦ ରୁ ଅଧିକ ରନ୍ ସହିତ କମଳା କ୍ୟାପ୍ ବିଜେତା ହୋଇଥିଲେ | ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଗିଲଙ୍କ ସ୍ଥାନ ବିଶ୍ୱକପରେ ପକ୍କା କରିବ। ତାଙ୍କର ସ୍ପିନ୍ ଓ ପେଶ୍ ଖେଳିବାର କ୍ଷମତା ତାଙ୍କୁ ଏହି ବିଶ୍ୱକପରେ ସହାୟକ ହେବ । ଯାହା ଅନ୍ୟ ଦେଶର ଖେଳାଳୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ସେ ଏବେ ଯେଉଁ ଭଳି ଫର୍ମରେ ଅଛନ୍ତି ତାଙ୍କୁ ବୋଲର ମୁକାବିଲା କରିବା କଷ୍ଟସାଧ୍ୟ।
ଟମ୍ ଲାଦମ୍
ନ୍ୟୁଜିଲ୍ୟାଣ୍ଡର ନିୟମିତ ଅଧିନାୟକ କେନ୍ ୱିଲୟମସନଙ୍କ ଆଘାତ କାରଣରୁ ଏଥର ବିଶ୍ୱକପରେ ଟମ୍ ଲାଦମ୍ ଙ୍କ ଉପରେ ଦଳ ଭରସା କରିବ । ଲାଦମ ତାଙ୍କ ଶାନ୍ତ ଶୋଭାବ ପାଇଁ ବେଶ୍ ଜଣାଶୁଣା ଯାହା ତାଙ୍କୁ ଏହି ଦିନିକିଆ ବିଶ୍ୱକପରେ ନିଜକୁ ଶାନ୍ତ ରଖି ଚାପ ସମୟରେ ଭାଗିଦାରି ବନେଇବାରେ ସହାୟକ ହେବ । ତାଙ୍କର ନେତୃତ୍ୱ ନେବାର ଗୁଣ ତାଙ୍କୁ ଏହି ବିଶ୍ୱକପରେ ଚର୍ଚ୍ଚରେ ରଖିବ ବୋଲି ଆଶା କରାଯାଉଛି ।

ଡେଭିଡ ମିଲର
୨୦୨୩ ବିଶ୍ବକପରେ ଆଉ ଜଣେ ଖେଳାଳି ଏମିତି ଯିଏ ଏଥର ଦକ୍ଷିଣ-ଆଫ୍ରିକାକୁ ବିଶ୍ବକପ୍ ଜିତାଇ ପାରନ୍ତି । ଡେଭିଡ ମିଲରଙ୍କ ସ୍ପିନ ଖେଳିବା କୌଶଳ ଏଥର ବିଶ୍ବକପରେ ଦକ୍ଷିଣ ଆଫ୍ରିକା ପାଇଁ ସେ ବରଦାନ ରୂପରେ କାମ କରିପାରେ । ମଧ୍ୟମ ଭାଗରେ ବ୍ୟାଟିଂ ପାଇଁ ଆସୁଥିବା ଏହି ଖେଳାଳି ଜଣଙ୍କ ଲମ୍ବା ଲମ୍ବା ଛକ୍କା ମାରି ବିପକ୍ଷ ଦଳ ହାତରୁ ମ୍ୟାଚ୍ ଛଡେଇ ଆଣିବାରେ ସିଦ୍ଧହସ୍ତ । ତେବେ ଚଳିତ ବିଶ୍ବକପରେ ଖେଳର ପରିସ୍ଥିତିକୁ ବୁଝି ସର୍ଟ ଖେଳିବା କୌଶଳ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିବ ।

ବିରାଟ କୋହଲି
ଭାରତୀୟ ପୂର୍ବତନ ଅଧିନାୟକ, ବିରାଟ କୋହଲି ଯିଏ ପୁଣିଥରେ ନିଜର ଫର୍ମ ଫେରି ପାଇଛନ୍ତି। କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ନିଜ ସ୍ଥିତିକୁ ବଜାଇ ରଖିବା ପାଇଁ ବିଶ୍ୱକପଠୁ ଭଲ ମଞ୍ଚ ଆଉ ହୋଇନପାରେ| ନିଜର ଷ୍ଟ୍ରୋକପ୍ଲେ, ନିରନ୍ତର ବଡ଼ ସ୍କୋର ପାଇଁ ଭୋକ ରଖୁଥିବା ଖେଳାଳି ଏଥର ବିଶ୍ୱକପରେ ଭରତୀୟ ଦଳ ପାଇଁ ସଂଜୀବନୀ ଭାବେ କାମ କରିବେ। ଚାପ ପରିସ୍ଥିତି ଏବଂ ଘରୋଇ ପଡ଼ିଆରେ ଖେଳିବାର ଅଭିଜ୍ଞତା ତାଙ୍କୁ ଦଳ ପାଇଁ ମ୍ୟାଚ୍ ଜିତେଇବାରେ ବଡ଼ ଭୂମିକା ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *