ବିଶ୍ବକପ୍ କାର୍ଯ୍ୟସୂଚୀରେ ହେବ ପରିବର୍ତ୍ତନ : ପଡିଆରେ ଦର୍ଶକଙ୍କୁ ମାଗଣାରେ ମିଳିବ ଏହି ଜିନିଷ ….
ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନିଶ୍ଟିତ କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କରିଛନ୍ତି। ଶାହା କହିଛନ୍ତି ଯେ ଦିନିକିଆ ବିଶ୍ୱକପରେ ସାମିଲ ଥିବା ତିନି ଦେଶର ଆଇସିସି ସଦସ୍ୟ ବିଶ୍ୱକପର କାର୍ଯ୍ୟସୂଚୀରେ ସନ୍ତୁଷ୍ଟ ନାହାନ୍ତି । ଏହି କାରଣରୁ, ଏଥିରେ ପରିବର୍ତ୍ତନ କରାଯିବ | ଜୟ ଶାହାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଅହମଦାବାଦରେ 15 ତାରିଖରେ ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚର ତାରିଖ ପରିବର୍ତ୍ତନ କରାଯିବ । ତେବେ ଗତ ମଙ୍ଗଳବାର ଦିନ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ନବରାତ୍ରୀ ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖରେ ପରିବର୍ତ୍ତନ ହୋଇପାରେ ଏବଂ ଏହି ମ୍ୟାଚ ଅକ୍ଟୋବର 15 ପରିବର୍ତ୍ତେ ଅକ୍ଟୋବର 14 ରେ ଅନୁଷ୍ଠିତ ହୋଇପାରେ। ଠିକ୍ ତାର ଗୋଟିଏ ଦିନ ପରେ ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି ଯେ ବିଶ୍ୱକପ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆସିବ।ଶାହାଙ୍କ କହିବାନୁସାରେ, ତିନି ସଦସ୍ୟ ରାଷ୍ଟ୍ର ଗୁରୁବାର ଦିନ ବିଶ୍ୱକପ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଚିଠି ଲେଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଚଳିତ ଦିନିକିଆ ବିଶ୍ବକପରେ ପଡ଼ିଆରେ ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ମାଗଣାରେ ପିଇବା ପାଣିର ବ୍ୟହସ୍ତା ଉପରେ କାମ ଚାଲିଛି । ସେହିପରି ଯଦି କାର୍ଯ୍ୟସୂଚାରେ ପରିବର୍ତ୍ତନ ଆସେ ତେବେ ଏଥିରେ ସମୟ ଓ ତାରିଖ ବଦଳାଇ ଦିଆଯିବ । କିନ୍ତୁ ସ୍ଥାନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।