ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୩୨୭/୩, ଟ୍ରାଭିସ ହେଡଙ୍କ ଅପରାଜିତ ଶତକ

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚର ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୩ ଓ୍ବିକେଟରେ ୩୨୭ ରନ ସଂଗ୍ରହ କରିଛି । ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଥିଲା ଟ୍ରାଭିସ ହେଡଙ୍କ ବିସ୍ଫୋରକ ୧୪୬ରନ ଓ ଷ୍ଟିଭେନ ସ୍ମିଥଙ୍କ ୯୫ରନର ଅପରାଜିତ ପାରି।ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ଉସମାନ ଖ୍ବାଜାଙ୍କ ଓ୍ବିକେଟ ହରାଇଥିଲା । ପରେ ଡେଭିଡ ଓ୍ବାର୍ନର ୪୩ ଓ ମାର୍ନସ ଲାବୁସଚାନ ୨୬ରନ କରି ଆଉଟ ହୋଇଥିଲେ । ତେବେ ସ୍ମିଥ ଓ ହେଡଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀ ଅଷ୍ଟ୍ରେଲିଆକୁ ଏକ ବଡ଼ ଲକ୍ଷ ଆଡ଼କୁ ଅଗ୍ରସର କରୁଛି । ଭାରତ ପକ୍ଷରୁ ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ନେବାରେ ସଫଳ ହୋଇଛନ୍ତି। ସେହିପରି ଆଜି ଖେଳର ଆରମ୍ଭରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ କାନ୍ଧରେ କଳା ପଟି ଲଗେଇ ପଡିଆକୁ ଓହ୍ଲାଇ ଥିଲେ।