ୱାଇ.ବି ଖୁରାନିଆ ଓଡ଼ିଶାର ନୂଆ ଡିଜିପି…

ଭୁବନେଶ୍ୱର: ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ । ଖୁରାନିଆଙ୍କ ନିଯୁକ୍ତି ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ନିକଟରେ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ।
୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।