କଂଗ୍ରେସରେ ବିଲୟ ହେବ ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟି

ହାଇଦ୍ରାବାଦ : ରାଜନୀତିରେ କେତେବେଳେ କଣ ହେବ, ତାହା ସବୁ ସମୟରେ ପୂର୍ବାନୁମାନ କରି ହୁଏ ନାହିଁ। ସେଥିପାଇଁ ରାଜନୀତିକୁ ଶତ ସମ୍ଭାବନାର ତୀର୍ଥ କ୍ଷେତ୍ର ବୋଲି କୁହାଯାଏ। ଆଗାମୀ ଦିନରେ ଦାକ୍ଷିଣତ୍ୟ ରାଜନୀତିରେ କେତେକ ହଟଚମଟ ଦେଖିବାକୁ ମିଳିବ। ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର ରାଜଶେଖର ରେଡ୍ଡିଙ୍କ ଝିଅ ଓ୍ୱାଇଏସ୍ ଶର୍ମିଲା ନିଜର ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ବିଲୟ କରିବାକୁ ଯାଉଛନ୍ତି। ଏକଥା ଆର୍ଶ୍ଚଯ୍ୟ ଲାଗୁଥିଲେ ବି ସତ ହେବାକୁ ଯାଉଛି। ଏଥିପାଇଁ ପ୍ରାଥମିକ କଥାବାର୍ତ୍ତା ସରିଯାଇଛି। ଏଆଇସିସି ଏବଂ ତେଲେଙ୍ଗାନା କଂଗ୍ରେସ ମଧ୍ୟ ସମ୍ମତି ପ୍ରକାଶ କରିଛି। ତେଣୁ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଯେ କୌଣସି ମୁହୂର୍ତ୍ତରେ କଂଗ୍ରେସ ସହ ଓ୍ୱାଇଏସଆର ତେଲେଙ୍ଗାନାର ସମ୍ମିଶ୍ରଣ ହେବାକୁ ଯାଉଛି।

ନିକଟରେ ଓଡ଼ିଶା ପତ୍ରିକାକୁ ଏହି ବିଶେଷ ସୂଚନା ପ୍ରଦାନ କରିଛନ୍ତି କଂଗ୍ରେସ ନେତା ଅରୋ ପ୍ରସାଦ ମିଶ୍ର। ଶ୍ରୀ ମିଶ୍ର କୁହନ୍ତି ଯେ, ଓ୍ୱାଇ ଏସ ଆର ପରିବାର କଂଗ୍ରେସର ପୁରୁଣା ସଦସ୍ୟ। ୨୦୦୪ରେ ୟୁପିଏ ସରକାର ହେବାରେ ରାଜଶେଖର ରେଡ୍ଡିଙ୍କ ଯୋଗଦାନ ଅତୁଳନୀୟ।ତେଣୁ ଶର୍ମିଳା କଂଗ୍ରେସ ଫେରିବା ଦ୍ୱାରା ନିଜ ଘରକୁ ଫେରିବା ଭଳି ହେବ। ଏହା ତେଲେଙ୍ଗାନାର ରାଜନୀତି ପାଇଁ ମଧ୍ୟ ଶୁଭଙ୍କର ସାବ୍ୟସ୍ତ ହେବ। ସେହିପରି କର୍ନାଟକ ଭଳି ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଅରୋ ପ୍ରସାଦ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *