ଆଜି ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିବ ଭାରତ,ଭବିଷ୍ୟତ ଖୋଜରେ ପଡିଆକୁ ଓହ୍ଲାଇବ ନୂଆ ଭାରତୀୟ ଦଳ

ଭାରତୀୟ ଦଳ ଟି 20 ବିଶ୍ଵକପ ଜିତି ସାରିବା ପରେ ଜିମ୍ବାୱେ ବୁରୁଦ୍ଧରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍ ଗିଲ୍ଙ୍କର ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଥିବାରୁ ଏହି ତିନି ଜଣଙ୍କ ସ୍ଥାନରେ ଯୁବ ଖେଳାଳିଙ୍କ ପାଇଁ ବଡ ସୁଯୋଗ ରହିଛି । ଦଳରେ ଶୁବମନ୍ ଗିଲଙ୍କ ସହ ବ୍ୟାଟିଂ ବିଭଗରେ ଯଶସ୍ୱୀ ଜୟସୱାଲ, ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାର୍ଡ, ସାଇ ସୁଦର୍ଶନ, ରିଙ୍କୁ ସିଂହ ଓ ଜିତେଶ ଶର୍ମା ପ୍ରମୁଖ ରହିଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ଯଶସ୍ୱୀ ଜୟସୱାଲ , ସାମସନ ଓ ଦୁବେ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସାଇ.ସୁଦର୍ଶନ , ଜିତେସ ଶର୍ମା ଓ ହର୍ଷିତ ରାଣାଙ୍କୁ ସୁଯୋଗ ଦିଆଯାଇଛି । ତେବେ ରୋହିତ, କୋହଲି ଟି୨୦ ରୁ ଅବସର ନେବା ପରେ ତାଙ୍କ ସ୍ଥାନ କିଏ ପୂରଣ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ।ପୂର୍ବରୁ ଜାଡେଜାଙ୍କ ବିକଳ୍ପ ଭାବେ ଅକ୍ଷର ପଟେଲ ଉଭା ହୋଇଥିବା ବେଳେ । ଏହି ଶୃଙ୍ଖଳା ପରେ ଭାରତୀୟ ଦଳ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିକଳ୍ପ ଖୋଜି ପାଇବ ବୋଲି କ୍ରିକେଟ ପଣ୍ଡିତ ମାନେ ଆକଳନ କରୁଛନ୍ତି ।