ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚରେ ଡେବ୍ୟୁ କରିପାରନ୍ତି ଏହି ଦୁଇ ଭାରତୀୟ ଖେଳାଳି

ଡର୍ବାନ: ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍  ଆଜି ଖେଳାଯିବ | ଏହି ମ୍ୟାଚ୍ ଡର୍ବାନର କିଙ୍ଗସ୍ମିଡ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ | ମ୍ୟାଚ୍ ଭାରତୀୟ ସମୟ ରାତି ୮.୩୦ ରୁ ଖେଳାଯିବ | ତାର ୩୦ ମିନିଟ ପୂର୍ବରୁ ଟସ୍ ପଡ଼ିବ। ଭାରତ ବିଶ୍ଵକପ ଜିତି ସାରିବା ପରେ ଅଧିନାୟକ ଦାୟିତ୍ବ ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ରହିଛି ।  ଯିଏ ଏହି…

Read More

RSS@100 ଓଡ଼ିଶାରେ କେମିତି ହିନ୍ଦୁତ୍ୱ ରାଜନୀତି ପ୍ରବେଶ କଲା ?

ଭୁବନେଶ୍ୱର :(ବିଜୟ ସାହୁ)-ଇତିହାସ, ଲୋକକଥା ଓ ମାଦଳା ପାଞ୍ଜି ସୂତ୍ରରୁ ଜଣା ପଡେ ଓଡ଼ିଶାର ଦାଣ୍ଡମୁକୁନ୍ଦ ଗାଁର ବିଧବା ବ୍ରାହ୍ମଣୀ ଲଳିତା ହେଉଛନ୍ତି ପ୍ରଥମ ମୁସଲିମ ଓ ତାଙ୍କର ପୁତ୍ର ଲାଲ ବେଗଙ୍କ ପୁତ୍ର ହେଉଛନ୍ତି ସାଲବେଗ । ସେମିତି କଟକ ଜିଲ୍ଲାର ଜଣେ ବ୍ରାହ୍ମଣ ଗଙ୍ଗାଧର ଷଡଙ୍ଗୀ ହେଉଛନ୍ତି ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିୟାନ । ଉପରୋକ୍ତ ଦୁଇ ଧର୍ମାନ୍ତର ଘଟଣା ଯଥାକ୍ରମେ ସପ୍ତଦଶ ଶତାବ୍ଦୀ ଓ ଉନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ଵିତୀୟ ଦଶକରେ ଘଟିଥିଲା…

Read More

ଦୁଇ ମନ୍ତ୍ରୀଙ୍କ ସହିତ ବାଚସ୍ପତିଙ୍କ ଇସ୍ତଫା

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ରହିଥିବାବେଳେ ।ମନ୍ତ୍ରିମଣ୍ଡଳ ହଲ୍‌ଚଲ୍‌ ହେଲା ପରି ପରିସ୍ତିତି ଦେଖାଦେଇଛି । ଗତକାଲି  ରାଜ୍ୟ ରାଜନୀତିରେ  ଦେଖାଦେଇଛି ବ୍ୟତିକ୍ରମ  ।ବାଚସ୍ପତିଙ୍କ ସହ ଦୁଇ ଜଣ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଇସ୍ତଫା ପର୍ବ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ‌…

Read More

‘ଚାଟ୍‌ଜିପିଟି’କେବେ ମଣିଷ ମସ୍ତିଷ୍କର ବିକଳ୍ପ ନୁହେଁ; ଏନ୍ ଆର୍ ନାରାୟଣମୂର୍ତ୍ତି

ଆମେରିକୀୟ ସଂସ୍ଥା ଓପନ୍‌ଏଆଇ ବିକାଶ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ‘ଚାଟ୍‌ଜିପିଟି’କୁ ମାନବ ମସ୍ତିଷ୍କର ବିକଳ୍ପ ଭାବେ ଅନେକ ବିଚାର କରୁଛନ୍ତି। ମଣିଷ ଯେଭଳି ଭାବୁଛି ଚାଟ୍‌ଜିପିଟି ତାହାର ଅବିକଳ ନକଲ କରିପାରୁଛି। ଏହା ଭବିଷ୍ୟତରେ ମଣିଷର ବିକଳ୍ପ ଭା‌ବେ ଉଭା ହେବ ବୋଲି ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି। ଯଦି ସେଭଳି କିଛି ଘଟିବ ତେବେ ମଣିଷଙ୍କୁ ଆଉ କେହି ଖୋଜିବେନି। ସେମାନଙ୍କ ଚାକିରି ଚାଲିଯିବ। ସମାଜ ପ୍ରତି ବଡ଼ ଧରଣର ବିପଦ ମାଡ଼ି ଆସିବ…

Read More

ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…

Read More

ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ  ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…

Read More

ଉନ୍ନତଧରଣର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍ ର ସଫଳ ପରୀକ୍ଷଣ

ବାଲେଶ୍ୱର : ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ୍‌” କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫତଳାର ସହ ଉଡାଣ-ପରୀକ୍ଷଣ କରାଯାଇଛି । ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା । କ୍ଷେପଣାସ୍ତ୍ରର ତିନିଟି ସଫଳ ବୈଧ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ପ୍ରି-ଇଣ୍ଡକ୍ସନ ରାତ୍ରୀକାଳୀନ ଉତ୍‍କ୍ଷେପଣ ଥିଲା । ରାଡାର, ଟେଲିମେଟ୍ରି…

Read More

ଆମେରିକାରେ ଚାଲିବନି ଆଉ ‘ଟିିକଟକ୍’

ପୂର୍ବରୁ  ଭାରତ ଓ ନେପାଳ ସରକାର ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ । ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ । ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ…

Read More

ଏନଡିଏକୁ ମୁକାବିଲା କରିବା ପାଇଁ  ବିଭିନ୍ନ କମିଟି ଗଠନ କଲା ବିରୋଧି ମେଣ୍ଟ ଇଣ୍ଡିଆ

ମୁମ୍ବାଇ : ବିଜେପି  ନେତୃତ୍ୱାଧିନ ୩୮ଟି ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ତଥା ଏନଡିଏ ବିରୋଧରେ ଲଢ଼ିବା ପାଇଁ ୨୬ଟି ବିରୋଧୀ ଦଳ  ମେଣ୍ଟ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକ ପରେ  ୧୪ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି।  ଏହି ମେଣ୍ଟର ସବୁଠୁ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ ଏବଂ ପରିପକ୍ୱ ରାଜନେତା ନୀତୀଶ କୁମାରଙ୍କୁ କେଉଁ କମିଟିରେ…

Read More

ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣର ଜବାବ୍ ରଖିଲେ ପାଣ୍ଡିଆନ ! ଜାଣନ୍ତୁ କ’ଣ କହିଲେ…

ଗୋଟେ ପଟେ ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ ସଭାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବୟାନବାଜି କରିଥିବା ବେଳେ ନବୀନ ପଟ୍ଟନାୟକ ବା  ବିଜେଡି ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ରମଣର ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ୍ । ପୁଲବାଣୀରେ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଆକ୍ରମଣ କରିଥିବା ବେଳେ ସେପଟେ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଚାରରେ ଯାଇଥିବା ପାଣ୍ଡିଆନ୍ ରଘୁନାଥପାଲ୍ଲୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣର ଗୋଟି ଗୋଟି କରି…

Read More