ସୋନମ ୱାଙ୍କଚୁକ ଓ ଅନ୍ୟାନ୍ୟ ତଥ୍ୟ
ଲଦାଖ : (ବିଜୟ ସାହୁ)-ଲଦାଖ ଓ ଏହାର ଶାନ୍ତିଦୂତ ବାଙ୍ଗଚୁଙ୍ଗଙ୍କ ଦେଶପ୍ରେମ ପରୀକ୍ଷାର ସମ୍ମୁଖୀନ ହେଇଛନ୍ତି ।
ସେମାନେ ଚୀନ ଏଜେଣ୍ଟ, ପାକିସ୍ତାନ ଏଜେଣ୍ଟ, ନେପାଳ ଏଜେଣ୍ଟ, ବଙ୍ଗଳା ଦେଶ ଏଜେଣ୍ଟ, ଆମେରିକା ଏଜେଣ୍ଟ ଭାବରେ ଅଭିଯୁକ୍ତ ହେଇ ଜେଲ ଯାଇଛନ୍ତି ।
ଏହି ଅଭିଯୋଗ ଦିଲ୍ଲୀ ଦରବାର ଓ ସେମାନଙ୍କ କୋଳ ପୋଷା ମିଡ଼ିଆ ପ୍ରଚାର କରି ଚାଲିଛନ୍ତି । ପୂର୍ବରୁ ଜାମ୍ମୁ କାଶ୍ମୀର ମୁସଲିମମାନେ ଦେଶଦ୍ରୋହୀ ଟୀକା ପିନ୍ଧିଥିଲେ, ଏବେ ପାଳି ଲଦାଖ ବୁଦ୍ଧିଷ୍ଟମାନଙ୍କର ।
1947ରେ ଭାରତୀୟ ଉପ ମହାଦେଶ ଯେତେବେଳେ ବିଭାଜିତ ହେଲା ଉପମହାଦେଶର ଦେଶୀୟ ରାଜ୍ୟମାନଙ୍କୁ ( ଗଡ଼ଜାତ) ତିନୋଟି ବିକଳ୍ପ ଆପଣେଇବା ସୁଯୋଗ ପ୍ରଦାନ କରା ଯାଇଥିଲା । ସ୍ୱାଧୀନ ହୁଅ, ପାକିସ୍ତାନରେ ମିଶ ଅଥବା ଭାରତରେ ମିଶ । ଜାମ୍ମୁ-କାଶ୍ମୀର ଶାସକ ମହାରାଜା ହରି ସିଂହ ତୃତୀୟ ବିକଳ୍ପ ଗ୍ରହଣ କରିଥିଲେ ।
ପାକିସ୍ତାନ ସମର୍ଥିତ ଟ୍ରାଇବାଲମାନେ
ଜାମ୍ମୁ-କାଶ୍ମୀର ଗଡଜାତକୁ ଆକ୍ରମଣ କଲେ ଯେତେବେଳେ କି ମହାରାଜା ହରି ସିଂହ ଚାହୁଁ ଥିଲେ ମର୍ତ୍ତ୍ୟର ଏହି ସ୍ୱର୍ଗ ( ଭୂ-ସ୍ଵର୍ଗ) କୁ ଭାରତୀୟ ଉପ ମହାଦେଶର ଆଉ ଏକ ସୁଇଜରଲାଣ୍ଡ କରିବେ ଓ ଭାରତ ପାକିସ୍ତାନ ନାଗରିକଙ୍କ ପାଇଁ ଏହା ଏକ ମିତ୍ର ଦେଶ ହେଇ ରହିବ । ରାଜା ହେଲେ ବି ତାଙ୍କର ବ୍ରିଟିଶ ଆଧୁନିକ ଶିକ୍ଷା ପ୍ରାପ୍ତ ହେତୁ ପ୍ରଗତିଶୀଳ ଦୃଷ୍ଟି ଭଙ୍ଗୀ ଥିଲା । ପୁଣି ଶେଖ ଅବ୍ଦୁଲାଙ୍କ ପ୍ରଜା ଆନ୍ଦୋଳନ ତାଙ୍କୁ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସହ ଯୋଡ଼ି ହେବା ପାଇଁ ବାଧ୍ୟ କରୁଥିଲା ।
ମହାରାଜା ପାକିସ୍ତାନ ସହ ମଧ୍ୟ Stand Still Agreement ସ୍ବାକ୍ଷର କରି ସାରିଥିଲେ । ପାକିସ୍ତାନ ସମର୍ଥିତ ଟ୍ରାଇବାଲମାନେ ଯଦି ଆକସ୍ମିକ ଭାବରେ ଆକ୍ରମଣ କରି ନଥାନ୍ତେ ତାହେଲେ ଜାମ୍ମୁ-କାଶ୍ମୀର ଇତିହାସ ଭିନ୍ନ କିଛି ହେଇଥାନ୍ତା ।
ଟ୍ରାଇବାଲ ଆକ୍ରମଣକାରୀମାନେ ଲଦାଖର ଲେହ ସହର 10 କିମି ପର୍ଯ୍ୟନ୍ତ ଚାଲି ଆସିଥିଲେ । ଏହାକୁ ରୋକି ଥିଲେ ସ୍ଥାନୀୟ ଅଣ ପାରମ୍ପରିକ ସେନା ( local militia forces) , ଯେତେବେଳେ କି ଭାରତୀୟ ସେନା ଶ୍ରୀନଗର ଅସ୍ଥାୟୀ ବିମାନ ବନ୍ଦରରେ ପହଞ୍ଚି ପାରି ନଥିଲେ । କାରଣ ସେତେବେଳେ ଅବିଭାଜିତ ଭାରତ ର କାଶ୍ମୀର ଘାଟିକୁ ଯୋଗାଯୋଗ ବହୁତ ଜଟିଳ ଥିଲା । ଜାମ୍ମୁ ଓ ଶ୍ରୀନଗରକୁ ସ୍ଥଳ ପଥରେ ଏକମାତ୍ର ଯୋଗାଯୋଗ ପଥ ଥିଲା Grand Trunk Road . ଏହି ପଥରେ ପଞ୍ଜାବର ପଠାନକୋଟ ଓ ସେଠାରୁ ଗୁରୁଦାସପୁର ଜିଲ୍ଲା ବାଟେ କାଶ୍ମୀର ପହଞ୍ଚିବାକୁ ପଡୁଥିଲା ।
ଭାରତ ସ୍ୱାଧୀନ ଆଇନ ,ଜୁଲାଇ 18, 1947 ସର୍ତ୍ତ ଅନୁଯାୟୀ ପଞ୍ଜାବ ଓ ବେଙ୍ଗଲ ପ୍ରୋଭିନ୍ସକୁ ଧର୍ମୀୟ ଆଧାରରେ ପାକିସ୍ତାନ ଓ ଭାରତ ମଧ୍ୟରେ ବିଭାଜିତ ହେଇଥିଲା । ସଂଖ୍ୟାଗରିଷ୍ଠ ମୁସଲିମ ଅଞ୍ଚଳ ପାକିସ୍ତାନକୁ ଯିବ ଓ ସଂଖ୍ୟା ଗରିଷ୍ଠ ହିନ୍ଦୁ ଅଞ୍ଚଳ ଭାରତରେ ରହିବ । ଏହାର ଦାୟିତ୍ବ ପ୍ରଦାନ କରାଯାଇ ଥିଲା Punjab Boundary Commission କୁ ଯାହାର ଚେୟାରମ୍ୟାନ ଥିଲେ ବ୍ରିଟିଶ ବାରିଷ୍ଟର Sir Cyril Radcliffe .ସେ ଜୁଲାଇ 1947ରେ ଭାରତ ପହଞ୍ଚିଥିଲେ ଓ ମାତ୍ର 5 ସପ୍ତାହ ମଧ୍ୟରେ ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।
ଇତିହାସର ସର୍ବକାଳୀନ ଓ ସର୍ବ ବୃହତ ଉପହାସ ବ୍ୟତୀତ ଏହା ଆଉ କଣ ହେଇପାରେ ।
ସ୍ୱାଧୀନତାର ପ୍ରାୟ 80 ବର୍ଷ ପରେ ଆମେ ଯେତେବେଳେ ରାଜ୍ୟ ରାଜ୍ୟ ମଧ୍ୟରେ ଏ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ କରି ପାରି ନାହିଁ, ସେତେବେଳେ ମାତ୍ର 5 ସପ୍ତାହ ଭିତରେ ଦୁଇ ଦେଶର ସୀମା ନିର୍ଦ୍ଧାରଣ ହେବ ଯାହାର ନାଗରିକ ହଜାର ହଜାର ବର୍ଷ ଧରି ଗୋଟିଏ ଦେଶର ବାସିନ୍ଦା ଥିଲେ ?
ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ନେହେରୁ ଓ ଗାନ୍ଧୀଙ୍କୁ ଦାୟୀ କରିବା ସହଜ । କାରଣ କ୍ଷମତା ହସ୍ତାନ୍ତର କାମଚଳା ସରକାର ହାତରେ ବ୍ରିଟିଶ ହୁକୁମତ ଅର୍ପଣ କରିଥିଲା ।
କିନ୍ତୁ ବାସ୍ତବରେ ଏହି କୃତ୍ରିମ ବିଭାଜନର ମୁଖ୍ୟ ଖଳ ନାୟକ ହେଉଛନ୍ତି ସାବରକର ଓ ମହମ୍ମଦ ଅଲ୍ଲୀ ଜିହ୍ନା ଏବଂ ସେମାନଙ୍କ ପଛରେ ଠିଆ ହେଇଥିବା ଦୁଇ ବୃହତ ଧର୍ମୀୟ ସମ୍ପ୍ରଦାୟର ଋଢ଼ି ବାଦୀ ଦଙ୍ଗାକାରୀ ନେତା ।
କିନ୍ତୁ ନେହେରୁଙ୍କ ବିଜ୍ଞତା ଓ ସେତେବେଳର ଗଭର୍ଣର ଜେନେରାଲ ମାଉଣ୍ଟବାଟେନଙ୍କ ଉପରେ ପ୍ରଭାବ ଯୋଗୁଁ ନେହରୁ ପଞ୍ଜାବର ଗୁରୁଦାସପୁରକୁ ଭାରତ ଭାଗରେ ରଖିବାକୁ ସଫଳ ହେଇଥିଲେ ଓ ଜାମ୍ମୁ-କାଶ୍ମୀର ଭାରତ ସହ ମିଶ୍ରଣ ପରେ ଏହାକୁ ସୁରକ୍ଷା ଦେବା ପୃଷ୍ଠଭୂମି ସୃଷ୍ଟି କରିଥିଲେ ।
ସେତେବେଳେ ଗୁରୁଦାସପୁର ମୁସଲିମ ଜନସଂଖ୍ୟା 51.14%ଓ ହିନ୍ଦୁ ଏବଂ ଶିଖ ଜନସଂଖ୍ୟା କେବଳ 45% (1941 ଜନଗଣନା ଆଧାରରେ ) । ଏହି ଜିଲ୍ଲାର 4ଟି ତହସିଲ ଶକରଗଡ଼, ଗୁରୁଦାସପୁର ଓ ବାଟଲା ଥିଲା ମୁସଲିମ ସଂଖ୍ୟା ଗରିଷ୍ଠ ଓ ପଠାନକୋଟ ହିନ୍ଦୁ ସଂଖ୍ୟା ଗରିଷ୍ଠ । ତେଣୁ ଗୁରୁଦାସପୁର ଓ ଫିରୋଜପୁର ଅଧା ଜିଲ୍ଲାକୁ ସୀମା ନିର୍ଦ୍ଧାରଣ କମିଶନ ପାକିସ୍ତାନ ଭାଗରେ ରଖିଥିଲେ । ପ୍ରଥମ ନକ୍ସା ଏୟା ହିଁ ଥିଲା ।
କେମିତି ଗୁରୁଦାସପୁର ଭାରତ ଭାଗରେ ରହିଲା ତାହାର ଇତିହାସ ପଠନ ଯୋଗ୍ୟ ।
ମହାରାଜା ସନନ୍ଦ ସ୍ବାକ୍ଷର କରିବା ପରେ ପ୍ରଥମ ଶିଖ ରେଜିମେଣ୍ଟ ଯଦିଓ ଦିଲ୍ଲୀରୁ ଶ୍ରୀନଗର ପହଞ୍ଚି ଥିଲା, କିନ୍ତୁ ଗୁରୁଦାସପୁର-
ପଠାନକୋଟ ସ୍ଥଳ ପଥ ସେତେବେଳେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲା । ଅନ୍ୟଥା କାଶ୍ମୀର ଘାଟି ଗୋଟିଏ Land-locked ରାଜ୍ୟ ହେଇ ଯାଇଥାନ୍ତା । ଗୁରୁଦାସପୁର ଭାରତ ଭାଗରେ ରହିବା କେତେ ଅପରିହାର୍ଯ୍ୟ ଥିଲା ତାହା ଆଜି ବୁଝି ହେବ ନାହିଁ ।
ପାକିସ୍ତାନ ସମର୍ଥିତ ପାସ୍ତୁନ ଟ୍ରାଇବାଲଙ୍କୁ ଲଦାଖ ଅଣ ପାରମ୍ପାରିକ ସେନା ପ୍ରାୟ 3 ଦିନ ପର୍ଯ୍ୟନ୍ତ ଅଟକାଇବା ପରେ ହିଁ ଭାରତୀୟ ସେନା ପହଞ୍ଚି ଥିଲେ । ସେତେବେଳେ ଶ୍ରୀନଗରକୁ ମୁଖ୍ୟତଃ ସୁରକ୍ଷା ଦେଇଥିଲେ ଜାତୀୟ ନେସନାଲ କନଫରେନ୍ସ ସ୍ୱେଚ୍ଛାସେବୀ , କମ୍ୟୁନିଷ୍ଟ କର୍ମୀ , ସୋସାଲିଷ୍ଟ କର୍ମୀ । ମହାରାଜାଙ୍କ ସେନା ତାଙ୍କୁ ଛାଡି ପଳେଇ ଥିଲେ ।
ଭାରତୀୟ ସେନା ପହଞ୍ଚିବା ପରେ ଓ କାଶ୍ମୀର ସମସ୍ୟା ଜାତିସଂଘକୁ ସୁପାରିଶ ହେବା ପୂର୍ବରୁ ଲଦାଖ ଅଞ୍ଚଳରୁ ପାସ୍ତୁନ ଟ୍ରାଇବାଲମାନଙ୍କୁ ଭଗେଇ ଦିଆ ଯାଇଥିଲା ।
ଉଭୟ ଜାମ୍ମୁ-କାଶ୍ମୀର ମୁସଲିମ ଓ ଲଦାଖ ବୁଦ୍ଧିଷ୍ଟ , ଶିଖ, ମୁସଲିମ ସେମାନଙ୍କ ଦେଶପ୍ରେମର ବଡ଼ ପରୀକ୍ଷା ଦେଇଥିଲେ l
*ପରମାଣୁ ଅସ୍ତ୍ର ଅପେକ୍ଷା
ପରିବେଶ ଧ୍ୱଂସ ଆହୁରି
ବିଧ୍ଵଂସକାରୀ*
ତୃତୀୟ ଜେନେଭା କନଭେନସନ
ଯୁଦ୍ଧବନ୍ଦୀ (POW)ଙ୍କୁ କେତେକ ଅଧିକାର ଦେଇଛି ।
ସେମାନଙ୍କ ପ୍ରତି ବନ୍ଦୀ କରିଥିବା ରାଷ୍ଟ୍ର ସମସ୍ତ ପ୍ରକାର ମାନବିକ ଆଚରଣ କରିବ, ସେମାନଙ୍କ ସହଜାତ ମର୍ଯ୍ୟାଦାକୁ ପାଳନ କରିବ, ହିଂସ୍ର ଓ ନିର୍ଯ୍ୟାତନାରୁ ସୁରକ୍ଷା ଦେଵ, ପର୍ଯ୍ୟାପ୍ତ ପୋଷାକ, ଖାଦ୍ୟ, ସ୍ୱାସ୍ଥ୍ୟ ବିଧି ଓ ଚିକିତ୍ସା ସେବା ବ୍ୟବସ୍ଥା କରିବ । ସେମାନଙ୍କ ମର୍ଯ୍ୟାଦା ଓ ନିରାପତ୍ତା ରକ୍ଷା ପାଇଁ କୌଣସି ବ୍ୟତିଗତ ତଥ୍ୟ ଓ ଛବି ସଂଗ୍ରହ ଓ ପ୍ରଚାର ହେବ ନାହିଁ ।
କିନ୍ତୁ ଶାନ୍ତି ଅପରାଧୀଙ୍କ ପାଇଁ ଏଭଳି କୌଣସି କନଭେନସନ ଅଛି କି ନାହିଁ ଓ ଥିଲେ ମୋଦୀ ସରକାର ପାଳନ କରିବାକୁ ବାଧ୍ୟ କି ନୁହେଁ ସେ କଥା ଆମେ ଜାଣୁ ନା
ଏପର୍ଯ୍ୟନ୍ତ ଆମେ ଏତିକି ଜାଣିଛୁ ଗତକାଲି ଘଟଣା ଦିନ ତାଙ୍କୁ ଘରେ ପଶି ରାତି 2.50 ରେ ଉଠେଇ ନେଇଥିଲେ ଓ କାଲି ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ରଖିଛନ୍ତି । ଆଉ କିଛି ବିଶେଷ ଖବର ନାହିଁ ।
ବାକି ବିଶେଷ ଖବର ଯାହା ସରକାର ଓ ସରକାରୀ ମିଡ଼ିଆରୁ ମିଳୁଛି । ତାହା ହେଲା ଘଟଣା ଦିନ ପାକିସ୍ତାନ ଗୋଇନ୍ଦାକୁ ସେ ଖବର ପଠାଉଥିଲେ ଓ ନେପାଳ, ପାକିସ୍ତାନ ରୁ ଆସିଥିବା କିଛି GEN-Z ଅଟକ ହେଇଛନ୍ତି ।
ଏହା ପୂରାପୂରି Text Book ଧାରାରେ ପ୍ରଚାର ହେଉଛି ଓ ଲଦାଖ ପ୍ରଶାସନ, ଏଲ ଜି ଅଫିସ ମଧ୍ୟ ଅନୁରୂପ ଖବର ପ୍ରଦାନ କରୁଛନ୍ତି ।
ତେଣୁ ସମ୍ଭବତଃ ମୋଦୀ ସରକାର ଜାମ୍ମୁ,କାଶ୍ମୀର, ଲଦାଖ ତିନି ଖଣ୍ଡ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅନୁଛେଦ 370 ହଟେଇ ନଥିଲେ ।
ଆଲବର୍ଟ ଆଇନ ଷ୍ଟାଇନ କହିଥିଲେ, peace cannot be kept by force ,it can only be achieved by understanding .
କିଛି ଦିନ ପର୍ଯ୍ୟନ୍ତ ୱାଙ୍ଗଚୁକ ସରକାରଙ୍କ ଦୃଷ୍ଟିରେ ଭାରତ ଗୌରବର ପ୍ରତୀକ ଥିଲେ, 6ଟି ଜାତୀୟ ଓ 9ଟି ଆନ୍ତର୍ଜାତୀୟ ପୁରସ୍କାର ପୁରସ୍କାର ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେଉଥିଲେ, ପରିବେଶ ସୁରକ୍ଷାର ଗବେଷକ,ପ୍ରୟୋଗକାରୀ ଶିକ୍ଷାବିତ ଥିଲେ ଓ ତାଙ୍କର ଲଦାଖ ଭାରତ ସୀମା ସୁରକ୍ଷା କ୍ଷେତ୍ରରେ EYE & NOSE ଥିଲେ, ଆଜି ସେ ଓ ଅନେକ ଲଦାଖ ଯୁବ ଗୋଷ୍ଠୀ , ବୟସ୍କ ଭାରତ ସରକାରଙ୍କ ନିକଟରେ ଷଡ଼ଯନ୍ତ୍ରକାରୀ ପାଲଟି ଯାଇଛନ୍ତି । ତାଙ୍କୁ ବିନା ବିଚାରରେ 2 ବର୍ଷ କାଳ ଅଥବା ଅନିର୍ଦ୍ଦିଷ୍ଟ କାଳ ବନ୍ଦୀ କରି ରଖିବା ପାଇଁ ସରକାର ଓ ପ୍ରଶାସନ ସମସ୍ତ ଉପାୟ କରୁଛନ୍ତି ।
ଏ କ୍ଷେତ୍ରରେ ସୁପ୍ରିମକୋର୍ଟ ମଧ୍ୟ ଅନୁଛେଦ 142 ଅନୁଯାୟୀ Complete Justice ଯେ କରିବେ ନାହିଁ ତାହା ବର୍ତ୍ତମାନ ଡଜନ ଡଜନ ସାକ୍ଷାତକାରରେ ପୂର୍ଵ ମୁଖ୍ୟ ନ୍ୟାୟାଧୀଶ ଚନ୍ଦ୍ରଚୁଡ଼ ସମ୍ବିଧାନ ବ୍ୟାଖ୍ୟାରୁ ସୂଚନା ମିଳୁଛି ।
ଲଦାଖବାସୀ ଆକାଶରୁ ଚାନ୍ଦ ଦାବୀ କରୁ ନଥିଲେ । ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ଅନୁଛେଦ 370 ହଟେଇବା ପରେ ଯେତେବେଳେ ଘୋଷଣା କରିଥିଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଦର୍ଜା ପାଇବେ, ସେତେବେଳେ ଲଦାଖ ମଧ୍ୟ ସେଇ ଦାବୀ କରିଥିଲା । କେନ୍ଦ୍ର ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ୱାଙ୍ଗଚୁକ କେବଳ ସେଇ ଦାବୀ ଉପରେ ବାରମ୍ବାର ଶାନ୍ତିପୂର୍ଣ୍ଣ ଅନଶନ କରିଛନ୍ତି । ଏପରି କି ନିଜର କିଛି ସହକର୍ମୀଙ୍କୁ ଧରି ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଲଦାଖ ବାସୀଙ୍କୁ ଆନ୍ଦୋଳନ କରିବା ଆହ୍ୱାନ ଦେଇଛନ୍ତି ।ତାଙ୍କର ଭରସା ଥିଲା ଓ ଏବେ ମଧ୍ୟ ଭରସା ଅଛି କେନ୍ଦ୍ର ସରକାର ଦାବୀ ପୂରଣ କରିବେ ।
ତେଣୁ ଯେତେବେଳେ ଯୁବଗୋଷ୍ଠୀ ଏପରି କି କିଶୋର-କିଶୋରୀ ଛାତ୍ରଛାତ୍ରୀ ସମସ୍ତ ଭରସା ହରେଇ ବିଜେପି ଅଫିସ ଓ ଅନ୍ୟାନ୍ୟ ପ୍ରଶାସନିକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ସେତେବେଳେ ମଧ୍ୟ ୱାଙ୍ଗଚୁକ ପସନ୍ଦ କରି ନାହାନ୍ତି । କିନ୍ତୁ ଭିଡ଼କୁ ନିୟନ୍ତ୍ରଣ କରିବା ତାଙ୍କ ପାଖରେ ସମ୍ଭବ ନଥିଲା । କେବଳ ଅନଶନ ପ୍ରତ୍ୟାହାର କରି ଶାନ୍ତି ପ୍ରତିଷ୍ଠା ପାଇଁ ଆବେଦନ କଲେ ।
ସେଦିନ ଗିରଫ ପୂର୍ବରୁ ଭାରତ ଓ ବିଶ୍ୱର ବିଭିନ୍ନ ମିଡ଼ିଆକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥିଲେ । ସେତେବେଳେ ସରକାରୀ ଦଳର ମୁଖ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ନ୍ୟାରେଟିଭ ସୃଷ୍ଟି କରି ସାରିଥିଲେ ।
ତେଣୁ ସେ ଜାଣିଥିଲେ ସରକାର ତାଙ୍କୁ ଖଳ ନାୟକ କରି ସାରିଲେଣି ଓ ଯେ କୌଣସି ମୁହୂର୍ତ୍ତରେ ଗିରଫ କରି ପାରନ୍ତି । ସେ ଏଥିପାଇଁ ଡରୁ ନାହାନ୍ତି ବୋଲି କହିଥିଲେ ! ତାଙ୍କର ଉତ୍ତର ଥିଲା “Wangachuk in jail will be more problematic for Ladakh .
ଏଠାରେ ଇତିହାସର ଆଉ ଜଣେ ଶାନ୍ତିଦୂତ ଓ ଦାର୍ଶନିକ Lord Bertand Russell ଙ୍କ କଥା ଲେଖିବି । ସେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଥମ ଯୁଦ୍ଧ ବେଳେ ଓ ଦ୍ଵିତୀୟ ଯୁଦ୍ଧ ପରେ ତିନି ଥର ଜେଲ ଯାଇଥିଲେ ।
New York Times ସେପ୍ଟେମ୍ବର 13, 1961 ରେ ଲେଖିଥିଲା 89 ବର୍ଷୀୟ ରସେଲ ଓ ତାଙ୍କର ଅସୁସ୍ଥ ପତ୍ନୀ ପରମାଣୁ ଅସ୍ତ୍ର ବିରୁଦ୍ଧରେ ପ୍ରତିବାଦ କରି 7 ଦିନ ଜେଲ ଦଣ୍ଡ ଭୋଗ କରିଥିଲେ । ତାଙ୍କର ଅପରାଧ ଥିଲା ସେ ଓ ତାଙ୍କର ପତ୍ନୀ ପାର୍ଲିଆମେଣ୍ଟ ଛକରେ କିଛି ସଭ୍ୟଙ୍କୁ ନେଇ ରବିବାର ଦିନ mass sitdown demonstation କରିବାକୁ ଘୋଷଣା କରିଥିଲେ । ମାଜିଷ୍ଟ୍ରେଟ Bertram Reece ତାଙ୍କର ଅନ୍ୟ ତିନି ଜଣ ସହଯୋଗୀଙ୍କୁ 2ମାସ 27 ଦିନ ଜେଲକୁ ପଠେଇ ଥିଲେ । ପ୍ରଥମେ ମାଜିଷ୍ଟ୍ରେଟ ଲର୍ଡ଼ ରସେଲଙ୍କ ଉପରେ 2 ମାସ ଜେଲ ଦଣ୍ଡ ଘୋଷଣା କରିଥିଲେ । କିନ୍ତୁ କୋର୍ଟରେ ଉପସ୍ଥିତ ଦର୍ଶକ Fascists , Shame ବୋଲି ଚିତ୍କାର କରିଥିଲେ । ଲର୍ଡ଼ ରସେଲଙ୍କ ମେଡ଼ିକାଲ ରିପୋର୍ଟ ପଢ଼ିବା ପରେ ମାଜିଷ୍ଟ୍ରେଟ 7ଦିନକୁ ହ୍ରାସ କରିଥିଲେ ।ଦାର୍ଶନିକ ଓ ନୋବେଲ ବିଜେତା ଲର୍ଡ଼ ରସେଲ ଙ୍କ ଦଣ୍ଡ ବିଧାନ ଖବର ପାଇ ବ୍ରିଟେନ ର ଲିବରାଲଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କଲା । ପୂର୍ବରୁ ସେମାନେ ଲର୍ଡ଼ ରସେଲଙ୍କ 100 ଜଣିଆ ଶାନ୍ତି କମିଟି ଅଥବା ପରମାଣୁ ଅସ୍ତ୍ର ପ୍ରସାର ବନ୍ଦ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଥିଲେ ।
କିନ୍ତୁ ଅଧିକାଂଶ ବୁଦ୍ଧିଜୀବୀ Lord Russell ଙ୍କୁ The Greatest Living Englishman ଭାବରେ ସମ୍ମାନ କରୁଥିଲେ ।
ଲର୍ଡ଼ ରସେଲଙ୍କୁ ସିଧାସଳଖ ଜେଲକୁ ନିଆଗଲା । ସ୍ୱଳ୍ପକାଳୀନ ବନ୍ଦୀଙ୍କ ପାଇଁ Wormwood Scrubs କିମ୍ବା Pentonvilleରେ ରଖା ଯାଉଥିଲା ।
ବ୍ରିଟିଶ ସୌରଷ୍ଟ୍ର ବିଭାଗ ଗୋଟିଏ ବୁଲେଟିନରେ ପ୍ରକାଶ କଲେ,ବ୍ୟକ୍ତିଗତ ମାମଲାରେ କୌଣସି ସୂଚନା ପ୍ରଦାନ ବ୍ୟବସ୍ଥା ନାହିଁ, କିନ୍ତୁ ଜଣେ ଦୁର୍ବଳ ଅପରାଧୀ କ୍ଷେତ୍ରରେ ତାଙ୍କୁ ଜେଲ ହସ୍ପିଟାଲରେ ରଖାଯାଏ । ସେଇ ଦିନ ରାତିରେ 100 ସଭ୍ୟ କମିଟିର ମୁଖପାତ୍ର ଘୋଷଣା କଲେ ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟକ୍ରମ Sitdown Demonstration ରେ 10 ହଜାର ଲୋକ ଅଂଶ ଗ୍ରହଣ କରିବେ ।
ଲର୍ଡ଼ ରସେଲ ଓ ତାଙ୍କର ସହଯୋଗୀ ସଭ୍ୟଙ୍କୁ ପ୍ରଥମେ ଏହି କାର୍ଯ୍ୟକ୍ରମ ନ କରିବା ପାଇଁ undertaking ମଗା ଯାଇଥିଲା ଓ କୋର୍ଟରେ କୌଣସି ରାଜନୈତିକ ଭାଷଣ ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଲର୍ଡ଼ ରସେଲ କୋର୍ଟରେ ଘୋଷଣା କରିଥିଲେ, ” ପୂର୍ଵ ଓ ପାଶ୍ଶ୍ୟାତ ମଧ୍ୟରେ ଏହି ସମ୍ବାବ୍ୟ ଲଢେ଼ଇ ଭୟଙ୍କର ହେଇପାରେ, ତେଣୁ ଆମ ଦେଶ, ଆମ ବନ୍ଧୁ, ସହଯୋଦ୍ଧା ଓ ସମଗ୍ର ମଣିଷ ସମାଜର ଅଧିକାଂଶକୁ ଏହି ଧ୍ୱଂସରୁ ରକ୍ଷା କରିବା ପାଇଁ କିଛି ଉପାୟ ବାହାର କରିବା ପ୍ରୟୋଜନ । ଆମେ, ଯେଉଁମାନେ ଅଭିଯୁକ୍ତ ଜେଲ ଦଣ୍ଡ ଭୋଗ କରିବାକୁ ପ୍ରସ୍ତୁତ ।କାରଣ ଆମ ଦେଶ ଓ ବିଶ୍ୱକୁ ମୁକ୍ତ କରିବା କ୍ଷେତ୍ରରେ ଏହା ଏକମାତ୍ର ମାର୍ଗ । ଆପଣ ଯଦି ଆମକୁ ଦଣ୍ଡିତ କରନ୍ତି, ତାହେଲେ Wrna ଆମମାନଙ୍କର ଲକ୍ଷ୍ୟକୁ ସାହାଯ୍ୟ କରିବେ ଓ ମାନବତା କୁ ସାହାଯ୍ୟ କରିବେ ।
ଲର୍ଡ଼ ବର୍ଟାଣ୍ଡ ରସେଲ କୋର୍ଟରେ ଘୋଷଣା କଲେ, ” ଆମେ ଯେଉଁମାନେ ଅଭିଯୁକ୍ତ ଭାବରେ ଏଠାରେ ଉପସ୍ଥିତ ରହିଛୁ, ଜେଲ ଦଣ୍ଡ ଭୋଗ କରିବାକୁ ପ୍ରସ୍ତୁତ । କାରଣ ଆମର ବିଶ୍ୱାସ ଏହା ହିଁ ଆମ ଦେଶ ଓ ବିଶ୍ୱକୁ ରକ୍ଷା କରିବା ପାଇଁ ପ୍ରକୃଷ୍ଟ ମାର୍ଗ । ଆପଣ ଯଦି ଆମକୁ ନିନ୍ଦା କରୁଛନ୍ତି , ତାହେଲେ ଆପଣ ଆମମାନଙ୍କ ଲକ୍ଷ୍ୟକୁ ସାହାଯ୍ୟ କରୁଛନ୍ତି ଓ ଏତଦ୍ୱାରା ମାନବତାକୁ ସାହାଯ୍ୟ କରୁଛନ୍ତି । ଯେଉଁ ପର୍ଯ୍ୟନ୍ତ ଆମର ଜୀବନ ରହିଛି ,ସେ ପର୍ଯ୍ୟନ୍ତ ଆମର ସମସ୍ତ ଶକ୍ତି ପ୍ରୟୋଗ କରି ମାନବତା ସମ୍ମୁଖରେ ଦେଖା ଦେଇଥିବା ସର୍ଵ ବୃହତ ବିପର୍ଯ୍ୟୟକୁ ପ୍ରତିହତ କରିବା କାର୍ଯ୍ୟରୁ ବିରତ ହେବୁ ନାହିଁ ।”
ରସେଲଙ୍କ ଏହି ଉକ୍ତିକୁ ଉପସ୍ଥିତ ଜନତା ଅଧ ମିନିଟ ପର୍ଯ୍ୟନ୍ତ କରତାଳି ଦ୍ୱାରା ସମର୍ଥନ କଲେ ।
ମାଜିଷ୍ଟ୍ରେଟ Mr Reece ଦର୍ଶକଙ୍କୁ ସତର୍କ କରି କହିଲେ, ” ଏହା ଏକ ସଙ୍ଗୀତ ହଲ ନୁହେଁ, ଏହା ଆଇନ ଅଦାଲତ ” !
ବ୍ରିଟେନ ଦ୍ୱାରା ଅର୍ଡର ଅଫ ମେରିଟ ସମ୍ମାନରେ ସମ୍ମାନିତ ଲର୍ଡ଼ ରସେଲ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଜଣେ କର୍ତ୍ତବ୍ୟନିଷ୍ଟ ଆପତ୍ତିକର୍ତ୍ତା ଭାବରେ ଜେଲ ଦଣ୍ଡ ଭୋଗିଥିଲେ । ସେତେବେଳେ Brixton ଜେଲରେ ଥିବାବେଳେ ” Introduction to Mathematical Philosophy” ଲେଖିଥିଲେ । ତାଙ୍କ ସହିତ ଜେଲରେ ଦୁଇଜଣ ବିଖ୍ୟାତ ବ୍ରିଟିଶ Play wrights ମଧ୍ୟ ଥିଲେ । ଜଣେ ହେଉଛନ୍ତି Robert Bold ( Author of A Man for All Seasons & Flowering Cherry ) , ଅନ୍ୟ ଜଣେ ହେଲେ Arnold Wesker . ତୃତୀୟ ବନ୍ଦୀ ହେଉଛନ୍ତି Rev. Michael Scott .
Michael Scott ହେଉଛନ୍ତି ଦକ୍ଷିଣ ଆଫ୍ରିକା ଓ ଅନ୍ୟତ୍ର ଆଫ୍ରିକୀୟମାନଙ୍କ ଅଧିକାର ପ୍ରବକ୍ତା ।
ଏହି ତିନିଜଣ 100 Members Committee ର ସଭ୍ୟ ଥିଲେ । ରସେଲ ଏହାର ସଭାପତି ଥିଲେ । ଆଉ ଏକ ବୃହତ୍ତର କମିଟି -Campaign For Nuclear Disarmament – ର ଏହି 100 ଜଣିଆ କମିଟି ଏକ ଉପ କମିଟି ।
ଲର୍ଡ଼ ରସେଲ କୋର୍ଟରେ Explain କରିଥିଲେ, Nonviolent Civil Disobedience ବ୍ୟାପକ ଭାବରେ ପ୍ରଚାରିତ, ତେଣୁ ଏହାର ତଥ୍ୟ ଜଣାଶୁଣା । Sitdown Demonstrations ହେଉଛି କମିଟିର Favourite Tactic . ଏହାର ସଭ୍ୟମାନଙ୍କୁ ପରମାଣୁ ନିରସ୍ତ୍ରୀକରଣ ପ୍ରଶଂସକ “Sitter” ଭାବରେ ଜାଣନ୍ତି । ନିରସ୍ତ୍ରୀକରଣ ପ୍ରଚାରକ Marcher ଭାବରେ ପରିଚିତ ।
ପୋଲିସ ଚାର୍ଜଶିଟରେ ଥିଲା Next Sunday ର Sitdown ଆୟୋଜକ ହେଉଛନ୍ତି Mr Scott, Mr Wesker ଓ Rusell ଙ୍କ ସେକ୍ରେଟାରୀ ଓ ପୂର୍ବତନ Princetonian Ralph Schoenman . Crown ପକ୍ଷରୁ prosecuter John Mathew ବୟାନ ଦେଲେ ଆମର ଉଦେଶ୍ୟ
ତିଳେ ମାତ୍ର 100 ସଭ୍ୟ କମିଟିର କଣ୍ଠରୋଧ କରିବା । ଆମର ଉଦେଶ୍ୟ ହେଉଛି ଇଚ୍ଛାକୃତ ଭାବରେ ଆଇନ ଭଙ୍ଗ ଓ ଶାନ୍ତିଭଙ୍ଗ ପ୍ରତିରୋଧ କରିବା । କମିଟି ଅହିଂସ ଆଇନ ଅମାନ୍ୟ ମାଧ୍ୟମରେ ରାଜପଥକୁ ଅବରୋଧ କରିବା । ଲର୍ଡ଼ ରସେଲଙ୍କ ଏହି ଲଢେଇ ହେଉଛି Authority & Convention ବିରୁଦ୍ଧରେ ଦେଶରେ ଓ ବାହାରେ ଏଭଳି ଦୀର୍ଘ ଲଢେଇର ନମୁନା । ତାଙ୍କୁ ଥରେ NEW YORK ସୁପ୍ରିମ କୋର୍ଟ College of City of New York ର ପ୍ରଫେସର ହେବାକୁ ଅଯୋଗ୍ୟ ଘୋଷଣା କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲର୍ଡ ରସେଲଙ୍କ 48 ପୁସ୍ତକ Who’s Who ତାଲିକାରେ ସ୍ଥାନିତ ହେଇଥିଲା । 1929ରେ ତାଙ୍କର ପ୍ରକାଶିତ ପୁସ୍ତକ ” Marriage and Morals” ପାଇଁ City College New York ରେ 1940ରେ ବିବାଦିତ ହେଇଥିଲେ । ତେଣୁ CCNY ଛାଡି Merion Bernes Foundation ,Pa ରେ lecture ପାଇଁ ନିଯୁକ୍ତି ପାଇଥିଲେ । କିନ୍ତୁ ଦୁଇ ବର୍ଷ ପରେ ତାଙ୍କର ନିଯୁକ୍ତି ବାତିଲ ହେଇଥିଲା ।
କିନ୍ତୁ ଲର୍ଡ଼ ରସେଲ ମୋକଦ୍ଦମା କରି Foundation ବିରୁଦ୍ଧରେ ଜିତିଥିଲେ ।
ଲର୍ଡ଼ ରସେଲ 1918 ମସିହାରେ ଯୁଦ୍ଧ ବିରୋଧୀ ଅଭିଯାନ ଅପରାଧରେ 5 ମାସ ଓ 1961 ରେ 7 ଦିନ ଜେଲରେ ରହିଥିଲେ ।
ଲର୍ଡ଼ ରସେଲ ସେତେବେଳେ ପରମାଣୁ ବିଭୀଷିକା ରୋକିବା ପାଇଁ ଅଭିଯାନ ଚଳେଇ ଥିଲେ । କାରଣ କ୍ୟୁବା ଓ କୋରିଆ ସଂକଟ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉ ଥିଲା ।ବର୍ତ୍ତମାନ ପରମାଣୁ ଯୁଦ୍ଧ ସ୍ଥାନରେ ନେଇଛି ଜଳବାୟୁ ପରିବର୍ତ୍ତନ ସଙ୍କଟ ।
ଭାରତ ପାଇଁ ହିମାଳୟ ହେଉଛି ଜୀବନ ରେଖା । ସୋନମ ବ୍ୟାଙ୍ଗଚୁକଙ୍କ ସମସ୍ତ କାର୍ଯ୍ୟ ଓ ଗବେଷଣା ଏହାକୁ କେନ୍ଦ୍ର କରି । ଲଦାଖକୁ ସେ ପ୍ରୟୋଗଶାଳା ଭାବରେ ଗ୍ରହଣ କରିଛନ୍ତି । ଏହା ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ଲଦାଖ ସୁରକ୍ଷା । ଏବଂ ଏହି ସୁରକ୍ଷା ସେମାନେ ହିଁ କରି ପାରିବେ ଯେଉଁମାନେ ଏହାର ଗତି ପ୍ରକୃତିକୁ ପିଢ଼ି ପରେ ପିଢ଼ି ଦେଖି ଆସିଛନ୍ତି । ଗୋଟିଏ ସୀମାନ୍ତ ଭୂଖଣ୍ଡ
ଲଦାଖ ପ୍ରଦେଶ ହେଇଗଲେ ଦେଶର ସୁରକ୍ଷା ବିପଦଜନକ ହେବ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି ସେମାନେ ଭାରତର ଅନେକ ରାଜ୍ୟ ମଧ୍ୟ ପାକିସ୍ତାନ, ଚୀନ, ବଙ୍ଗଳା ଦେଶ , ତିବ୍ବତ ସୀମା ସହିତ ଲାଗି ଥିବା କଥା ଜାଣନ୍ତି । କିନ୍ତୁ ସେଗୁଡିକ ମଧ୍ୟ ପ୍ରଦେଶ ମାନ୍ୟତା ପାଇଛନ୍ତି ।
ଅତଏବ ଲଦାଖକୁ ପ୍ରଦେଶ ମାନ୍ୟତା ଓ 6ଷ୍ଟ ଅନୁଛେଦର ସମସ୍ତ ସୁବିଧା ପ୍ରଦାନ କରିବା ଏକାନ୍ତ ଜରୁରୀ । ଅନ୍ୟଥା ଭବିଷ୍ୟତର ବଡ଼ ବିପତ୍ତିକୁ ଆମେ ଆମନ୍ତ୍ରଣ କରିବା ।
ମୋଦୀ ସରକାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଏକ-ଏକ-ଏକ ଦର୍ଶନ ରୁ ନିଜକୁ ମୁକ୍ତ କରନ୍ତୁ ଓ ଲଦାଖବାସୀଙ୍କୁ ବିଶ୍ୱାସକୁ ନିଅନ୍ତୁ ।
