କାହା ଅନୁମତିରେ ସୌମ୍ୟ ରଞ୍ଜନଙ୍କ ପାଇଁ ପ୍ରେସ୍ ମିଟ୍ କରିଥିଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର, ସାମଗ୍ରିକ ଘଟଣାକୁ ନେଇ ଅସନ୍ତୋଷ ଜାହିର କଲା ଏଆଇସିସି

ଭୁବନେଶ୍ୱର : ଯେଉଁ ପ୍ରସଙ୍ଗ ସାଧାରଣ ଲୋକଙ୍କ ଉପକାରରେ ଆସିବ। ସେହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କର। ଅନ୍ୟ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ଖବରଦାତା ସମ୍ମିଳନୀ କରନାହିଁ।  କଂଗ୍ରେସ ଦେଶର ସବୁଠୁ ବଡ଼ ଓ ପୁରୁଣା ରାଜନୈତିକ ଫୋରମ୍ । କାହାର ନିର୍ଦ୍ଦେଶ ତଥା ସମ୍ମତି କ୍ରମେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଖବରଦାତା ସମ୍ମିଳନୀ ପ୍ରେସ୍ ମିଟ୍  କଲେ , ତାହାର ସ୍ପଷ୍ଟୀକରଣ ଦିଆଯାଉ। ଏକଥା ଏଆଇସିସିର ଜଣେ ବରିଷ୍ଠ ପଦାଧିକାରୀ ରାଜ୍ୟ ନେତୃତ୍ୱକୁ ପଚାରିଛନ୍ତି। ଟେଲିଫୋନ୍ ଯୋଗେ ରାଜ୍ୟ ପିସିସି ନେତୃତ୍ୱକୁ ତାଗିଦ୍ କରାଯାଇଛି। ଯେଉଁ ବ୍ୟକ୍ତି ପାଇଁ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଖବରଦାତା ସମ୍ମିଳନୀ କରିଛନ୍ତି, ସେ ବ୍ୟକ୍ତି କୌଣସି ରାଜନୈତିକ ବ୍ୟକ୍ତିକୁ ବିରୋଧ କରୁଛନ୍ତି କି। ବିଜେଡି ସରକାର ନୀତିରେ ଦ୍ୱିମତ ପ୍ରକାଶ କରିଛନ୍ତି କି। ଯଦି ନାଁ, ତେବେ ଅଣ ରାଜନୈତିକ ବ୍ୟକ୍ତିଙ୍କ ପାଇଁ କଂଗ୍ରେସ କାହିଁକି ପ୍ରେସ୍ ମିଟ୍ କରିବ ବୋଲି ଏଆଇସିସି ପକ୍ଷରୁ ପ୍ରଶ୍ନ କରାଯାଇଛି।  ପିସିସି ସଭାପତି କଣ ଚିନ୍ତା କରି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରକୁ ପ୍ରେସମିଟ୍ ପାଇଁ ଅନୁମତି ପ୍ରଦାନ କରିଥିଲେ, ତାହା ଜାଣିବା ପାଇଁ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପତ୍ରିକା ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ମାତ୍ର ତାଙ୍କର ପ୍ରତିକ୍ରିୟା ମିଳିପାରି ନ ଥିଲା।

Leave a Reply

Your email address will not be published. Required fields are marked *