ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା ସେ ସେବୁକୁ ସ୍ପଷ୍ଟ କରିଦେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ପ୍ରତିଟି ଗସ୍ତରେ ସିଏମଓର ଦୁଇ ପ୍ରମୁଖ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା। ଜଣେ ଭି.କେ ପାଣ୍ଡିଆନ୍ ଏବଂ ଅନ୍ୟ ଜଣେ ଭିନିଲ୍ କ୍ରିଷ୍ଣା। ପାଣ୍ଡିଆନଙ୍କ ଅବ୍ୟାହତି ପରେ ଗତ ବୁଧବାର ନବୀନ ନିବାସରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ପରବର୍ତ୍ତୀ ସମୟରେ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିବା ଫଟୋରେ କେବଳ ଭିନିଲକ୍ରିଷ୍ଣା ରହିଥିଲେ। ଏବଶ୍ୟ ଚେସ୍ ସମ୍ବଦ୍ଧୀୟ ଆଲୋଚନା ହେଉଥିବାରୁ କ୍ରୀଡ଼ା ପ୍ରଶାସକ ଭାବେ ଭିନିଲ୍ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ସେଠାରେ ସେ ସିଏମଓର ଅଧିକାରୀ ଭାବେ ରହିଥିବା ସୂତ୍ରରୁ ପ୍ରକାଶ।

ଭିନିଲକ୍ରିଷ୍ଣାଙ୍କୁ ବ୍ୟକ୍ତିଗତ ସଚିବ କିମ୍ବା 5-ଟି ସଚିବ ଭାବେ ଦୈତ ଦାୟିତ୍ୱ ନ ଦେଇ ଗୋଟିଏ ଦାୟିତ୍ୱ ଦେବାକୁ ଜଣେ ପୂର୍ବତନ ଅଧିକାରୀ ପ୍ରସ୍ତାବ ଦେଇଛନ୍ତି। ଯଦି ଏପରି ହୁଏ ତେବେ କେତେକ ଯୁବ ଆଇଏଏସ୍ ଅଧିକାରୀଙ୍କୁ ସିଏମଓରେ ଦେଖିବାକୁ ମିଳିପାରେ। ଏହି ଦୌଡ଼ରେ ସର୍ବାଗ୍ରେ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ, ଓଏମସି ସିଏମଡି ବଲୱନ୍ତ ସିଂ, ଏନଏଚଏମ ନିର୍ଦ୍ଦେଶିକା ଡି.ବୃନ୍ଦା, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ରହିଛନ୍ତି।
