ସଚେତନତା ହିଁ ଅପରାଧରୁ ସୁରକ୍ଷା ଦେବ


ଭୁବନେଶ୍ୱର, ୨୭।୮: ଆଜିକାଲି ସମାଜରେ ଅପରାଧ ବଢ଼ିବାରେ ଲାଗିଛି ଅପରାଧର ସଜ୍ଞା ମଧ୍ୟ ବଦଳିବାରେ ଲାଗିଛି କେହି କିଛି ବୁଝିବା ପୂର୍ବରୁ ଅପରାଧ ବା ଠକେଇର ଶିକାର ହୋଇଯାଉଛନ୍ତି ତେଣୁ ପ୍ରତ୍ୟେକ ସ୍ତରରେ ସଚେତନ ରହିଲେ, ଅପରାଧରୁ ଆମେ ସବୁ ମୁକୁଳି ପାରିବା ବୋଲି ବିଚାର ଭାରତୀ ଟ୍ରଷ୍ଟ ଏବଂ ପି.ଜେ କଲେଜ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ମିଳିତ ଆନୁକୂଲ୍ୟରେ ‘ସାଥୀ’ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ମଙ୍ଗଳବାର ପିଜେ କଲେଜ ପରିସରରେ ଆୟୋଜିତ ସେ ନୋ ଟୁ ଟବାକୋ, ସେ ନୋ ଟୁ ଚାଇଲ୍ଡ ମ୍ୟାରେଜ୍, ଷ୍ଟପ୍ ରାଗିଂ, ସାଇବର କ୍ରାଇମ୍ ଆଓ୍ବାରନେସ୍, ଜେଣ୍ଡର ଜଷ୍ଟିସ୍, ଏବଂ ମେଣ୍ଟାଲ ହେଲଥ ସଚେତନତା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମାନସିକ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କରେ ସମାଜସେବୀ ସ୍ବପ୍ନା ତ୍ରିପାଠୀ କାଉନସେଲିଂ ର ଗୁରୁତ୍ୱ , ସେ ନୋ ଟୁ ଟବାକୋ ଏବଂ ଜେଣ୍ଡର ଜଷ୍ଟିସ୍ ଓ ନାବାଳିକା ବିବାହକୁ ନା ସମ୍ପର୍କରେ ସାମାଜିକ କର୍ମୀ ନମ୍ରତା ଚଢ଼ା ବିଶେଷ ଆଲୋଚନା କରିଥିଲେ । ସେହିପରି ମହିଳାଙ୍କୁ ସୁରକ୍ଷା ପାଇଁ କମିଶନରେଟ ପୋଲିସ ଦ୍ୱାରା ଆରମ୍ଭ କରାଯାଇଥିବା ‘ହର୍’ ପ୍ରୟାସ ଉପରେ ଏସିପି ଅଞ୍ଜନା ଟୁଡୁ ଓ ଲିଡ଼ ଅଫିସର ଶୁଭଶ୍ରୀ ନାୟକ କଲେଜ ର ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ । ” ସାଥୀ ” ର ମୁଖ୍ୟ ପ୍ରୀତି ଧଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଆଜିର ଛାତ୍ର ସମାଜ କିଭଳି ଭାବେ ନିଜକୁ ସୁରକ୍ଷିତ ରଖି ପାରିବେ ସେନେଇ ନିଜର ବକ୍ତବ୍ୟ ରଖିଥିଲେ। ଟ୍ରଷ୍ଟର ସଂଗଠନ ସମ୍ପାଦକ ଲାଲା ସୁନିଲ କୁମାର ରଥ ଯୋଗଦେଇ ଶିକ୍ଷାନୁଷ୍ଠାନଗୁଡ଼ିକରେ କିପରି ଏକ ରାଗିଂ ମୁକ୍ତ ବାତାବରଣ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପିଜେ କଲେଜର ଅଧ୍ୟକ୍ଷା ଇପ୍ସିତା ପାତ୍ର ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କଲେଜର ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ, ଜୁନିଅର କଲେଜର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଏବଂ ପ୍ରଫେସର ନିର୍ମଳ ଚନ୍ଦ୍ର ମଳ୍ଲିକ ଆଲୋଚନରେ ଭାଗ ନେଇ ପିଲାମାନଙ୍କୁ କିପରି ଅପରାଧରୁ ଦୂରେଇ ରଖିହେବ ସେନେଇ ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଶେଷରେ ବିଚାରଭାରତୀ ଟ୍ରଷ୍ଟର ଉପସଭାପତି ସଙ୍ଘମିତ୍ରା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *