Congress in Puri ନଗର କଂଗ୍ରେସର ନୂତନ ସଭାପତି ବିଶ୍ୱରଞ୍ଜନ

ଭୁବନେଶ୍ୱର/ପୁରୀ : ପୁରୀ ଜିଲ୍ଲାରେ ନୂତନ କଂଗ୍ରେସର କମିଟି ଘୋଷଣା ହୋଇଛି । ଏନେଇ ଜିଲ୍ଲାର  ବିଭିନ କମିଟିର ନୂତନ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଅନ୍ୟ ପାଦ ସବୁ ଘୋଷଣା ହୋଇଛି । ଲ୍ଲାରେ କଂଗ୍ରେସ ମୂଳଦୁଆ ମଜବୁତ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି କମିଟିରେ ଜିଲ୍ଲା ସଭାପତି ଭାବେ ଇଂ ରାଜେଶ ମିଶ୍ର ସଭାପତି ରହିଥିବା ବେଳେ ନୂତନ କରି ବିଶ୍ୱରଞ୍ଜନ ମହାପତ୍ରାଙ୍କୁ ନଗର କଂଗ୍ରେସର ନୂତନ ସଭାପତି ଭାବେ ଦାଇତ୍ୱ ମିଳିଛି । ସେହିପରି ୧୯ଜଣ ଉପସଭାପତି, ୩୦ଜଣ ସାଧାରଣ ସମ୍ପାଦକ ଓ  ୪୬ଜଣଙ୍କ ନାମ ଘୋଷଣା ହୋଇଛି । ସୂଚନା ଥାଉକି, ଛାତ୍ର ୨୦୧୭-୧୮ରେ ପୁରୀ ଏସସିଏସ କଲେଜରେ ଛାତ୍ର ସଂସଦ ପାଇଁ ସଭାପତି ପ୍ରାଥୀ ହୋଇଥିଲେ ।
ସେହିପରି ନୂତନ ନଗର କଂଗ୍ରେସର ସଭାପତି ଶ୍ରୀ ମହାପତ୍ରା କହିଛନ୍ତି ଯେ, ଛାତ୍ର ଜୀବନରୁ ଆମେ କଂଗ୍ରେସ ପାଇଁ କାର୍ଯ୍ୟ କରି ଆସୁଛୁ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଆମେ ଦଳର ସଂଗଠନ ମଜବୁତ ପାଇଁ କାର୍ଯ୍ୟ କରିବୁ ।

Leave a Reply

Your email address will not be published. Required fields are marked *