ଟାଟା  ପାଓ୍ୱାର ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଜେଡି ବିଧାୟକ ରୁଦ୍ର ମହାରଥି, ମୁଖ୍ୟମନ୍ତ୍ରୀ ଏବଂ ସିଏମଓଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନେଲେ ଟୁଇଟର ସାହାରା

ଭୁବନେଶ୍ୱର : ଟିପିସିଓଡିଏଲ୍ ବିଦ୍ୟୁତ ଯୋଗାଣ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶାସକ ବିଜେଡି ଦଳର ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଏନେଇ ସେ କ୍ଷୋଭ ପ୍ରକାଶ କରିବା ସହ ଟିପିଡିଓସିଏଲ୍ ପରିଚାଳନା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହି ଘଟଣାରେ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୁଦ୍ରଙ୍କ ନିର୍ବାଚନମଣ୍ଡଳୀ ପିପିଲିର ବହୁ ଅଞ୍ଚଳରେ ଗତକାଲି ଅର୍ଥାତ ୧୧ ସେପ୍ଚେମ୍ବରରେ ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏଁ-ପ୍ରାୟ ୧୨ଘଣ୍ଟା ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଜନତା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଅଧିକାରୀ ମଧ୍ୟ ମରାମତି ଓ ରକ୍ଷଣାବେକ୍ଷଣ ଦ୍ୱାହି ଦେଇ ଚୁପ୍ ରହିଥିଲେ। ମାତ୍ର ଜନତାଙ୍କ ଅସନ୍ତୋଷ ବଢିବାରୁ ସରକାରୀ ଦଳର ସଦସ୍ୟ ହୋଇ ମଧ୍ୟ ଶ୍ରୀ ମହାରଥିଙ୍କୁ ନିଜ ସାମାଜିକ ଗଣମାଧ୍ୟମରେ ଏସବୁ ଲେଖିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *