ବବି ବିପର୍ଯ୍ୟୟର କାରଣ, କହିଲେ ସୁଜିତ କୁମାର …ମମିତା ମେହେର ହତ୍ୟାକାଣ୍ଡର ଆଉଥରେ ତଦନ୍ତ ହେବା ଦରକାର

ଭୁବନେଶ୍ୱର :  ଭୋଟ ସରିଲେ ମୋତେ ରାଜ୍ୟସଭାରୁ କାଢି ଦିଆଯିବ। ମୁଁ ଚାହେଁ କି ନ ଚାହେଁ, ମୋତେ ଇସ୍ତଫା ଦେବାକୁ ବାଧ୍ୟ କରାଯିବ। ଏକଥା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି କଳାହାଣ୍ଡିରେ କହିଥିଲେ। ଏହି କଥା କ୍ୟାପଟେନ୍ ଦିବ୍ୟ ଶଙ୍ଖର ମିଶ୍ରଙ୍କ ମାର୍ଫତରେ ଜିଲ୍ଲା ସାରା ବୁଲିଥିଲା। ଏକଥା ତାଙ୍କ କାନରେ ପଡିଥିଲା। ନିର୍ବାଚନ ଚାଲିଥିଲା। ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଜଣାଇପାରି ନ ଥିଲେ। ନିର୍ବାଚନ ସରିଲେ ବବିଙ୍କୁ ରିପୋର୍ଟ କରିବା ସହ ମୁଣ୍ଡିଆ ମାରିବାକୁ ପରୋକ୍ଷରେ କୁହାଯାଉଥିଲା। ସେ ମାନୁ ନ ଥିଲେ। ବବିଙ୍କ ଅହଂକାରର ଫଳ ନିର୍ବାଚନ ପରେ ଜଣାପଡିଲା। ତେଣୁ ବାଧ୍ୟ ହୋଇ ଦଳ ଛାଡିବାକୁ ପଡିଲା ବୋଲି ସୁଜିତ୍ କୁମାର କହିଛନ୍ତି। ବିଜେଡି ଛାଡିବା ପରେ ବିଭିନ୍ନ ଗଣମାଧ୍ୟମକୁ ମତାମତ ଦେଇ ସେ ଏହା କହିଛନ୍ତି।

ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାରେ ବବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏକଦା ସୁଜିତ କୁମାରଙ୍କୁ ଜିଲ୍ଲା ଗସ୍ତ ସମୟରେ ନବୀନ ଏବଂ ପାଣ୍ଡିଆନଙ୍କୁ ଯେପରି ନ ଭେଟି ପାରିବେ, ସେ ବ୍ୟବସ୍ଥା ବି କରିଥିଲେ। ସାଙ୍ଗଠନିକ ସମ୍ପାଦକ ବବି ଦାସ ଯାଜପୁର ଜିଲ୍ଲା ପାଇଁ ରାଜ୍ୟସଭା ପାଣ୍ଠି ମାଗନ୍ତି। ପ୍ରଥମ ବର୍ଷ ବବି ଦାସ ସୁଜିତ କୁମାରଙ୍କ ପାଣ୍ଠିରୁ 25 ଲକ୍ଷ ଟଙ୍କା ନେଇଥିଲେ। ଗତ ବର୍ଷ ନଭେମ୍ବର ମାସରେ ବିଜେଡି ହାତରୁ ଆଦିବାସୀ ଭୋଟ ଦୂରେଇ ଯାଉଥିବା କଥା, ସେ ଦଳୀୟ ନେତୃତ୍ୱଙ୍କୁ ଅବଗତ କରାଇଥିଲେ। ମାତ୍ର ତାହାକୁ ଅଣଦେଖା କରାଯାଇଥିଲା। ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟାକାଣ୍ଡ ନେଇ ମଧ୍ୟ ସୁଜିତ୍ ଖୁଲାସା କରିଛନ୍ତି। ବିଶେଷ କରି ଉଚ୍ଚ ସୁରକ୍ଷା ବଳୟରେ ଥିବା ଜେଲ୍ ରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ତାଙ୍କୁ ରହସ୍ୟ ଭଳି ଲାଗେ। ଏହି ଘଟଣାର ତଦନ୍ତ ହେବା ଦରକାର। ରାଜ୍ୟର ଆଇନ ମନ୍ତ୍ରୀ ଏନେଇ ମନ୍ତବ୍ୟ ଦେଇସାରିଛନ୍ତି। ବିଶେଷ କରି ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି କି ବୋଲି ପ୍ରଶ୍ନରେ ସେ ଉପଯୁକ୍ତ ତଦନ୍ତ ଆଡକୁ ଦିଶା ନିର୍ଦ୍ଦେଶ କରିଥିଲେ।  

Leave a Reply

Your email address will not be published. Required fields are marked *