ନିଲାମ ହେବ ରାଜ୍ୟର ୧୨ଟି ଗ୍ରାନାଇଟ୍ ଖଣି

ଭୁବନେଶ୍ୱର,୧୯/୫: ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ଗ୍ରାନାଇଟ୍‍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ ଆବେଦନକାରୀମାନେ ଏମଏସଟିସି ଲିମିଟେଡ ୱେବସାଇଟ୍‍ରୁ ଏହା ପାଇପାରିବେ ବୋଲି ଜଣାପଡିଛି ।…

Read More

ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ହେବ ଦେଶର ପ୍ରାଣକେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶ ଆଗେଇ ଚାଲିଥିବା ବେଳେ ପୋଷାକ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରାଣକେନ୍ଦ୍ର ହେବାକୁ ଯାଉଛି। ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମେଳନରେ ରାଜ୍ୟକୁ ପ୍ରାୟ ୧୧,୫୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୩୧,୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ। ବୟନ, ପୋଷାକ ଓ ବୈଷୟିକ ବୟନ ଶିଳ୍ପ…

Read More

ଜୁଲାଇ ୧୧ରେ ଆଦାନି ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ଯେଉଁ ସଙ୍ଗିନ ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମକୋର୍ଟ ଅଧିକ ତିନି ମାସ ସମୟ ଦେଇଛନ୍ତି।ଅଗଷ୍ଟ ୧୪ ସୁଦ୍ଧା ରିପୋର୍ଟ ଦେବାକୁ ସେବିକୁ କହିଛନ୍ତି   ମଖ୍ୟ  ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼। ତଦନ୍ତ ବେଶ ଜଟିଳ ଥିବାରୁ ଅଧିକ ୬ ମାସ ସମୟ ଦେବାକୁ ସେବି କୋର୍ଟଙ୍କୁ…

Read More

କାଲି ଉଦ୍‌ଘାଟନ ହେବ ହାୱଡ଼ା-ପୁରୀ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’

କୋଲ୍‌କାତା: ମେ ୧୮ ତାରିଖ ଦିନ ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଉଦ୍‌ଘାଟନ କରାଯିବ ବୋଲି ଗତକାଲି ଦକ୍ଷିଣପୂର୍ବ ରେଳବାଇ ଜାରି କରିଥିବା ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ କରାଯାଇଛି।ଓଡ଼ିଶାର ପୁରୀରେ ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ସୂଚନାରୁ ଜଣାପଡିଛି ।  ଉଦ୍‌ଘାଟିତ ହେବା ପରେ ଏହା ହାୱଡ଼ାରେ ପହଞ୍ଚିବ। ସୂଚନାଯୋଗ୍ୟ, ‘୨୨୮୯୫/୨୨୮୯୬’ ହାଓଡ଼ା-ପୁରୀ-ହାୱଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହେବ ପଶ୍ଚିମବଙ୍ଗର ଦ୍ବିତୀୟ ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଥମ କରି ଓଡ଼ିଶାକୁ ଯିବା…

Read More

ଅନଲାଇନ୍ ପେମେଣ୍ଟ ବେଳେ ଆବଶ୍ୟକ ନାହିଁ ସିଭିଭି ନମ୍ବରର

ନୂଆଦିଲ୍ଲୀ :ଏଟିଏମ୍ କାର୍ଡରେ ପେମେଣ୍ଟ୍‌ କରିବା ବେଳେ ତାହାର ପଛରେ ଥିବା ତିନି ଅଙ୍କର ସିଭିଭି ନମ୍ବର ଆବଶ୍ୟକ ପଡ଼ିଥାଏ। ବିଶେଷ କରି ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ । । ଏବେ ବିନା ସିଭିଭିରେ କାର୍ଡ ପେମେଣ୍ଟ୍‌ କରିବା ସୁବିଧା ଆରମ୍ଭ କରାଯାଇଛି। ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି ଯେ ଇ-କମର୍ସରେ ପେମେଣ୍ଟ୍‌ ଲାଗି ଯେଉଁମାନେ କାର୍ଡର ଟୋକେନାଇଜେସନ୍‌ କରିଥିବେ ସେମାନେ ବିନା ସିଭିଭିରେ ପେମେଣ୍ଟ୍‌ କରିପାରିବେ । ଭାରତୀୟ ରିଜର୍ଭ…

Read More

ଅନିଶ୍ଚିତତା ରେ ୫୦୦୦ କୋଟି ପୁଞ୍ଜି ନିବେଶ, ଅଟକିଛି
୩୦୦୦ ନିଯୁକ୍ତି ସୁଯୋଗ

ଯାଜପୁର,୧୫/୫(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ହେଲେ ପୁଞ୍ଜିନିବେଶ ବଢିବ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି କରିବ। ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଦେଶ, ବିଦେଶ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଥିପାଇଁ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ଏକାଧିକ ଶିଳ୍ପ ସଂସ୍ଥାକୁ ଏଯାଏଁ ଜମି ହସ୍ତାନ୍ତର କରାଯାଇନାହିଁ। ଏଠି ସାରା ଓଡ଼ିଶା କଥା କୁହାଯାଉନାହିଁ। ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର କଳିଙ୍ଗନଗର କଥା…

Read More

ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ସନ୍ତୋଷଜନକ : ଶକ୍ତିକାନ୍ତ ଦାସ

ମୁମ୍ବାଇ : ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟିବା ବେଶ ସନ୍ତୋଷଜନକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆଜି ଜାରି ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ମୁଦ୍ରା ନୀତି ସଠିକ୍ ପଥରେ ରହିଛି। ତେବେ ଆଗାମୀ ଦିନରେ ସୁଧକୁ ନେଇ ରିଜର୍ଭ ବ୍ୟାଙ୍କ କିଛି ପଦକ୍ଷେପ ନେବ ନା ନାହିଁ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛନ୍ତି। ଜି୨୦ ସେର୍‌ପା ଅମିତାଭ କାନ୍ତଙ୍କ ପୁସ୍ତକ ‘ମେଡ୍‌ ଇନ୍ ଇଣ୍ଡିଆ’ର ଉନ୍ମୋଚନ ଅବସରରେ…

Read More

ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତର ପ୍ରମୁଖ ଶିଳ୍ପପତି ମାନଙ୍କ କାନାଡ଼ା ଗସ୍ତ

ଭୁବନେଶ୍ୱର, ମେ ୧୨, ୨୦୨୩: ବାଣିଜ୍ୟ ଓ ନିବେଶ ସଂକ୍ରାନ୍ତରେ ମନ୍ତ୍ରୀ ସ୍ତରୀୟ ଆଲୋଚନା ପାଇଁ କାନାଡା ଗସ୍ତରେ ଥିବା ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ଦେଶର ପ୍ରମୁଖ ଶିଳ୍ପପତି ମାନଙ୍କ ଏକ ସମୂହ ଫିକି ଅଧ୍ୟକ୍ଷ ତଥା ଇମ୍ଫା ପରିଚାଳନା ନିର୍ଦେଶକ (ଏମଡ଼ି) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଯୋଗ ଦେଇଛନ୍ତି । ଗତ ୯ ତାରିଖରେ ଫିକି ଏବଂ କାନାଡ଼ା ବାଣିଜ୍ୟ ପରିଷଦ (ବିସିସି)ର ମିଳିତ ଉଦ୍ୟମରେ ଅନୁଷ୍ଠିତ…

Read More

ସିଇଓ ପଦ ଛାଡିବେ ମସ୍କ

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ବିଟର୍‌ ସିଇଓ ପଦ ଛାଡିବେ ଏଲନ୍‌ ମସ୍କ । ପଦ ଛାଡିବା ନେଇ ନିଜେ ଏଲନ୍‌ ମସ୍କ ଟ୍ବ୍ଇଟ କରି କହିଛନ୍ତି  । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂତନ ସିଇଓ ନିଯୁକ୍ତି ହେବା ନେଇ ମସ୍କ ସୂଚନା ଦେଇଛନ୍ତି । ଏଥିସହ ଜଣେ ମହିଳା ଟ୍ୱିଟରର ପରବର୍ତ୍ତୀ ସିଇଓ ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା…

Read More

ୱାଟ୍ସଆପ୍ ପରି ଟ୍ବିଟରରେ ମିଳିବ ଭିଡିଓ ଓ ଅଡିଓ କଲିଂ ସୁବିଧା

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବା ନେଇ ମସ୍କ କହିଛନ୍ତି । ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ହ୍ବାଟସ୍‌ଆପ୍‌ରେ କଲ୍ କରୁଥିବା ଭଳି ଟ୍ବିଟର୍‌ ଆପ୍‌ରେ ଭଏସ୍ ଓ ଭିଡିଓ କଲ୍ କରିପାରି‌ବେ। ବ୍ୟବହାରକାରୀମାନେ…

Read More