ଗୋପାଳପୁର ଆସନରେ ବିକ୍ରମଙ୍କ କାର୍ଯ୍ୟକ୍ରମ କେତେ ଗ୍ରହଣୀୟ ହେଉଛି…କ’ଣ ଆସିଛି ରିପୋର୍ଟ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ପ୍ରାର୍ଥୀ ହେବ, ସେ ନେଇ ବିଜେଡି ଶିବିରରେ ବ୍ୟାପକ ଉତ୍ସାହ ରହିଛି। ଏକଦା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତି ବିଶ୍ୱସ୍ତ ଅଫିସର ଗୋପବନ୍ଧୁ ଦାଶଙ୍କୁ ଏହି ଆସନରେ ସଂଗଠନ ଦାୟିତ୍ୱ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ ହୋଇଥିଲେ ବି ସଂଗଠନରେ ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଇନଥିଲା । ପରେ ତାଙ୍କୁ କିଛି କୋଟେରୀ ନେତା ପରିବର୍ତ୍ତନ କରାଇଦେଇଥିଲେ। ଏବେ ଯାଏଁ, ବିଜେଡି କାହାରିକୁ ପ୍ରାର୍ଥୀ କରିବ,…
