ସୂର୍ଯ୍ୟଙ୍କ ଦିଗପହଣ୍ଡି ଉପରେ ଚନ୍ଦ୍ରଶେଖରଙ୍କ ଆଖି
ବ୍ରହ୍ମପୁର: ଦୀର୍ଘ ତିନି ଦଶନ୍ଧି ଧରି ଗଞ୍ଜାମ ଜିଲା ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିପାରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ଏବେ ଶଯ୍ୟାଶାୟୀ। ପ୍ରଥମେ ମୋହନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଦିଗପହଣ୍ଡି ବିଧାନସଭା ଆସନରୁ ମୋଟ ଛଅ ଥର ବିଧାୟକ ହୋଇଥିବା ‘ଆନ୍ନା’ଙ୍କ କିଏ ହେବ ଉତ୍ତରାଧିକାରୀ, ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିଗପହଣ୍ଡିରେ ବିଜେଡ଼ିର ନେତୃତ୍ବ ହାତେଇବା ପାଇଁ ସୂର୍ଯ୍ୟଙ୍କ ପୁତ୍ର ବିପ୍ଲବ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା…
