ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ବଜେଟରେ ଉପସ୍ଥାପିତ ହେଲା ଇଣ୍ଟର୍ଣ୍ଣସିପ୍ ଯୋଜନା
ନୂଆଦିଲ୍ଲୀ ; ଆଜି ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ଏଥର ବଜେଟରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଛି । ଏନେଇ ନିର୍ମଳା କହିଛନ୍ତି, ଦେଶର ସବୁଠୁ ଦକ୍ଷ କମ୍ପାନୀରେ…
