ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ, ପୁଅ ମାନଙ୍କୁ ପଛରେ ପକାଇଲେ ଝିଅ…

ଭୁବନେଶ୍ଵର; ପ୍ରକାଶ ପାଇଛି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଗତବର୍ଷ ଅପେକ୍ଷା ଚଳିତବର୍ଷ ମୋଟ ପାସ୍ ହାରରେ ଆସିଛି ୦.୬୫ ପ୍ରତିଶତ ଉନ୍ନତି । ଚଳିତବର୍ଷ ପାସହାର ପ୍ରତିଶତ ରହିଛି ୮୭.୯୮ । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।  ମୋଟ ୧୮,୪୧୭ ବିଦ୍ୟାଳୟର ଛତ୍ରଛାତ୍ରୀ ୭,୧୨୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ତ୍ରିଭାଣ୍ଡ୍ରମ୍ ରେ ପାସ ହାର ସର୍ବାଧିକ ୯୯.୯୧…

Read More

କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ  ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଏହି ଜାମିନ୍‌ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ମିଳିଛି। କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ।  ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ…

Read More

ବିପଦରେ ହରିୟାଣା ସରକାର ! ବିଜେପିରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ ଜଣାଇଲେ ଏହି ୩ ବିଧାୟକ…

ଲୋକସଭା ନିର୍ବାଚନ ଭିତରେ ହରିଆଣାରେ କ୍ଷମତାରେ ଥିବା  ବିଜେପି ସରକାରକୁ ଲାଗିଛି ଝଟକା । ପୂର୍ବରୁ ବିଜେପି ଓ ଜେଜେପିର ମିଳିତ ମେଣ୍ଟରେ ହରିୟାଣାରେ ସରକାର ଗଠିତ ହେଇଥିଲା। ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ୱାଧୀନ ବିଧାୟକ। ଏହାପରେ ନାୟବ ସିଂ ସଇନିଙ୍କ ନେତୃତ୍ୱାଧୀନ ସରକାର ପ୍ରତି ବଢିଲା ସଂକଟ। ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିବା ୩ ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ୍ ଓ ଧର୍ମପାଲ ଗୋଣ୍ଡର। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ଭୋଟ ବେଳେ ପୁଣି ଆହତ ହେଲେ ମମତା…

ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି।

Read More

ପାଟନାର ଏକ ହୋଟଲରେ ଭୟଙ୍କର ଅଗ୍ନିକାଣ୍ଡ , ୬ ମୃତ

ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଆଜି ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ୪୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କୋଠାରୁ ଅଗ୍ନିଶମ ବାହିନୀ ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଡିଆଇଜି (ଅଗ୍ନିଶମ) ମୃତ୍ୟୁଞ୍ଜୟ କୁମାର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଆମେ ନିଆଁକୁ ଆୟତ୍ତ କରିଛୁ। ପୂର୍ବାହ୍ନ ପ୍ରାୟ…

Read More

ପ୍ରକାଶ ପାଇଲା ୨୦୨୩ ୟୁପିଏସସି ପରୀକ୍ଷା ଫଳ; ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନରେ

ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି । ନିଯୁକ୍ତି ପାଇଁ ମୋଟ ୧୦୧୬ ପ୍ରାର୍ଥୀଙ୍କୁ…

Read More

ଫାଶୀ ଦିବସରେ ମନେ ପଡ଼ିଲେ ଶହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ…

ଭୁବନେଶ୍ୱର : ଇଂରେଜ ଶାସନ ବିରୋଧରେ  ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଦେଶପ୍ରେମ, ବୀରତ୍ୱ ତଥା ଆତ୍ମବଳିଦାନର ଯେଉଁସବୁ ଶ୍ରେଷ୍ଠ ଉଦାହରଣ ରହିଛି, ଶହୀଦ ଭଗତ ସିଂଙ୍କ ବ୍ୟକ୍ତିତ୍ୱରେ ସେସବୁର ଏକ ପରିପକ୍ୱ, ଉନ୍ନତ ଓ ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ୍ ସିଂ ଓ ତାଙ୍କର ଦୁଇ ସାଥି ସୁଖଦେବ୍ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ…

Read More

ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଓଡ଼ିଶା ବିଷୟରେ ହେବ ଆଲୋଚନା

ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆୟୋଜିତ ହେବ । ଏହି ବୈଠକରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସମେତ ୮ ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ…

Read More

ମେଣ୍ଟ ଚର୍ଚ୍ଚାକୁ ଝୁଲାଇ ରଖିଲେ ଭି.କେ ପାଣ୍ଡିଆନ୍, ଅମିତ ଶାହାଙ୍କ ପରି କଥା ମୋଦି-ନବୀନଙ୍କ ଉପରେ ଛାଡିଲେ …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ତୃତୀୟ ଥର କ୍ଷମତାକୁ ଆସିବା ନେଇ ମେଣ୍ଟ ଆବଶ୍ୟକ ନାହିଁ।  ମୋଦିଙ୍କୁ ବିଜେଡିର ସହଯୋଗ ଆବଶ୍ୟକ ନାହିଁ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ମେଣ୍ଟ ଦରକାର ନାହିଁ। ମେଣ୍ଟ ନେଇ ଯେଉଁ ଆଲୋଚନା ରହିଛି, ତାହା ସାଧାରଣ ରାଜନୈତିକ ଚର୍ଚ୍ଚାରୁ ଉର୍ଦ୍ଧ୍ୱରେ । ଦୁଇଜଣ ଉତ୍ତୃଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଏକ ବୃହତର ସ୍ୱାର୍ଥ ପାଇଁ ପରସ୍ପରକୁ ସମ୍ମାନ କରନ୍ତି। ଏହା…

Read More

ଭାରତରେ ନିର୍ବାଚନ ପାଇଁ ଫେସବୁକରେ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା ୨୦୧୪ ପରଠାରୁ ପରିବର୍ତ୍ତନ ହୋଇଛି ଅନେକ ପରିସଂଖ୍ୟାନ

ଗଣତନ୍ତ୍ରରେ ଲୋକଙ୍କ ଭୋଟରେ ସରକାର ଗଠନ ଓ ଭଙ୍ଗ ହୋଇଥାଏ। ସମଗ୍ର ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପ୍ରଚାର । ଦୁଇ ଦଶନ୍ଧି ପୂର୍ବରୁ ଟିଭି ଓ ଖବରକାଗଜ ପ୍ରଚାରର ସବୁଠାରୁ ବଡ଼ ମାଧ୍ୟମ ଥିଲା।୨୪ ଘଣ୍ଟାରେ ଥରେ ଖବରକାଗଜ ପ୍ରକାଶ ପାଇବା ପରେ ଖବରକାଗଜ ସର୍ବସାଧାରଣଙ୍କ ପାଖରେ ପହଞ୍ଚୁଥିବାବେଳେ ଟେଲିଭିଜନରେ ୨୪ ଘଣ୍ଟିଆ ଖବର ପ୍ରକାଶ ପାଇଥାଏ। କିନ୍ତୁ ଏବେ ସେକେଣ୍ଡରେ ଲୋକଙ୍କ ପାଖରେ ସୂଚନା ପହଞ୍ଚୁଛି ଏବଂ ଏହାର ସବୁଠାରୁ ବଡ଼ ମାଧ୍ୟମ…

Read More