ମୁର୍ଖାଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳ ସ୍ଥିତ ମୁଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଗୁରୁବାର ଖରାବେଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି…
