ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ମିଗ୍-୨୧

ନୂଆଦିଲ୍ଲୀ : ମାସକ ଭିତରେ ଦ୍ବିତୀୟ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର ମିଗ୍ – ୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି। ୪ ଦିନ ପୂର୍ବରୁ…

Read More

ଆତଙ୍କବାଦୀ ଗୁଳିରେ ପୁଣି ୫ ଯବାନ ସହିଦ

ନୂଆଦିଲ୍ଲୀ : ଦେଶରେ ଜାରିରହିଛି ଆତଙ୍କବାଦ ହମଲା । କିଛିଦିନ ତଳେ ପୁଂଜିରେ ଆତଙ୍କବାଦୀ ବିସ୍ପୋରଣରେ ପାଞ୍ଚ ଜଣ  ଯବାନଙ୍କୁ ସହିଦ୍ ହୋଇଥିଲେ  ।  ଗତକାଲି ସକାଳେ ପୁଣି ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଲିବିନିମୟରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବେ ଦାକ୍ତରଖାନାରେ  ଚିକିତ୍ସିତ ହେଉଛନ୍ତି…

Read More

ମଣିପୁର ହିଂସାକାଣ୍ଡ : ଦଙ୍ଗାକରୀଙ୍କୁ ଗୁଳି ଆଦେଶ

ଇମ୍ଫାଲ: ମଣିପୁର ହିଂସାକାଣ୍ଡ ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ ଦେଇଛନ୍ତି। ମଣିପୁର ରାଜ୍ୟପାଳ ଗୁରୁବାର ରାଜ୍ୟ ଗୃହ ବିଭାଗକୁ ଏହି ଗୁଳି ଆଦେଶକୁ ଅନୁମୋଦନ କରିଛନ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି। ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ…

Read More

ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ପାଇଲଟ ଆହତ ହୋଇଛନ୍ତି। କିନ୍ତୁ ସେ ସୁରକ୍ଷିତ ଅଛନ୍ତି।    କିସ୍ତୱାଡ଼ ଜିଲ୍ଲାର ମାର୍‌ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍‌ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନାନୁସାରେ…

Read More

ରାହୁଲଙ୍କୁ ନିରାଶ କଲେ ଗୁଜୁରାଟ ହାଇକୋର୍ଟ

ଅହମ୍ମଦାବାଦ: ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଉ ଏକ ଝଟକା। ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଦଣ୍ଡାଦେଶ ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି। କୋର୍ଟ ଗ୍ ଜୁନ ୪ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି ଆଜି କହିଛନ୍ତି। ମୋଦି ସାଙ୍ଗିଆ ବୟାନ ପାଇଁ…

Read More

ବିଜେପିଠୁ ବିପଦ ଜାଣି ଆଗୁଆ ସତର୍କ ହୋଇଗଲେ ବୋଧେ ଶରଦ ଚତୁର ପାୱାର

ମୁମ୍ବାଇ : ମଙ୍ଗଳବାର ଏକ ସମ୍ପୂର୍ଣ ଅଣ ରାଜନୈତିକ କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ l ହେଲେ ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ଥିବାରୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଇସ୍ତଫା ସମ୍ପର୍କରେ ଘୋଷଣା କରିବା ମାତ୍ରେ ପାୱାରଙ୍କ ସମର୍ଥକମାନେ ତାଙ୍କୁ ଘେରି ଯାଇଥିଲେ। ସେମାନେ ତାଙ୍କ ଆଗରେ କାନ୍ଦିବା ସହ ହାତ ଯୋଡ଼ି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ। ମାତ୍ର…

Read More

ପଞ୍ଜାବର ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍ ୯ ମୃତ ୧୧ ଆହାତ

ଲୁଧିଆନା ; ଆଜି ସକାଳେ ପଞ୍ଜାବର ଲୁଧିଆନାରେ ଘଟିଛି ଏକ ବଡ ଅଘଟଣ । ଗ୍ୟାସପୁରାରେ ଗ୍ୟାସ ଲିକ୍ ଯୋଗୁଁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ଚେତାଶୂନ୍ୟ ହୋଇଥିବା ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିବା ସହ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଗ୍ୟାସ୍ ଲିକର କାରଣ ଜଣାପଡ଼ିନାହିଁ । ସୂଚନା ମୁତାବକ,…

Read More

ଆଜି ବିଶ୍ବ ଶ୍ରମିକ ଦିବସ

ଭୁବନେଶ୍ବର: ଶତାଧିକ ରାଷ୍ଟ୍ରରେ ଆଜି ପାଳିତ ହେଉଛି ଶ୍ରମିକ ଦିବସ । ୧୮୮୨ରେ ଆମେରିକା ଓ କାନାଡାରେ ପ୍ରଥମ କରି ସେପ୍ଟେମ୍ବର ମାସରେ ଏହା ପାଳିନ କରାଯାଇଥିଲା । କିନ୍ତୁ କିଛି ବର୍ଷ ପରେ ମେ ମାସ ପହିଲାରେ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଶ୍ରମିକମାନେ‌ ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଏକ ଆନ୍ଦୋଳନର ରୂପ ନେଇଥିଲ । ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ…

Read More

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ ; ଜୁନ ୪ ତାରିଖରେ ଜେଇଇ ଆଡଭାନ୍ସଡ୍ ପରିକ୍ଷା

ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ଫଳାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏନ୍‌ଟିଏର ଅଫିସିଆଲ ଓ୍ବେବସାଇଟ୍‌ jeemain.nta.nic.in କୁ ଯାଇ ନିଜର ମାର୍କ ଚେକ୍‌ କରିପାରିବେ। ଏପରିକି ଲଗିନ୍‌ କରିବା ସମୟରେ ଛାତ୍ରୀଛାତ୍ର ନିଜ ରେଜିଷ୍ଟ୍ରେସନ ନମ୍ବର କିମ୍ବା ରୋଲ୍‌ ନମ୍ବର ଦାଖଲ କରି ନିଜ ରେଜଲ୍ଟ ପାଇପାରିବେ।ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି।…

Read More

ଜିଆ ହତ୍ୟା ମାମଲରେ,ସୁରୋଜ ଦୋଷମୁକ୍ତ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି।ପ୍ରମାଣ ଅଭାବରୁ ବିଚାରପତି  ଏ. ଏସ୍‌. ସୟଦ୍‌ ସୂରଜଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି। ମୁମ୍ବାଇସ୍ଥିତ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତର ବିଚାରପତି ସୟେଦ୍‌ କହିଲେ, ଯଥେଷ୍ଟ ପ୍ରମାଣ ଅଭାବରୁ ଏହି ଅଦାଲତ ପଞ୍ଚୋଲିଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁ ନାହିଁ, । ୨୦୧୩ରେ ମୁମ୍ବାଇସ୍ଥିତ ବାସଭବନରେ ୨୫ ବର୍ଷୀୟ ଜିଆ ଖାନ୍‌ଙ୍କୁ ଫାଶୀ ଲଗାଇ…

Read More