ହନିଙ୍କୁ ମିଳିଲା ହତ୍ୟା ଧମକ

ବଲିଉଡ୍‌ର ରାପର୍‌ ହନି ସିଂଙ୍କୁ ମିଳିଛି ହତ୍ୟା ଧମକ । ଏନେଇ ହନି ସିଂ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ୧୯ ଜୁନ୍‌ରେ ତାଙ୍କ ମ୍ୟାନେଜର୍‌ ଛାବ୍ରାଙ୍କୁ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବ୍ରାର୍‌ଙ୍କ କଲ୍‌ ଆସିଥିଲା । କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଗୋଲ୍ଡି ବ୍ରାର୍‌ ବୋଲି କହିବା ସହ ହନି ସିଂଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ ।ଗାୟକ…

Read More

ନୂଆଦିଲ୍ଲୀ, ବିଶାଖାପାଟଣା ଓ ନୋଏଡ଼ାରେ ରଥଯାତ୍ରା ପାଳିତ

ଭୁବନେଶ୍ୱର : ପୁରୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ରାଜ୍ୟ ବାହାରେ ମଧ୍ୟ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ, ନୋଏଡା ଏବଂ ବିଶାଖାପାଟଣାର ରଥଯାତ୍ରା ବେଶ୍ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ବିଶାଖା ପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ…

Read More

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରିଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

Read More

ମୁର୍ଖାଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳ ସ୍ଥିତ ମୁଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଗୁରୁବାର ଖରାବେଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି…

Read More

ବାତ୍ୟା ବିପର୍ଯ୍ୟୟ ପାଇଁ ୮ ରାଜ୍ୟକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ମାଡ଼ିଆସୁଛି ବାତ୍ୟା ‘ବିପର୍ଯ୍ୟୟ। ଏହାର ମୁକାବିଲା ପାଇଁ ଘନ ଘନ ବୈଠକ କରାଯାଉଛି । ୮ ରାଜ୍ୟକୁ ସତର୍କତା ଜାରି କରାଯାଇଛି । ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳରେ ମାଡ ହେବ ବାତ୍ୟା ବିପର୍ଯ୍ୟୟ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

Read More

ମୋଦି ବିରୋଧିଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପଡ଼ିଥିଲା ଚାପ, ଖଣ୍ଡନ କଲେ ମନ୍ତ୍ରୀ

ନୂଆଦିଲ୍ଲୀ :  ଦିନକ ପୂର୍ବରୁ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନରେନ୍ଦ୍ର ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ନେଇ ଏକ ଭୟଙ୍କର ବୟାନ ଦେବା ସହ  ଅଭିଯୋଗ ଆଣିଛନ୍ତି | ଅର୍ନ୍ତଜାତୀୟ ଗଣମାଧ୍ୟମକୁ ମତାମତ ଦେଇ ଜ୍ୟାକ୍  ଡୋର୍ସି କହିଛନ୍ତି ଯେ, ଗତବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଏହାକୁ ସମାଲୋଚନା କରୁଥିବା ଲୋକଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ନିଲମ୍ବନ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ…

Read More

ଚୀନ କହୁଛି ଭାରତୀୟ ସାମ୍ବାଦିକ ଦେଶ ଛାଡ଼

ବେଜିଂ:  ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ତିବ୍ର ହେବାରେ  ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରକୁ ଅପଡେଟ୍ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର…

Read More

ଗୁଜୁରାଟରେ ତାଣ୍ଡବ ରଚିବ ବାତ୍ୟା ‘ବିପର୍ଯ୍ୟୟ ‘

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ (ଗୁରୁବାର) ଅପରାହ୍ଣରେ ଗୁଜରାଟର ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ପୂର୍ବାନୁମାନ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ। ବାତ୍ୟାକୁ ନେଇ ଆଇଏମଡି ଗୁଜରାଟର…

Read More

ଆହୁରି କୁହୁଳୁଛି ମଣିପୁର ହିଂସାକାଣ୍ଡ

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ ମଧ୍ୟରେ ରାଜ୍ୟର ୧୧ଜଣ ଅଧିକାରୀଙ୍କୁ ଶନିବାର ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମଧ୍ୟ ଅଛନ୍ତି।ତେବେ ଗୃହମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ରାଜ୍ୟର ଡିଜିପି ପି.ଡୋଙ୍ଗଲଙ୍କୁ ତାଙ୍କ…

Read More

କେଜରିୱାଲ ଗୁଜୁରାଟ ହାଇକୋର୍ଟର ଦ୍ବାରସ୍ଥ ହେଲେ

ଅହମଦାବାଦ : ଗତ ମାର୍ଚ୍ଚ ମାସରେ ଗୁଜୁରାଟ ହାଇକୋର୍ଟ ଦିଲ୍ଲୀ ମୂଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜରିୱାଲଙ୍କ ଉପରେ ୨୫୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ଏହାର ପୁନର୍ବିଚାର କରିବା ପାଇଁ କେଜରିୱାଲ ଗୁଜରାଟର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଗୁଜୁରାଟ ବିଶ୍ବବିଦ୍ୟାଳୟ, କେନ୍ଦ୍ର ସରକାର, କେନ୍ଦ୍ରୀୟ ସୁଚନା କମିଶନ ଓ ପୂର୍ବତନ ମୂଖ୍ୟ ସୂଚନା କମିଶନର ଶ୍ରୀ ଶ୍ରୀଧର ଆଚାର୍ଯ୍ୟଲୁଙ୍କୁ ନୋଟିସ ଜାରି…

Read More