ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା

ଭୁବନେଶ୍ୱର: ରାଜ୍ୟ ସରକାର ମିନତି ବେହେରାଙ୍କୁ ଓଡିଶା ରାଜ୍ୟ ମହିଳା ଆୟୋଗ (ଓଏସସିଡବ୍ଲୁ) ର ଅଧ୍ୟକ୍ଷା ପଦରୁ ବହିଷ୍କୃତ କରିଛନ୍ତି। ଶନିବାର ମହିଳା ଏବଂ ଶିଶୁ ବିକାଶ ବିଭାଗ ବେହେରାଙ୍କୁ ଏହି ପଦବୀରୁ ହଟାଇବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା । ତେବେ ଆଜି ଅଥବା ସୋମବାର ଏହି ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳର ମହିଳା ୱିଙ୍ଗର ପୂର୍ବତନ ସଭାପତି ମିନତି ବେହେରାଙ୍କୁ ପୂର୍ବ ବିଜେଡି ସରକାର ସେପ୍ଟେମ୍ବର ୨୦୨୨ ରେ ଓଏସଡବ୍ଲ୍ୟୁର…

Read More

ଜାନୁଆରୀ ମାସରୁ ରାସନ କାର୍ଡରେ ମିଳିବ ଗହମ

ଭୁବନେଶ୍ୱର: ରାସନ୍ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର। ପୁର୍ବ ଭଳି ରାସନ୍ କାର୍ଡରେ ମିଳିବ ଗହମ। ଜାନୁଆରୀ ମାସରୁ ଗହମ ମିଳିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଲୋକଙ୍କ ଚାହିଦା ହିସାବରେ ଗହମ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।  ସେହିପରି ଅପରପକ୍ଷେଇ-କେୱାଇସିକୁ ନେଇ ସାଧାରଣରେ ଥ‌ିବା ଦ୍ଵନ୍ଦ୍ର ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅନ୍ତିମ ପର୍ଯ୍ୟାୟରେ…

Read More

ଖାଦ୍ୟ ସୁରକ୍ଷା ଆଇନକୁ ପାଳନ କରୁନାହିଁ ବିଜେପି ସରକାର, ପ୍ରଶାସନିକ ଅବହେଳା ନେଇଛି ଜୀବନ, ଦୋଷୀ କେମିତିକା ତଦନ୍ତ କରିବ : ଶ୍ରୀକାନ୍ତ

ଭୁବନେଶ୍ୱର-  ମୋହନ ମାଝିଙ୍କ ନେତୃତ୍ୱାଧିନ ବିଜେପି ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଉଲ୍ଲଂଘନ କରିଛନ୍ତି। ଏହି ଉଲ୍ଲଂଘନ ରାଜ୍ୟର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପକା ଗାଁର ଦୁଇ ମହିଳାଙ୍କ ଜୀବନ ନେଇଛନ୍ତି। ସେହିପରି ଅନ୍ୟ ଛଅ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ନୈତିକ ଦାୟିତ୍ୱ ଯେଉଁ ଅଧିକାରୀମାନେ ନେବା କଥା, ସେହିମାନଙ୍କୁ ତଦନ୍ତ କରିବାକୁ…

Read More

ବଲାଙ୍ଗୀରରେ ୬୨୧ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗୀର ଜିଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏ ନେଇ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବିସ୍ତୃତ ବିବରଣୀ ଦେଇଥିଲେ। ୬୨୧ କୋଟି ଟଙ୍କା ବ୍ୟୟରେ ମୋଟ ୨୭ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଲୋୟର ସୁକତେଲ ନିର୍ମାଣ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା ବୋଲି କହି…

Read More

କୋଟିଏ ୨ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା, ଆହୁରି ୨୦ ଲକ୍ଷ ହେବେ ସାମିଲ

ଭୁବନେଶ୍ବର:କୋଟିଏ ୨ ଲକ୍ଷ ହିତାଧିକାରୀଙ୍କୁ ଡିସେମ୍ବର ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା। ଅନ୍ୟପଟେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ତିନିଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେହିପରି ନଭେମ୍ବର ଶେ‌ଷ ସୁଦ୍ଧା ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ। ଏମାନଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ସେପଟେ ପୁଣି ତିଆରି…

Read More

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଘୋଷଣା, ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିବ ନୂଆ ଗାଇଡଲାଇନ

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ପାଇଁ ତିଆରି ହେବ ପୁଣି ଗାଇଡ଼ ଲାଇନ । ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ।  ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ଏଥିଲାଗି ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍। ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ,ସେନେଇ ନୂଆ ଗାଇଡ଼ ଲାଇନ ଆସିବାକୁ ଯାଉଛି । ଏନେଇ…

Read More

ତୃତୀୟ ପର୍ଯ୍ୟାୟରେ ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଘୋଷଣା ହେବା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବାଦ୍‌ ପଡିଥିବା ସବୁ ଅଙ୍ଗନବାଡି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା । କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଖାରଜ ହୋଇଥିବା ୨ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍‌ ହେବ । ବାରମ୍ବାର ଚେକ୍‌ ହେବ, କେହି ବି ବଞ୍ଚିତ ହେବେ ନାହିଁ । ଏଥିପାଇଁ ୧…

Read More

ସ୍ଵର୍ଗଦ୍ଵାରରେ ଶବ ଦାହ ପାଇଁ ଆବଶ୍ୟକ ହେବନି କାଠ, ସରକାର ଆଣୁଛନ୍ତି ଏମିତି ନିୟମ

ଭୁବନେଶ୍ବର: ଶବ ଦାହ ପାଇଁ ଆଉ ଆବଶ୍ୟକ ହେବନି କାଠ। ଏଣିକି ସ୍ୱର୍ଗଦ୍ୱାରରେ ଗୋବର କାଠ ବା ଘସିରେ ହେବ ଅନ୍ତିମ ସଂସ୍କାର। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଖୁବ ଶୀଘ୍ର ବିଚାର…

Read More

ଭାରତୀୟ ରାଜନୀତିରେ ଜନତା ଦଳ : କ୍ଷମତା, ବିଭାଜନ ଓ କାରଣ

ଭୁବନେଶ୍ୱର: (ବିଜୟ ସାହୁ/ବ୍ୟୁରୋ)-ପ୍ୟାସା ଫିଲ୍ମରେ ଶାହୀର ଲୁଧିଆନୀ ଙ୍କ ସଙ୍ଗୀତର ଗୋଟିଏ ପଂକ୍ତିରେ ଥିଲା – ଏହି ଦୁନିଆରେ ଯେଉଁଠି ମଣିଷର ମୂଲ୍ୟ କିଛି ନାହିଁ , ଆନୁଗତ୍ୟ କିଛି ନାହିଁ, ବନ୍ଧୁତ୍ୱ କିଛି ନାହିଁ, ପ୍ରେମର ଆଦର ନାହିଁ, ସେଭଳି ଏକ ଦୁନିଆ ଯଦି ବି ମିଳିଯାଏ ,କଣ ବି ମିଳିଗଲା । ବର୍ତ୍ତମାନର କ୍ଷମତା ରାଜନୀତି କ୍ଷେତ୍ର ପାଇଁ ଏହି ପଂକ୍ତିଟି ମଧ୍ୟ ପ୍ରଯୋଜ୍ୟ ।ଜନତା ପରିବାର ପାଇଁ ଅଧିକ ପ୍ରଯୋଜ୍ୟ । ଏହି…

Read More

୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ଜରିଆରେ  ୫୧ ହଜାର ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୋଜଗାର ମେଳା ଜରିଆରେ ନିଯୁକ୍ତି ପତ୍ର ବଣ୍ଟାଯାଇଛି। ଦେଶର ପ୍ରାୟ ୪୦ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ମେଳାରେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ଚୟନ ପ୍ରାର୍ଥୀ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ…

Read More