ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ୍ ମୋଦି

ଭୁବନେଶ୍ବର:  ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦର ଠାରେ ପହଁଚିବେ। ସେଠାରୁ ସେ ଜନତା ମଇଦାନକୁ ଯିବେ। ସେହି ଦିନ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ହିତଧିକାରୀଙ୍କୁ ଟଙ୍କା ବଣ୍ଟନରେ ଯୋଜନା ରହିଛି। ଅପରାହ୍ଣ ୩ଟା ୨୫ ମିନିଟ…

Read More

୨୦୨୫ ସୁଦ୍ଧା ସବୁ ଗାଁକୁ ସଂଯୋଗ ହେବ ବିଦ୍ୟୁତ ; କେ.ଭି ସିଂଦେଓ

ଭୁବନେଶ୍ଵର; ବିଧାନସଭା ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ। ବିଭିନ୍ନ ଗ୍ରାମରେ ବିଜୁଳି ବ୍ୟବସ୍ଥାକୁ ନେଇ ଗୃହରେ ପ୍ରଶ୍ନ ସୃଷ୍ଟି ହୋଇଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ। ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ…

Read More

ରାଜ୍ୟ ପୁଲିସ୍ ପ୍ରଶାସନରେ ବଡ଼ ଧରଣର ଅଦଳବଦଳକୁ ଅପେକ୍ଷା …

ଭୁବନେଶ୍ୱର : ବିଧାନସଭା ଅଧିବେଶନ ସରିଛି। ସମସ୍ତଙ୍କ ନଜର ପୁଣି ପ୍ରଶାସନ ମୁହାଁ ହୋଇଛି। ଆଇଏଏସ୍ ଅଦଳବଦଳ ପରେ ଏବେ ରାଜ୍ୟ ପ୍ରଶାସନରେ ଆଇପିଏସ୍ ଅଦଳବଦଳ ଉପରେ ସମସ୍ତଙ୍କ ନଜର ରହିଛି। ଖୁରାନିଆ ମହୋଦୟ ଡିଜି ଦାୟିତ୍ୱ ନେବା ପରେ ପୂର୍ବ ଡିଜି ଅରୁଣ ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର କଥା ଚିନ୍ତା କରୁଥିବା ପୁଲିସ୍ କରିଡରରେ ଚର୍ଚ୍ଚା ହେଉଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ଦ୍ୱୈତ ନଗର କମିଶନରରୁ ଅପସାରିତ କରି ଅନ୍ୟ ଏକ ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Read More

ଦିନକୁ ୨୭ ଟଙ୍କା ଦେଇ ମା-ଭଉଣୀଙ୍କୁ ବିଜେପି ସରକାର ଭଣ୍ଡାଇଦେଲା-ରାମଚନ୍ଦ୍ର କାଡାମ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟର ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହି ଯୋଜନାକୁ ଏକ ନିଆରା ଢଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାଲୋଚନା କରିଛନ୍ତି। ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପୂର୍ବରୁ ଦ୍ୱିତୀୟ ବକ୍ତା ଭାବେ ଶ୍ରୀ କାଡାମ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ବିଭିନ୍ନ ମୌଳିକ ପ୍ରସଙ୍ଗକୁ 12ଟି ଭାଗରେ ବିଭକ୍ତ କରି ପ୍ରଶ୍ନ କରିଥିଲେ। ଏହା ମଧ୍ୟରେ ସାମାଜିକ ନ୍ୟାୟ, ଖଣି ପରିଚାଳନା ଓ ଅନ୍ୟ…

Read More

ରେଭେନ୍ସା ନାମ ବଦଳ ପ୍ରସଙ୍ଗ:ନୂତନ ବିଜେଡ଼ି ସାଂସଦ ଙ୍କୁ ପୁରାତନ ବିଜେପି କର୍ମୀଙ୍କ ପ୍ରଶ୍ନ

ଭୁବନେଶ୍ୱର:(ବିଶ୍ୱରାଜ ନାୟକ)-“ପ୍ରଜାତନ୍ତ୍ର”ର ସଂପାଦକୀୟ (ଧ୍ଵନି ପ୍ରତିଧ୍ଵନି ସ୍ତମ୍ଭ) ପୃଷ୍ଠାରେ ଏକ ଆଲେଖ୍ୟ ଲେଖିଛନ୍ତି ଭର୍ତ୍ତୃହରି ମହତାବ, ବର୍ତ୍ତମାନ ରେଭେନ୍ସା ମହାବିଦ୍ୟାଳୟକୁ ନେଇ ଚାଲିଥିବା ବିତର୍କ ବା ବିବାଦ ଉପରେ। ସେହି ଆଲେଖ୍ୟର କିଛି ଅଂଶକୁ ଉଦ୍ଧୄତ କରିବା ସହ ସେହି ଜ୍ଞାନୀ, ଅଭିଜ୍ଞ ରାଜନେତାଙ୍କୁ ଏକ ରେଭେନ୍ସାର ପ୍ରାକ୍ତନ ଛାତ୍ର ଭାବେ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି। ୧. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପଦକ କଥାକୁ କିଛି ଲୋକ ଘୋରିମାଜି ତିଳକୁ ତାଳ କଲେଣି। ପ୍ରଶ୍ନ:…

Read More

ସୁଭଦ୍ରା ଯୋଜନା: ସହାୟତା ଅପେକ୍ଷା ଡ୍ରାମା ଅଧିକା

ଭୁବନେଶ୍ୱର: (ରଙ୍ଗାଚରଣ ପ୍ରଧାନ) -ଏହା ପୂର୍ବରୁ କର୍ଣାଟକ ଓ ରାଜସ୍ଥାନରେ ମଧ୍ୟ ମହିଳାଙ୍କୁ ଟଙ୍କା ଦିଆଯାଉଛି। ୧୨ ଶହ ଟଙ୍କା ଓ ୨୦୦୦ ଟଙ୍କା। କିନ୍ତୁ ସେଠାରେ ଏତେ ଡ୍ରାମା ହୋଇ ନାହିଁ। ଆମ ଉପମୂଖ୍ୟମନ୍ତ୍ରୀ ପ୍ରଥମ ହିତାଧିକାରୀ ଶହ ଫୋନରେ କଥା ହେବାର ଆମେ ଟିଭିରେ ଦେଖୁଛୁ । ମାସକୁ ୮୩୩ ଟଙ୍କା ପାଇଁ।‌ କହୁଛନ୍ତି ଐତିହାସିକ। ଭାରତର କୈାଣସି ବି ରାଜ୍ୟ ମହିଳାମାନଙ୍କୁ ଟଙ୍କା ଦେଇ ପାରିବ। କିନ୍ତୁ ସେମାନେ  ସରକାରଙ୍କ ଆର୍ଥିକ ଅବସ୍ଥା…

Read More

ଟି.ଇ ରେଭେନସା ଓ ଓଡିଶାରେ ନବଜାଗରଣ

ଭୁବନେଶ୍ୱର : (ଓଡ଼ିଆ ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି ଙ୍କ ଦୃଷ୍ଟି ରେ ରେଭେନ୍ସା ସମ୍ପର୍କିତ ଏକ ଲେଖା l ଯାହା ସାହିତ୍ୟିକ ଜ୍ୟୋତି ନନ୍ଦଙ୍କ ଫେସ୍ ବୁକ୍ କାନ୍ଥ ରୁ ସଂଗ୍ରହ କରାଯାଇଛି l) ୧୮୯୮ ସାଲ,ନଭେମ୍ବର ୩୦ ତାରିଖର ରେଭେନସା ଙ୍କର ସେ ଚିଠିର ନେଳିଆ ପୃଷ୍ଠା ଆଜି ଜୀର୍ଣ୍ଣ, ଅକ୍ଷର ସବୁ ଅସ୍ପଷ୍ଟ,ପଢିବାରେ ଅସୁବିଧା ହୁଏ .. ମାତ୍ର ସେଥିରେ ଜଣେ ଅବସରପ୍ରାପ୍ତ ଇଂରେଜ କମିଶନରଙ୍କର କର୍ମଭୂମୀ ଓଡିଶା ପ୍ରତି…

Read More

ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶ ଅନୁପ୍ରବେଶକାରୀ…

ଭୁବନେଶ୍ୱର : ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇଛି ବୋଲି ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ଜିଲ୍ଲାପାଳ, ଏସପିଙ୍କୁ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତହସିଲ୍‌,ବ୍ଲକ ଏବଂ ଥାନା ସ୍ତରରେ କମିଟି ଗଠନ ପାଇଁ କୁହାଯାଇଛି ବୋଲି ମୋହନ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

Read More

ଉନ୍ମୋଚିତ ହେଲା ‘ସୁଭଦ୍ରା’ ପୋର୍ଟାଲ

ଭୁବନେଶ୍ବର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା “ସୁଭଦ୍ରା” ପୋର୍ଟାଲକୁ ଉନ୍ମୋଚିତ କରିଛନ୍ତି । ‘ସୁଭଦ୍ରା’ ଯୋଜନା ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ସୁଭଦ୍ରା ପୋର୍ଟାଲ – https://subhadra.odisha.gov.in  । ଏଥିରେ ସମସ୍ତ ସୂଚନା ରହିବ ଏବଂ ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ । ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ…

Read More

ସୁଭଦ୍ରା ଯୋଜନାକୁ ନେଇ ଉଠୁଥିବା କିଛି ପ୍ରଶ୍ନ

ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)ତିନୋଟି ପ୍ରଶ୍ନର ଉତ୍ତର ମିଳୁନି, କାରଣ ପ୍ରଶ୍ନ ପଚାରିବା ଯାହାର ଦାୟିତ୍ଵ, ସେମାନେ ପଚାରୁ ନାହାନ୍ତି। ସେମାନଙ୍କ ଭିତରୁ କେତେକ ବମ୍ବେର ଗ୍ରାଣ୍ଡ ହାୟାଟ୍ ହୋଟେଲରେ ପ୍ରାୟୋଜିତ ଅୟାସି କରୁଛନ୍ତି। ରାଜ୍ୟ ସରକାର କହିଛନ୍ତି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ। କାହା ହାତକୁ ନଗଦ ଟଙ୍କା ଆସିବ ନାହିଁ। କାର୍ଡ ବ୍ୟବହାର କରି ଜଣେ ମହିଳା ବର୍ଷକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଓ ସେବା କିଣି…

Read More