ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟର କିଛି ସ୍ଥାନରେ ଆସନ୍ତା ୧୩ ତାରିଖରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଯାହାର ପ୍ରଭାବରେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଶନିବାର ତଥା ଆଜି ପାଇଁ ବାଲେଶ୍ୱର,…

Read More

ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ସିଂହଦ୍ୱାର ସମ୍ମୁଖରେ ତିନି ଠାକୁର । ଗତକାଲି ସୁନବେଶ ସରିବା ପରେ ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି ।ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା । ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ…

Read More

ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀର ମଙ୍ଗଳାଘାଟଠାରେ ଆୟୋଜିତ ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତିଯେ ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମଵିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ସୂଚନା ଯୋଗ୍ୟଯେ ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ”

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ, ଏହା ଆଦିବାସୀ…

Read More

କ୍ରମାଗତ ୧୧ ବର୍ଷ ଧରି ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା

( ନବଯୌବନ ଦର୍ଶନଠାରୁ ଆଜି ପର୍ଯ୍ୟନ୍ତ ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ, ସୁନାବେଶ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ୨୦ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ ଲକ୍ଷ୍ୟ ) ଭୁବନେଶ୍ୱର (୦୩/୦୭) : ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ୍ ଲଗାତାର ୧୧ତମ ବର୍ଷ ଧରି ପୁରୀରେ ରଥଯାତ୍ରାର ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛି । ଏହି ବର୍ଷ, ନବ ଯୌବନ ଦର୍ଶନ ଦିନଠାରୁ ଆଜି…

Read More

ସଂସ୍କାର ଆଣି ଉଦାହରଣ ସୃଷ୍ଟି କରନ୍ତୁ ଗଜପତି ଦିବ୍ୟସିଂହ ଦେବ

(ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଚିଠି, ଆତ୍ମ ସମ୍ମାନ ଓ ମାନବିକତାର ଉଦାହରଣ ସୃଷ୍ଟି କରନ୍ତୁ ) ପୁରୀ-(୩/୭): ମାନବୀୟ ଦୃଷ୍ଟିକୋଣରୁ ଗଜପତି ଉଦାହରଣ ସୃଷ୍ଟି କରନ୍ତୁ l ଏନେଇ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ପୁରୀ ଗଜପତି ଦିବ୍ୟ ସିଂହ ଦେବଙ୍କୁ ଚିଠି ଲେଖା ଯାଇଛି l ଅଭିଯାନ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ବ୍ୟବସ୍ଥାରେ ଗଜପତି ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି। ଛେରା-ପହଁରା କରିବା…

Read More

ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା

ଭୁବନେଶ୍ୱର : ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲା ସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି। ଏତଦ୍‌ଦ୍ୱାରା ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି। ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା…

Read More

ମହିଳା ଏବଂ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟାଙ୍କ୍ ଓ ଥାନା ପରିସର ସଫେଇ ନିମନ୍ତେ ଜାମିନ୍ ସର୍ତ୍ତାବଳୀ:ଏହି ମନୋମୁଖୀ ତଥା ମର୍ଯ୍ୟାଦାହାନୀ ସର୍ତ୍ତାବଳୀ ବିରୋଧରେ ଓଡିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା ସେସନ୍ସ କୋର୍ଟ ଦ୍ୱାରା ମନମୁଖୀ ତଥା ଅସମ୍ମାନଜନକ ଜାମିନ ସର୍ତ୍ତାବଳୀ ବିରୋଧରେ ରାଜ୍ୟର ବିଭନ୍ନ ଆଇନଜୀବୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓଡିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କୀୟ ବିବରଣୀରୁ ପ୍ରକାଶ ଯେ,(୧) ଜଣେ ମହିଳା ଶ୍ରୀମତୀ ମନୋଜ୍ଞାନା ପଟ୍ଟନାୟକ, କଟକର ଲିଙ୍କ ରୋଡ୍ ଶାଖାର ଏକ ଘରୋଇ ବ୍ୟାଙ୍କ( ICICI )ରୁ ଋଣ ନେଇଥିଲେ ଏବଂ ସେ…

Read More

ଭୁବନେଶ୍ୱରରେ ଶିଳ୍ପ ସମାଗମ ମେଳା ଉଦଘାଟିତ

ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଶ୍ରୀ…

Read More

ମୁଖ୍ୟଧାରା ଗଣମାଧ୍ୟମ ଦିନକୁ ଦିନ କ୍ଷତି କାରକ ହେଉଛି

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କିଛି ବନ୍ଧୁ କୁହନ୍ତି ମୁଁ ସମଗ୍ର ଦେଶର ମିଡିଆକୁ ସମାଲୋଚନା କରିବା ଅପେକ୍ଷା ଓଡ଼ିଶା ମିଡ଼ିଆକୁ ବେଶ ସମାଲୋଚନା କରୁଛି । ସେ ମାନେ ଭାବନ୍ତି ଜାତୀୟ ମିଡ଼ିଆ ଯେତେ ଖରାପ ହୋଇଛି, ଓଡ଼ିଶା ମିଡ଼ିଆ ସେ ଅବସ୍ଥାକୁ ଆସିନାହିଁ । ମୁଁ ଏଥିରେ ସହମତ ନୁହେଁ । ଅବଶ୍ୟ ଜାତୀୟ ମିଡ଼ିଆ ଭଳି ଓଡ଼ିଶାରେ କାଁ ଭାଁ କୌଣସି ମିଡ଼ିଆ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି । କିନ୍ତୁ…

Read More