ପୁଣି ଟ୍ରେନରେ ଅଘଟଣ ;ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ

ବ୍ରହ୍ମପୁର ; ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଛନ୍ତି ।ଏବେ ସୁଦ୍ଧା ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀମାନେ ରାଜି ହେଉନାହାନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ଯାତ୍ରୀଙ୍କୁ…

Read More

ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…

Read More

୩୯ଜଣଙ୍କୁ କୋଟିଏ ପଞ୍ଚାନବେ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ  ମୋଟ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି। ମୃତକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ସର୍ବାଧିକ ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ…

Read More

ବାହାନାଗା ରେଳ ଦୁର୍ଘଟଣା , ଆରମ୍ଭ ହେଲା ସିବିଆଇ ତଦନ୍ତ

ଭୁବନେଶ୍ୱର: ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଆକସ୍ମିକ ଥିଲା ନା ଅପରାଧିକ ଷଡ଼ଯନ୍ତ୍ର ଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଭାରତର ପ୍ରିମିୟମ୍ ଅନୁସନ୍ଧାନକାରୀ ସଂସ୍ଥା  ସିବିଆଇ ଏହାର ତଦନ୍ତ କରୁଛି। ଏହି କ୍ରମରେ ସୋମବାର ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।  ଦିଲ୍ଲୀରୁ ଆସିଥିବା ୧୦ ଜଣିଆ ଟିମ୍ ମଙ୍ଗଳବାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିସାରିଛି। ସିବିଆଇର ଜଣେ ଆଇଜି ପାହ୍ୟାର ଅଧିକାରୀ ମାମଲାର ତଦନ୍ତ କରୁଛନ୍ତିା…

Read More

କେନ୍ଦ୍ର ସରକାର ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଉଦାସୀନ : ଅଧିର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର ତା. ୦୪/୦୬ ରିଖ : ଆଜି ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ…

Read More

ପୁଣି ଆଉ ଏକ ରେଳ ଦୁର୍ଘଟଣା

ଭୁବନେଶ୍ବର:ପୁଣି ଓଡ଼ିଶାରେ ଆଉ ଏକ ରେଳ ଦୁର୍ଘଟଣା ଘଟିଛି। ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଡୁଙ୍ଗୁରୀମାଇନସରୁ ବରଗଡ଼ ଆସୁଥିବା ବେଳେ ଭଟଲୀ ସମ୍ବରଧରା ପାଖରେ ଟ୍ରେନ୍‌ରଏକାଧିକ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ଚୂନପଥର ବୋଝେଇ ହୋଇଥିଲା । ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନାରୁ ଜଣାପଡି଼ଛି ।

Read More

ବାହାନାଗା ରେଳ ଦୁର୍ଘଟଣା : ଘଟଣା ସ୍ଥଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ସ୍ଥିତି  ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି। ବାହାନାଗାରେ ଦୁର୍ଘଟଣା ସ୍ଥଳ ଦେଖିବା ପରେ ମୋଦି ବାଲେଶ୍ୱର ହସ୍ପିଟାଲ ଗସ୍ତ କରି…

Read More

ସାମ୍ନାକୁ ଆସିଲା ବାଲେଶ୍ବର ଟ୍ରେନ ଟ୍ରାଜେଡିର ପ୍ରାଥମିକ ରିପୋର୍ଟ

ବାଲେଶ୍ବର :ବଲେଶ୍ୱର ଟ୍ରେନ ଟ୍ରାଜେଡିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି। ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା। ତେବେ ହଠାତ୍‌ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍‌ ଲାଇନ ବା…

Read More

ନୈତିକତା ଦୃଷ୍ଟିରୁ  ରେଳମନ୍ତ୍ରୀ ଇସ୍ତଫା ଦେବା କଥା, ବହୁ ରାଜନେତା, ବୁଦ୍ଧିଜୀବୀଙ୍କ ଦାବି

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା 300 ପାଖାପାଖି ପହଞ୍ଚିଲାଣି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବୁଲେଟ ଟ୍ରେନ, କବଚ ସୁରକ୍ଷା ବ୍ୟବସ୍ଥା ଏବଂ ବନ୍ଦେ ଭାରତ ଏକ୍ସପ୍ରେସର କଥା ବୋଲି ଭାରତୀୟ ରେଳବାଇ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରଦାୟିତ୍ୱ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା…

Read More

ବାହାନାଗା ଟ୍ରେନ୍ ଦୁର୍ଘଟଣା : ବାତିଲ ହୋଇଥିବା ଟ୍ରନ୍ ସଂପର୍କରେ ସୂଚନା

ଖଡ଼ଗପୁର;ବାହାନାଗା କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ ନମ୍ବର ୬ ରେ ସୂଚନା ଦିଆଯାଇଛି। ସେହିପରି, ଆଉ କେତେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ବାକି ଟ୍ରେନ୍‌ମାନଙ୍କର ନିର୍ଦ୍ଧାରିତ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ଆଜି ବାତିଲ୍‌ ‌ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି- ବିଲ୍ଲୁପୁରମ୍‌ରୁ ଆସୁଥିବା ୨୨୬୦୬ ବିଲ୍ଲୁପୁରମ୍‌-ପୁରୁଲିଆ ଏକ୍ସପ୍ରେସ, ତ୍ରିବେନ୍ଦ୍ରମ୍‌ରୁ ଛାଡୁଥିବା ୨୨୬୪୧ ତ୍ରିବେନ୍ଦ୍ରମ୍‌-କୋଲ୍‌କାତା ଶାଲିମାର୍‌ ଏକ୍ସପ୍ରେସ୍‌,…

Read More