ରାଜଧାନୀରେ ଟାଟା ପାଓ୍ୱାର କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଭୁବନେଶ୍ୱର : ଓଡ଼ିଶାରେ ଟାଟା ପାୱାର ବିଜୁଳି ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେବା ପରଠାରୁ ବିବାଦ ପିଛା ଛାଡୁନି । ଅଘୋଷିତ ବିଦ୍ୟୁତ କାଟ୍‌ ଏବଂ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଚଳିତ ଗ୍ରୀଷ୍ମରେ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପୁଣି ବିଦ୍ୟୁତ୍‌‌ ବିଲ୍ ଆଦାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଟାଟା ପାୱାର ଅଫିସରେ ସୋମବାର ମଧ୍ୟାହ୍ନରେ ତାଲା ପକାଇଛି ବିଜେପି। ପୁଣି ବିଜୁଳି ବିଲରେ…

Read More

ଦିଗପହଣ୍ଡି ବସ୍ ଦୁର୍ଘଟଣା ; ଘରୋଇ ବସରେ ନଥିଲା ପରମିଟ୍ କି ବୀମା

ଭୁବନେଶ୍ବର ;ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ତଥ୍ୟ । ଘରୋଇ ବସରେ ନଥିଲା ପରମିଟ୍ କି  ଇଂସୋରେଂସ । ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି  ଜଣା ପଡିଛି OSRTC ବସ୍‌ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ୍‌ ମଧ୍ୟରେ ଏହି…

Read More

କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର, ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ନେଉଛନ୍ତି ନିଷ୍ପତ୍ତି ….

ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଗସ୍ତ କାର୍ଯ୍ୟକ୍ରମ ଇତି ମଧ୍ୟରେ ଅହେତୁକ ବହୁତ ବୃଦ୍ଧି ପାଇଛି । ଯାହାକି ସ୍ଥାନୀୟ ଏବଂ ରାଜ୍ୟ ରାଜନୈତିକ ବାତାବରଣ ଉଷ୍ମ କରିଛି। ।ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକସଭାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଆଲୋଚନା ଜୋର ଧରିଛି । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜାରି ରହିଛି। ତେଣୁ କୌଣସି ଗୋଟିଏ ଆସନ ସ୍ଥିର…

Read More

ବିହାର ପରେ ଓଡ଼ିଶାରେ ଏକାଠି ହେଲେ ବିରୋଧି ଦଳ ସମୂହ, ସାମାଜିକ ନ୍ୟାୟ କାର୍ଯ୍ୟସୂଚୀ ହିଁ ସର୍ବନିମ୍ନ କାର୍ଯ୍ୟସୂଚୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି। ଜାତୀୟସ୍ତରରେ ରାଜନୈତିକ ଦଳ ଗୁଡ଼ିକ ନିଜ ସ୍ଥିତି ସେହି ଅନୁସାରେ ସ୍ପଷ୍ଟ କରିବାରେ ଲାଗିଛନ୍ତି। ଏହି କ୍ରମରେ ଗତ ୨୩ ତାରିଖରେ ବିହାର ରାଜଧାନୀ ପାଟନାରେ ବିରୋଧି ଦଳ ଗୁଡ଼ିକ ଏକାଠି ହୋଇଥିଲେ। ଏହା ପରେ ଶିମଲାରେ ଜୁଲାଇ୧୨ରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏକ ଅଣ ବିଜେପି-ବିଜେଡି ଶକ୍ତିର ମୂଳଦୁଆ ପଡିବାକୁ ଯାଉଛି। ସାମାଜିକ ନ୍ୟାୟ ଅଭିଯାନ…

Read More

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଅଗ୍ରସର ଫଳରେ ମୌସୁମୀ ବାୟୁ ବର୍ଷା ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ଜାରି ରହିଛି । ତେବେ ଏହାରି ଭିତରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ  ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାରି ପ୍ରଭାବରେ ୨୪ଘଣ୍ଟା…

Read More

ଚେଲ୍ଲା କୁମାରଙ୍କ ପରେ ଏହି ବ୍ୟକ୍ତିଙ୍କୁ ଓଡ଼ିଶା ପ୍ରଭାରୀ କରିବାକୁ ଚାହୁଁଛି ଏଆଇସିସି

ଭୁବନେଶ୍ୱର :  ଖୁବ୍ ଶୀଘ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ୯ଟିରୁ ୧୦ଟି ରାଜ୍ୟର ପିସିସି ପ୍ରଭାରୀ ତାଲିକା ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ବଦଳିବା ଏକ ପ୍ରକାର ନିଶ୍ଚିତ। କିଛିଦିନ ତଳେ ସେ ନିଜ ଆଡୁ ମଧ୍ୟ ଓହରି ଯିବା ପାଇଁ ଏଆଇସିସିକୁ ଅନୁରୋଧ କରିସାରିଛନ୍ତି। ଏହି କ୍ରମରେ ଚେଲ୍ଲା କୁମାରଙ୍କ ପରେ ପ୍ରଭାରୀ କିଏ ହେବ, ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି।…

Read More

ଆହୁରି ୪ ଦିନ ବର୍ଷିବ ; ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏହାର ପ୍ରଭାବରେ ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କଟକ ଜିଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ଭଦ୍ରକ,…

Read More

ସମବାୟ ଵିଭାଗ ପାଇଁ କାର୍ଯ୍ୟକାରୀ ହେବ ନୂଆ ଆପ୍ଲିକେସନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଏବଂ ଠିକଣା ସମୟରେ ମନିଟରିଂ ପାଇଁ ମୋବାଇଲ୍‍ ଓ ୱେବ ଆଧାରିତ ସ୍ୱୟଂକ୍ରିୟ ଆପ୍ଲିକେଶନ ପ୍ରସ୍ତୁତ ଲାଗି ସ୍ଥିର ହୋଇଛି । ଏଥି ପାଇଁ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)କୁ ଦିଆଯାଇଥିବାବେଳେ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଇ-ଗଭର୍ଣ୍ଣାନ୍ସର ବ୍ୟାପକ ବ୍ୟବହାର ହେବା…

Read More

ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରିବାକୁ ପ୍ରସ୍ତାବ

ଭୁବନେଶ୍ଵର; ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯାଇ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା। ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି । ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ…

Read More

ଜେ.ପି ନଡ୍ଡାଙ୍କ ଭବାନୀ ପାଟଣା ଭାଷଣ କେମିତି ରହିଲା….ଷାଠିଏ ମହଣ ଘିଅ ଥାଇ ବି ରାଧା ନାଚିପାରିଲା ନାହିଁ…

ଭବାନୀପାଟଣା : ସୁନୀଲ ବଂଶଲଙ୍କ କଥାରେ ସବୁ ଅପମାନ ଭୁଲି ଅପରାଜିତା ଷଡଙ୍ଗୀ ନାଁ ନ ନେଇ ବିଜେପି ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ଜଣେ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ପୂର୍ବରୁ ସେହି ଅଫିସରଙ୍କ ନାଁ ନ ନେଇ ପ୍ରାକ୍ତନ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଶିକଳା ସିଣ୍ଡ୍ରୋମ କହି ସମାଲୋଚନା କରିଥିଲେ। ଏହା ପରେ ରାଜ୍ୟରେ ଭାଜପା ସମର୍ଥିତ ଫେସବୁକ୍ ବ୍ୟବହାରୀକାରୀ, ୟୁଟ୍ୟୁବର ବ୍ୟାପକ…

Read More