ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…
