୨୩ ବର୍ଷ ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ- କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ରାଜ୍ୟର ସ୍ୱାସ୍ଥ୍ୟ ସେବା ନିମ୍ନ ମାନର ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି l ଶ୍ରୀ କାନୁନଗୋ କହିଛନ୍ତି ଯେ, ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ । ମାତ୍ର ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ୨୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ପ୍ରଂଶସା କରିଛନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ…

Read More

ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍

ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ…

Read More

ଆକ୍ରୋଶ ରଖି ନବଙ୍କୁ ମାରିଥିଲା ଗୋପାଳ, ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ମତ

ଭୁବନେଶ୍ୱର : କୌଣସି ରାଜନୈତିକ କାରଣ ନୁହଁ। କିମ୍ବା କୋଇଲା ବେପାର ନୁହଁ।  ବରଂ ବ୍ୟକ୍ତିଗତ ଆକ୍ରୋଶ ରଖି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରାଯାଇଛି। ଏକଥା ଆମେ କହୁନାହୁଁ। ଏ କଥା ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦୀର୍ଘଦିନ ପରେ ଏହି ହାଇଫ୍ରୋପାଇଲ ମର୍ଡର କେସରେ ଚାର୍ଜସିଟ୍ ଦାଖଲ କରିଛି । ନବ ହତ୍ୟାର ପ୍ରାୟ ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ  ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା…

Read More

ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି ସମୟର ଫଟୋ ଏଇଟି।

Read More

କାହିଁକି ନବୀନଙ୍କ ଉପରେ ଅଧିକ କଠୋର ହୋଇ ପାରୁନାହାନ୍ତି ସୁନୀଲ ବଂଶଲ… ଜାଣନ୍ତୁ… ପଢନ୍ତୁ…

ଭୁବନେଶ୍ୱର : କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର। ଲୋକସଭାରେ ପୂର୍ଣ୍ଣ ବହୁମତ। ଇସାରା ଦେଲେ ସିବିଆଇ, ଇଡି ଏବଂ ଆୟକର ବିଭାଗ ଲମ୍ଫ ଦେଉଛନ୍ତି। ବିଜେଡିରେ ଅସନ୍ତୋଷ ରହିଛି। କେତେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେବାକୁ ଗୋଡ଼ ଟେକି ବସିଛନ୍ତି। ୟୁପି ଭଳି ବିରୋଟ ପ୍ରଦେଶ ଜିତାଇଥିବା ସୁନୀଲ ବଂଶଲ କିନ୍ତୁ ଓଡ଼ିଶାକୁ ନେଇ ଚିନ୍ତାରେ ଅଛନ୍ତି। ସେ ଯେଉଁ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ସେଥିରେ ତାଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଆର୍ଥିକ ଶକ୍ତିଶାଳୀ ଥିବା…

Read More

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ…

Read More

ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି।  ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫…

Read More

ସୂର୍ଯ୍ୟଙ୍କ ଦିଗପହଣ୍ଡି ଉପରେ ଚନ୍ଦ୍ରଶେଖରଙ୍କ ଆଖି

ବ୍ରହ୍ମପୁର: ଦୀର୍ଘ ତିନି ଦଶନ୍ଧି ଧରି ଗଞ୍ଜାମ ଜିଲା ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିପାରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ଏବେ ଶଯ୍ୟାଶାୟୀ। ପ୍ରଥମେ ମୋହନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଦିଗପହଣ୍ଡି ବିଧାନସଭା ଆସନରୁ ମୋଟ ଛଅ ଥର ବିଧାୟକ ହୋଇଥିବା ‘ଆନ୍ନା’ଙ୍କ କିଏ ହେବ ଉତ୍ତରାଧିକାରୀ, ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିଗପହଣ୍ଡିରେ ବିଜେଡ଼ିର ନେତୃତ୍ବ ହାତେଇବା ପାଇଁ ସୂର୍ଯ୍ୟଙ୍କ ପୁତ୍ର ବିପ୍ଲବ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା…

Read More

ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ କରନ୍ତୁ, ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ

ଭୁବନେଶ୍ୱର-:  ଚଳିତ ମାସ ୨୮ ତାରିଖ ଦିନ ନୂତନ ସଂସଦ ଭବନ ଉଦଘାଟନ ହେବ।କୁ ଯାଉଛି। ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମ୍ମୁ ଉଦଘାଟନ କରିବା ପାଇଁ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ମତ ରଖିଛନ୍ତି ତାହାକୁ ହୃଦୟତାର ସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକ ସମର୍ଥନ କରିଛନ୍ତି।      ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ ଦାବି ରଖିବା ଉଚିତ। କାରଣ ପ୍ରତ୍ୟେକ କ୍ଷେତ୍ରରେ…

Read More

ଜାତୀୟ ରାଜନୀତିରେ ଗୁରୁତ୍ୱ ହରାଇବାରେ ଲାଗିଛି ବିଜେଡି

ଭୁବନେଶ୍ୱର(ମତାମତ) : ନୂଆଦିଲ୍ଲୀ ତଥା ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ ବିଜେଡ଼ି ନିଜର ଗୁରୁତ୍ୱ ହରାଉଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସିବା ପରେ ଏହା ପରଦିନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନବୀନ ପଟ୍ଟନାୟକଙ୍କୁ ଏକ ପ୍ରକାର ଅପଦସ୍ଥ କରିଛି। ସେହିପରି ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ 3ରୁ 4 ବର୍ଷ ପରେ  ପୁରୀ ବିମାନବନ୍ଦର ଉଦଘାଟନ କରିବାକୁ କହିବା ବିଜେଡିକୁ ଆହୁରି ଛୋଟ କରି ଦେଇଛି।…

Read More