ନବୀନ ନିବାସରୁ ଆସିଲାନି ଡାକରା,ଚିନ୍ତାରେ ଅନୁଗୁଳ ରାଜନୀତିର ପିତା-ପୁତ୍ର….ନୂଆ ମୁହଁ ଖୋଜୁଛି ଦଳ….
ଅନୁଗୁଳ,୨୮/୪(ବ୍ୟୁରୋ): ସାଧାରଣ ନିର୍ବାଚନକୁ ପ୍ରାୟ ବର୍ଷକରୁ କମ୍ ସମୟ ରହିଛି। ତେଣୁ ଶାସକ ଦଳ ବିଜେଡି ପୂର୍ବ ପ୍ରସ୍ତୁତିକୁ ବ୍ୟାପକ ଗୁରୁତ୍ୱ ଦେଉଛି। ପ୍ରାୟ 70 ଜଣଙ୍କୁ ପୁନର୍ବାର ଟିକେଟ ଦେବା ପାଇଁ ଦଳ ସ୍ଥିର କରିଛି। ଏଥିପାଇଁ ଗତ କିଛି ଦିନ ପୂର୍ବେ ନବୀନ ନିବାସକୁ ପ୍ରାୟ ୭୦ଜଣ ବିଧାୟକଙ୍କୁ ଡକାଯାଇଥିଲା। ଏହି ବିଧାୟକମାନଙ୍କ ସ୍ଥିତି ନିଜ ଅଞ୍ଚଳରେ ଭଲ ରହିଛି ବୋଲି କୁହାଯାଉଛି। ଦଳର ଆଭ୍ୟନ୍ତରିଣ ସର୍ଭେରେ ଯେଉଁ ବିଧାୟକଙ୍କ ସ୍ଥିତି ଭଲ ରହିଥିବା…
