ଝାରସୁଗୁଡ଼ା ଉପନିର୍ବାଚନ; ନାମାଙ୍କନ ଦାଖଲ କଲେ ଦୀପାଳି
ଝାରସୁଗୁଡ଼ା,୧୮/୪(ବ୍ଯୁରୋ):ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ନେଇ ନାମାଙ୍କନ ଦାଖଲ ଜାରି ରହିଛି। ଏହି କ୍ରମରେ ବିଜେଡି ପକ୍ଷରୁ ଦୀପାଳି ଦାସ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀପାଳି ଦାସ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତ ନବ ଦାସଙ୍କ କନ୍ଯା। ବିରାଟ ପଟୁଆରରେ ନିଜ ଭାଇ, ସମର୍ଥକ ଏବଂ ଦଳୀୟ ବରିଷ୍ଠ ନେତାଙ୍କ ସହ ଯାଇ ଦୀପାଳି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀପାଳି ସହ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପ…
