ବିଜେପିରେ ଯୋଗ ଦେଲେ ସିଦ୍ଧାନ୍ତ,ଭର୍ତ୍ତୃହରି ଓ ଦମୟନ୍ତୀ

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି।  ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବି‌ଜେପିରେ ଯୋଗ ଦେଇଛନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମର…

Read More

ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ, ଶେଷରେ ମନ୍ମଥ ରାଉତରାୟ ଧରିଲେ ଶଙ୍ଖ …

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡ଼ିରେ ସାମିଲ ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ।  ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମନ୍ମଥ ଶହ ଶହ କର୍ମକର୍ତ୍ତାଙ୍କ ଗହଣରେ ଶଙ୍ଖ ଧରିଛନ୍ତି । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ଏହି ପରିପ୍ରେକ୍ଷୀରେ ସସ୍ମିତ ପାତ୍ର କହିଛନ୍ତି,  ମିଶ୍ରଣ ପର୍ବର…

Read More

ବିଜେଡି ସହ ସମ୍ପର୍କ ଛିଣ୍ଡେଇଲେ ଭର୍ତ୍ତୃହରି ମହତାବ……କ୍ଷୋଭର ସହ କହିଲେ ବହୁତ କଥା…..

ଭୁବନେଶ୍ୱର :  କଟକ ଏମପି ତଥା ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଖବରଦାତା ସମ୍ମିଳନୀ କରି ସେ କଟକରେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ। ଶ୍ରୀ ମହତାବ କହିଥିଲେ ଯେ, ଭଗ୍ନ ହୃଦୟରେ ବିଜେଡିରୁ ଇସ୍ତଫା ଦେଉଛି। ମୋ ଧୈର୍ଯ୍ୟ ସୀମା ଲଂଘନ କରିଛି। ସେଥିପାଇଁ ଏ ନିଷ୍ପତ୍ତି ନେଇଛି।…

Read More

କାହିଁକି ରାଜ୍ୟ ବିଜେପି ମେଣ୍ଟ ପାଇଁ ରାଜି ହେଲାନି…ବିନା ମେଣ୍ଟରେ ପ୍ରଥମ ଥର ନିର୍ବାଚନକୁ ଯିବେ ମନମୋହନ..

ଭୁବନେଶ୍ୱର :  ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ଏକାକୀ ଲଢିବ । ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଅପରାହ୍ନରେ ଏହି ଘୋଷଣା କରିଛନ୍ତି। ଶ୍ରୀ ସାମଲ ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାକୁ ଫେରିଛନ୍ତି।  କିଛି ଦିନ ମଧ୍ୟରେ ରାଜ୍ୟର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।  ଶ୍ରୀ ସାମଲ ନିଜର ସମସ୍ତ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର…

Read More

ଆରପାରିରେ ଡାକ୍ତର ଦାମୋଦର ରାଉତ, ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର…

Read More

କୁଆଡେ ଗଲେ ବିଜେଡିର ଚିଲିକା ବିଧାୟକ ପ୍ରାର୍ଥୀ……

ପୁରୀ : ପୁରୀ ଜିଲ୍ଲାର ଚାରୋଟି, ଖୋରଧା ଜିଲ୍ଲାର ଗୋଟିଏ ଏବଂ ନୟାଗଡ଼ ଜିଲ୍ଲାର ଦୁଇଟି ଆସନକୁ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ। ବିଜେଡି ତାହାର ପ୍ରଥମ ନିର୍ବାଚନୀ ସମୀକ୍ଷାରେ ଆଶାୟୀ ପ୍ରାର୍ଥୀମାନଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହି ଆଶାୟୀମାନେ ହେଉଛନ୍ତି-ପୁରୀ ସଦର-ସୁନୀଲ ମହାନ୍ତି, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା, ବ୍ରହ୍ମଗିରୀରୁ ଉମାକାନ୍ତ ସାମନ୍ତରାୟ, ପିପିଲିରୁ ରୁଦ୍ର ମହାରଥି, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ନୟାଗଡ଼ରୁ ଅରୁଣ ସାହୁ ଏବଂ ରଣପୁରରୁ ସତ୍ୟନାରାୟଣ ପ୍ରଧାନ।…

Read More

ବ୍ରହ୍ମପୁର ଲୋକସଭା କିମ୍ବା ଏହା ଅଧିନର କୌଣସି ବିଧାନସଭା ପାଇଁ ସ୍ପଷ୍ଟ ସଙ୍କେତ ଦେଲେନି ନବୀନ

ଭୁବନେଶ୍ୱର : ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ।  ସେ…

Read More

ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଓଡ଼ିଶା ବିଷୟରେ ହେବ ଆଲୋଚନା

ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆୟୋଜିତ ହେବ । ଏହି ବୈଠକରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସମେତ ୮ ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ…

Read More

ମେଣ୍ଟ ଚର୍ଚ୍ଚାକୁ ଝୁଲାଇ ରଖିଲେ ଭି.କେ ପାଣ୍ଡିଆନ୍, ଅମିତ ଶାହାଙ୍କ ପରି କଥା ମୋଦି-ନବୀନଙ୍କ ଉପରେ ଛାଡିଲେ …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ତୃତୀୟ ଥର କ୍ଷମତାକୁ ଆସିବା ନେଇ ମେଣ୍ଟ ଆବଶ୍ୟକ ନାହିଁ।  ମୋଦିଙ୍କୁ ବିଜେଡିର ସହଯୋଗ ଆବଶ୍ୟକ ନାହିଁ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ମେଣ୍ଟ ଦରକାର ନାହିଁ। ମେଣ୍ଟ ନେଇ ଯେଉଁ ଆଲୋଚନା ରହିଛି, ତାହା ସାଧାରଣ ରାଜନୈତିକ ଚର୍ଚ୍ଚାରୁ ଉର୍ଦ୍ଧ୍ୱରେ । ଦୁଇଜଣ ଉତ୍ତୃଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଏକ ବୃହତର ସ୍ୱାର୍ଥ ପାଇଁ ପରସ୍ପରକୁ ସମ୍ମାନ କରନ୍ତି। ଏହା…

Read More

ମନମୋହନଙ୍କ କଥା ଆଉ ରାଜଧାନୀ ପାଗ..ଘଣ୍ଟାକୁ ଘଣ୍ଟା ବଦଳିଲା…General Election 2024

ନୂଆଦିଲ୍ଲୀ : ମାର୍ଚ୍ଚ ମାସ ୧୪ ତାରିଖ, ଗୁରୁବାର। ଭୁବନେଶ୍ୱରର ସକାଳୁଆ ପାଗ ହାଲକା ଖରା। ହେଲେ ସାମାନ୍ୟ ଗୁଳୁଗୁଳି। ମଧ୍ୟାହ୍ନରେ ଖରା ମଧ୍ୟମ ଧରଣର। ଗୁଳୁଗୁଳି ଟିକେ ବଢିଲା। ଗାଧୁଆ ବେଳ ସରି ଖାଇବା ବେଳକୁ ବର୍ଷା। ବରଷିଲା ହେଲେ ବେଶୀ ବରଷିଲା ନାହିଁ। ବର୍ଷା ପରେ ସାମନ୍ୟ ଶୀତଳତା ଲାଗିବା କଥା। ହେଲେ ସେତେ ଲାଗିଲା ନାହିଁ। ଘର ଭିତରେ ଓ ବାହାରେ ଗରମ ସେମିତି ଲାଗିକି ରହିଲା। ଇଏ ତ ଗଲା ମାତ୍ର…

Read More