ସଞ୍ଜୀବ ନୁହେଁ କି ଅସିତ୍ ନୁହେଁ…ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଲାଣି ବିଜେଡି …….

ଭଦ୍ରକ :  ବର୍ତ୍ତମାନ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ନାହାନ୍ତି ବିଜେଡି ସୁପ୍ରିମୋ। ଶ୍ରୀ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଠାରୁ ପ୍ରବଳ ବିରୋଧର ସମ୍ମୁଖିନ ହେବାକୁ ପଡୁଛି। ଅନୁରୂପ ଭାବେ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ସର୍ବ ସହମତି ଯୋଗାଡ଼ ହୋଇପାରୁନାହିଁ। ଇତି ମଧ୍ୟ ଭଦ୍ରକ ବିଧାନସଭା ପାଇଁ ନୂଆ ମୁହଁ ଖୋଜିବା ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ, ସେ…

Read More

କେନ୍ଦୁଝର ପରେ ଅନୁଗୋଳ : ଦଳୀୟ ଗୋଷ୍ଠୀ କନ୍ଦଳ, ପ୍ରଶାସନିକ ଅସହଯୋଗ କାରଣରୁ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇସ୍ତଫା ଚର୍ଚ୍ଚା…

ଆଠମଲ୍ଲିକ :  ଅନୁଗୋଳ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ବୃଦ୍ଧି। ଦଳ ଭିତରେ ଏକାଧିକ ଗୋଷ୍ଠୀ ମଧ୍ୟ ଶୀତଳ ଯୁଦ୍ଧ। ଦଳୀୟ କାର୍ଯ୍ୟକ୍ରମ ହେଉ କି ଜନ ସମ୍ପର୍କ ଯାତ୍ରା। ଏକାଧିକ ଗୋଷ୍ଠୀରେ ଭାଗ ହେଉଛନ୍ତି ଦଳୀୟ ଛାମୁଆ କର୍ମୀ ଓ ସମର୍ଥକ। ବର୍ତ୍ତମାନର ବିଧାୟକ ରମେଶ ସାଏ ଏବଂ ସମ୍ବଲପୁର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଭିତରେ ଶୀତଳ ଯୁଦ୍ଧ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଆଶ୍ଚର୍ଯ୍ୟର କଥା, ତୃତୀୟ ମହଲାର ହସ୍ତକ୍ଷେପ…

Read More

ସମ୍ବଲପୁର ଲୋକସଭା ଓ ଜିଲ୍ଲା ପୋଛି ନେବ ବିଜେପି…ବିଜେଡ଼ିକୁ କାଳ ଗୋଷ୍ଠୀ କନ୍ଦଳ..କଂଗ୍ରେସକୁ ପାଗ ଭିଡ଼ୁ ଭିଡ଼ୁ ଯାଉଛି ବେଳ…

ସମ୍ବଲପୁର :  କେନ୍ଦ୍ରୀୟ ବିଜେପିର ଅପେକ୍ଷାକୃତ ନରମ ମନୋଭାବ ସତ୍ତ୍ୱେ ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଦଳ ଭଲ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ କର୍ମୀମାନେ ଉତ୍ସାହିତ ହୋଇଛନ୍ତି। ଗୋଷ୍ଠୀ କନ୍ଦଳ ବିଜେଡି ଏବଂ ଉପଯୁକ୍ତ ରଣନୀତି କଂଗ୍ରେସକୁ ବିଜେପି ଠାରୁ ବହୁ ପଛରେ ରଖିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଗସ୍ତ ପରେ କେନ୍ଦ୍ର ବିଜେପିର ରିସର୍ଚ୍ଚ ଟିମ୍ ଏହି ତଥ୍ୟ ପ୍ରଦାନ କରିଛି। ଆରଏସଏସ୍, ଜନମତ, ବରାହେ ଇତ୍ୟାଦି ସଂସ୍ଥା ଦ୍ୱାରା କରାଯାଇଥିବା…

Read More

ରଜନୀକାନ୍ତ, କମଲ ହସନଙ୍କ ପରେ ରାଜନୀତିରେ ପାଦ ରଖିଲେ ବିଜୟ

ଦେଶର ରାଜନୀତିରେ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରଵେଶ ହୋଇଛି । ସାଉଥର ଜଣାଶୁଣା ଷ୍ଟାର ବିଜୟ ନିଜର ରାଜନୈତିକ ଦଳର ଘୋଷଣା କରିଛନ୍ତି । ତେବେ ସେ ତାଙ୍କ ଦଳର ନାମ ତାମିଲାଗା ଭେଟ୍ରି କାଜହମ୍ ରଖିଛନ୍ତି । ସୁପରଷ୍ଟାର ବିଜୟଙ୍କ ଦ୍ବାର ଜାରି ହୋଇଥିବା ବିବୃତିରେ ସେ ଲୋକସଭା ନିର୍ବାଚନ ସଂପର୍କରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉନାହୁଁ। କିମ୍ବା ଏହି ସମୟ ମଧ୍ୟରେ ଆମେ କାହାକୁ ସମର୍ଥନ…

Read More

ବିଜେଡ଼ିର ଆସନ ସଂଖ୍ୟା ହ୍ରାସ ପାଉଛି, ଏହି ଟ୍ରେଣ୍ଡ ବଳବତ୍ତର ରହିଲେ କେସିଆର ହୋଇଯିବେ ନବୀନ….

ଭୁବନେଶ୍ୱର :  ବିଜେଡିର ଲୋକପ୍ରିୟତା ହ୍ରାସ ପାଉଛି। କେବଳ ଲୋକପ୍ରିୟତା ନୁହେଁ, ଭୋଟ୍ ମଧ୍ୟ ହ୍ରାସ ପାଉଛି।  ମୁଖ୍ୟ ବିରୋଧୀ ଦଳର ଭୋଟ ବଢୁଛି। ବିଦ୍ରୋହୀ ବିଜେଡି ଆଶାୟୀ ମୁଖ୍ୟ ବିରୋଧୀ ଦଳକୁ ଯିବା ପାଇଁ ସଜବାଜ ହେଲେଣି। ବର୍ତ୍ତମାନ ସମୟରେ ବିଜେଡି ଶତାଧିକ ବିଧାୟକ ରହିଛନ୍ତି। ମାତ୍ର ଏହି ସଂଖ୍ୟାରେ ଅହେତୁକ ହ୍ରାସ ଦେଖାଗଲାଣି। ଏକଥା ଓଡ଼ିଶା ପତ୍ରିକା କହୁନାହିଁ। ବିଜେଡି ଦ୍ୱାରା ନିୟୋଜିତ ହୋଇଥିବା ଏକାଧିକ ସର୍ଭେକ୍ଷଣ ସଂସ୍ଥା ଏବଂ ଜନମତ ନାମକ ଏକ…

Read More

ବଦଳୁଛି ସମ୍ବଲପୁର-ରେଢାଖୋଲ ବିଧାନସଭା ରାଜନୀତିର ପ୍ରାକ୍ ଦୃଶ୍ୟପଟ୍ଟ, ଧର୍ମେନ୍ଦ୍ରଙ୍କ ଯୋଗାଯୋଗରେ ବିଜେଡି ନେତା, ନେତ୍ରୀ…

ସମ୍ବଲପୁର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀକୁ ବାଦ୍ ଦେଲେ ଯେଉଁଠି ପରିବେଶ ଅଧିକ ଉଷ୍ମ, ସେ ସ୍ଥାନ ହେଉଛି ସମ୍ବଲପୁର। ସମ୍ବଲପୁର ଚର୍ଚ୍ଚାରେ ରହିବା ପାଇଁ ସବୁ ଉପାଦାନ ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଲୋକସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କୁ ମୁକାବିଲା କରିବା ପାଇଁ ଭି.କେ ପାଣ୍ଡିଆନ୍ ନିଜର ଏକାନ୍ତ ଅନୁଗତ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାଥମିକ ଇସାରା ଦେଇଛନ୍ତି। ଏକଥା ପ୍ରଣବ ପ୍ରକାଶ ନିକଟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…

Read More

ଅପରାଜିତା-ଶ୍ରୀମୟୀଙ୍କୁ ଟକ୍କର ଦେଇପାରିବେ କି ନିରଞ୍ଜନ ? ପ୍ରାର୍ଥୀ ହେବେ ନା ଗଳା ବାଟ ଦେଖିବେ …

ଭୁବନେଶ୍ୱର :  ବିଜେପିର ଆଠଟି ଲୋକସଭା ଆସନ ଓଡ଼ିଶାରେ ରହିଛି। ଉପକୂଳ ଓଡ଼ିଶାରୁ ତନ୍ମଧ୍ୟରୁ ଦୁଇଟି। ଏହି ଆସନ ହେଉଛି ରାଜଧାନୀ ଭୁବନେଶ୍ୱର ଏବଂ ବାଲେଶ୍ୱର। ବିଜେପିର ଲୋକସଭା ଆସନ ହ୍ରାସ କରିବା କଂଗ୍ରେସ ପାଇଁ ପ୍ରାଥମିକତା ହୋଇଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭାରୁ କଂଗ୍ରେସ ଶକ୍ତିଶାଳୀ ପ୍ରାର୍ଥୀତ୍ୱ ଜାହିର କରିବାକୁ ଚାହୁଁଛି। ଏହି କ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକସଭାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଏଆଇସିସିର ଏକ ସର୍ଭେ…

Read More

ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କା ଦେଇ ନିଜ ଦଳକୁ ଡାକୁଛି ବିଜେପି;କେଜ୍ରିୱାଲ

ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଏକ ବଡ ଅଭିଯୋଗ ଆଣି। ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ୭ ଜଣ ବିଧାୟକ କିଣିବାକୁ ବିଜେପି ଚେଷ୍ଟା କରୁଛି। ଦଳ ଛାଡିବାକୁ ଆପ ବିଧାୟକମାନଙ୍କୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ କୁହାଯାଇଛି ଯେ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଶୀଘ୍ର…

Read More

ନବୀନ ସିନା ବିଜେପୁର ରୀତାଙ୍କ ପାଇଁ ଛାଡ଼ିଥିଲେ.. ପୁରୀରୁ ଜିତିଲେ କାହା ପାଇଁ ଛାଡ଼ିବେ ଆସନ……..

ଭୁବନେଶ୍ୱର : (ଲେଖାଟି ଟିକେ ଦୀର୍ଘ ଧୈର୍ଯ୍ୟର ସହ ପଢିବେ ) ପୁରୀ ଜିଲ୍ଲାର ପୁରୀ ସଦର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବେ। ନିଜ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପରେ ଏହା ତାଙ୍କର ଦ୍ୱିତୀୟ ଆସନ ହେବ। ପଞ୍ଚମ ପାଳିରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ପ୍ରତି ଶନିବାର ନବୀନ ପଟ୍ଟନାୟକଙ୍କ ସବୁଠୁ ନିକଟତମ ରାଜନୈତିକ ବ୍ୟକ୍ତି…

Read More

ଚିରଞ୍ଜୀବ-ମୋକ୍କିମଙ୍କ ନିଲମ୍ବନ ପ୍ରତ୍ୟାହାର, ସଗରିଆଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ଅଶୋଭନୀୟ ଥିଲା କାହିଁକି…..

ଭୁବନେଶ୍ୱର :  ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ,କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ୍ ଏବଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରେ ନିଲମ୍ବନ/ବହିଷ୍କାର ଉଠିସାରିଛି। ଗତକାଲି କଂଗ୍ରେସ ପକ୍ଷରୁ ନିଲମ୍ବନ ଉଠି ସାରିଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାତ୍ର ଯେଉଁଭଳି ଢଙ୍ଗରେ ଏହା କରାଗଲା, ତାହାକୁ ନେଇ ଦଳର କେତେକ ବରିଷ୍ଠ ନେତା ଅସନ୍ତୋଷ ଜାହିର କରିଛନ୍ତ। ଏନେଇ ଖୋଲାଖୋଲି ଗଣମାଧ୍ୟମରେ କହି ନ ଥିଲେ ବି ନିଜ ନିଜ…

Read More