କାହିଁକି ଏମିତି କହିଲେ ଧର୍ମେନ୍ଦ୍ର, ବିଜେଡ଼ି କ’ଣ ଏତେ ସଂଖ୍ୟକ ଲୋକସଭା ଆସନ ହରାଇବ !

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଲଢିବାକୁ ଯାଉଛନ୍ତି।  ସେ ଢେଙ୍କାନାଳ ଲୋକସଭା କିମ୍ବା ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏରେ ଲଢିବା ପାଇଁ ତାଙ୍କୁ ନିକଟରେ ସବୁଜ ସଙ୍କେତ ମିଳିସାରିଛି। ମାତ୍ର ରାଜନୈତିକ ବାତାବରଣକୁ ଉଷ୍ମ ରଖିବାକୁ ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଲୋକସଭା ଫଳାଫଳକୁ…

Read More

ରାଜ୍ୟସଭାରୁ ଟିଏମସି ସାଂସଦ ନିଲମ୍ବିତ …

ନୂଆଦିଲ୍ଲୀ; ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତୃଣମୂଳ କଂଗ୍ରେସର (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଓ’ବ୍ରାଏନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଗତକାଲି ଅପରାହ୍ନରେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ପରେ ଗୁରୁବାର ବା ଆଜି ପୁଣି ଥରେ ସଂସଦ ଆରମ୍ଭ ହୋଇଛି। ଏହି ସମୟରେ ଓ’ବ୍ରାଏନ୍ ରାଜ୍ୟସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହାକୁ ନେଇ ତାଙ୍କୁ ଗୃହ ଛାଡ଼ିବାକୁ କୁହାଯାଇଥିଲା। …

Read More

ଜାଗା ମିଶନ୍ ଜମି ବଣ୍ଟା ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର :  ରାଜ୍ୟ ସରକାର ଜମି ଦଲାଲଙ୍କୁ ଅନୁକମ୍ପା ,ଗରିବଙ୍କୁ ପ୍ରତାରଣା କରୁଥିବା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଏକ ଅରାଜକତାର ବାତାବରଣ ସୃଷ୍ଟି ହେବା ସହ ଏଠାରେ ସରକାରଙ୍କର କୌଣସି ରୁଲ୍ ଅଫ୍ ଲ (Rule of Law) କାର୍ଯ୍ୟ କରୁନଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଶ୍ରୀ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ , ଗରିବ ଲୋକଙ୍କ ପାଇଁ ଏଠାରେ କୌଣସି…

Read More

ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ସାଙ୍ଗଠନିକ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଦୁଇଦିନ ତଳେ ସ୍ଥାନୀୟ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ପ୍ରଦାନ କରିଛନ୍ତି। ଏଥିସହିତ ଏହି ଗୋଷ୍ଠୀ ନିଜ ଶକ୍ତି ପ୍ରଦର୍ଶନ କରିଛି। ବିଧାୟକ ଶ୍ରୀ ଦାସ ନିଜ ସଙ୍ଗଠନ ଠିକ୍  ରଖି ନ ଥିବା ଏକ ବାର୍ତ୍ତା ବିଦ୍ରୋହୀ ମାନେ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ବିଦୁବେନ୍ଦୁ ପାତ୍ର ହଜାର ହଜାର ସମର୍ଥକଙ୍କ ଗହଣରେ…

Read More

ଲୋକସଭାକୁ ଡେଇଁଲେ ଯୁବକ, ଡ଼ରରେ ଛାନିଆ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର  ଅପରାହ୍ନରେ  ୨ଜଣ ବ୍ୟକ୍ତି ଲୋକସଭାର ‘ପରିଦର୍ଶକ ଗ୍ୟାଲେରି’ରୁ ଡେଇଁପଡ଼ି ନିମ୍ନ ସଦନରେ  ଦୌଡ଼ାଦୌଡ଼ି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଆଜି  ସଂସଦ ଆକ୍ରମଣ ବାର୍ଷିକୀରେ । ଏହି ଦିନ ସୁରକ୍ଷା ଭଙ୍ଗ ହେବା ଅନେକଙ୍କୁ ଚକିତ କରିଛି। ବିଶେଷ କରି ସଂସଦର ସୁରକ୍ଷା ବଳୟ ଭେଦ କରି କିଭଳି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମଗ୍ରିକ ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ…

Read More

ରଣନୀତି ବଦଳାଇବ କି ରାଜ୍ୟ ବିଜେପି, ମଧ୍ୟପ୍ରଦେଶ ଓ ଛତିଶଗଡରୁ ନେଲା ଶିକ୍ଷା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିମ୍ବା ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା ନ କରି ନିର୍ବାଚନ ଜିତି ହୁଏ। ସେହିପରି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଥିଲେ ବି ବିଧାୟକ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଜନମତ ଥାଏ। ଉପଯୁକ୍ତ ରଣନୀତି ଦ୍ୱାରା ଏହି ପରିସ୍ଥିତିରେ ନିର୍ବାଚନ ଜିତିହୁଏ। ଯାହା ବିଜେପିର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଜୟରୁ ଜଣାପଡିଛି। ଅନୁରୂପ ଭାବେ ଲୋକପ୍ରିୟ ଥିବା ମାଣିକ ସରକାର ତ୍ରିପୁରାରେ ମଧ୍ୟ ଦୁଇଥର…

Read More

କର୍ଣ୍ଣାଟକ ସରକାର ଭାଙ୍ଗିଯିବ କି ବୋଲି କାହିଁକି କହିଲେ କୁମାରସ୍ୱାମୀ ?

ବେଙ୍ଗଲୁରୁ :  କଂଗ୍ରେସ ନେତୃତ୍ୱାଧିନ କର୍ଣ୍ଣାଟକ ସରକାର କୌଣସି ସମୟରେ ଭାଙ୍ଗି ଯାଇପାରେ। ଦଳର ପ୍ରାୟ ୪୦ରୁ ୫୦ ବିଧାୟକ  ଜଣେ ବରିଷ୍ଟ ନେତାଙ୍କ ନେତୃତ୍ୱରେ ବିଦ୍ରୋହ କରିପାରନ୍ତି।  ଏହି ବରିଷ୍ଠ ନେତା ଜଣଙ୍କ ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାମ କରୁଛନ୍ତି।  ତେଣୁ କର୍ଣ୍ଣାଟକ ସରକାର ବିପଦରେ ରହିଥିବା ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ଏହି ଦାବି କରିଛନ୍ତି। କୁମାର ସ୍ୱାମୀ କୁହନ୍ତି ଯେ, ଏଭଳି ଦୁଃସାହାସ ଛୋଟ ନେତାମାନଙ୍କଠାରୁ…

Read More

ଆସନ୍ତା ୧୫ ତାରିଖରେ ବିଜେଡି ରାଜନୀତିରେ ହେବ କି ବଡ଼ ଘୋଷଣା , ପାଣ୍ଡିଆନଙ୍କ ପରବର୍ତ୍ତୀ ଦାୟିତ୍ୱ ଉପରେ ରହିବ ନଜର  

ଭୁବନେଶ୍ୱର:  ଭି.କେ ପାଣ୍ଡିଆନ୍। ନବୀନ ଓଡ଼ିଶା ତଥା ଫାଇଟ୍ –ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ୟକ୍ତି। ନିକଟରେ ପ୍ରଶାସନିକ ସେବା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ହେଲେ ସେ ସାଧାରଣ ସଦସ୍ୟ ଭାବେ କାର୍ଯ୍ୟ କରିବେ। ନା କୌଣସି ପଦବୀରେ ରହିବେ। ଯଦି ପଦବୀରେ ରହିବେ ତେବେ ଦଳୀୟ ନା ସରକାରରେ। ଦଳରେ ରହିଲେ କାର୍ଯ୍ୟକାରୀ ସଭାପତି ହେବେ ନା ଉପସଭାପତି। ଏନେଇ କଳ୍ପନାଜଳ୍ପନା ଲାଗି…

Read More

ଆଗୁଆ ନିର୍ବାଚନ ନ କରି ପଶ୍ଚାତାପ କରୁଛି ବିଜେଡି , ଶାସକ ବିରୋଧି ଜନମତ ବୃଦ୍ଧି ନେଇ ଚିନ୍ତାରେ ଦଳ

ଭୁବନେଶ୍ୱର:  ବିଜେଡି ବିରୋଧରେ ଜନମତ ଅଛି। ମାତ୍ର ତାହାକୁ ବିରୋଧି ମାନେ ଆୟପଧ କରି ବିଜେଡିକୁ କଡା ଟକ୍କର ଦେଇ ପାରୁନାହାନ୍ତି। ଏପରିକି ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସହ ସମ୍ପର୍କ ଏହା ପାଇଁ ଦାୟୀ ବୋଲି କୁହାଯାଉଛି। କିଛିମାସ ପୂର୍ବରୁ ବିଜେପି ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ବାର୍ତ୍ତା ତୃଣମୂଳରେ…

Read More

ଭୁବନେଶ୍ୱର , ଉପକଣ୍ଠସ୍ଥ ୩ ଆସନରେ ପ୍ରାର୍ଥୀ ଚୟନ ବିଜେଡ଼ି ପାଇଁ ଆହ୍ୱାନପୂର୍ଣ୍ଣ

ଭୁବନେଶ୍ୱର:  ରାଜନୀତିରେ ନ୍ୟାରେଟିଭ୍ ତଥା ବାର୍ତ୍ତା ଦୁଇ ପ୍ରକାର କରାଯାଇଥାଏ। ପ୍ରଥମତଃ- ରାଜଧାନୀରୁ ରାଜ୍ୟର ଅନ୍ୟ ଅଂଚଳକୁ ବାର୍ତ୍ତା ପ୍ରେରଣ କରାଯାଇଥାଏ। ଅନ୍ୟଟି ରାଜ୍ୟର ଅନ୍ୟ ସ୍ଥାନ ଗୁଡିକର କାର୍ଯ୍ୟକ୍ରମର ପ୍ରଭାବ ରାଜ୍ୟ ମୁଖ୍ୟାଳୟରେ ପଡିଥାଏ। ପ୍ରଥମଟି ଗଣମାଧ୍ୟମ ଦୃଷ୍ଟିରୁ ଅଧିକ ସୁଦୂରପ୍ରସାରୀ ହୋଇଥାଏ। ତେଣୁ ରାଜନୈତିକ ଦଳମାନେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି। ରାଜଧାନୀର ଆସନ ଗୁଡିକର ବିଜୟ-ପରାଜୟ ଅନ୍ୟ ଅଞ୍ଚଳରେ ଏକ ଧାରଣା ସୃଷ୍ଟି କରିଥାଏ।…

Read More