ସୌମ୍ୟ ବାବୁ ଓଡ଼ିଶାର ପନିରସେଲଭମ୍ ହେବେ ବୋଲି କହିଲେ ରୁବେନ୍, ହେଲେ ଅନ୍ୟ ମାନେ କହିଲେ କଣ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିକଳ୍ପ ହୋଇପାରିବେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ତାଙ୍କର ନିଜର ଖବରକାଗଜ ଏବଂ ଟିଭି ରହିଛି। ତାଙ୍କର ପକେଟ୍ ବହୁତ ଗଭୀର। ସୌମ୍ୟ ବାବୁ ତାମିଲନାଡୁର ପନିରସେଲଭମ୍ ହୋଇପାରିବେ। ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି ଦେଶର ଜଣାଶୁଣା ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଏକାଧିକ ଟୁଇଟ୍ କରି ଏହି ମନ୍ତବ୍ୟ ରଖିଛନ୍ତି। କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକ…

Read More

ଆସନ ସହ ଜିଲ୍ଲା ବଦଳିବ ଏହି ନେତାମାନଙ୍କର…. କେନ୍ଦ୍ରାପଡ଼ାରୁ ମଇଦାନକୁ ଓହ୍ଲାଇବେ ପ୍ରଶାସିକା …

ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ବ୍ୟାପକ ପରୀକ୍ଷାନିରୀକ୍ଷା କରିବାକୁ ଯାଉଛି। ଏହି କ୍ରମରେ ଦଳର କିଛି ପ୍ରମୁଖ ନେତାମାନଙ୍କ ଆସନ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଏହି ତାଲିକାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିଛନ୍ତି। ସେହିପରି ଜଣେ ଉଚ୍ଚ ଶିକ୍ଷିତା ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର  ଯେ କୌଣସି ଆସନରୁ ବିଧାନସଭା ଲଢିବାର ସମ୍ଭାବନା ରହିଛି।…

Read More

କିଏ ପଠାଇଥିଲା କାଳି ମାଡ଼ କରିବାକୁ….ଭାସ୍କର କଲା କି ଖୁଲାସା….ଭି.କେଙ୍କ କାଳିକୁ ପଣତକାନିରେ ଫୋଛି ଦେଲେ ମିଶନ୍ ଶକ୍ତି ମା’…

ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା  ସତ୍ୟବାଦୀ ନିର୍ବାଚନମଣ୍ଡଳୀ ରେ ୫-‘ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରାଯାଇଛି।  ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ଭି. କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ମହୋଦୟଙ୍କ ମୁହଁରେ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର…

Read More

ମୋଦିଙ୍କ ଏହି ଭାଷଣରେ ଅପରାଜିତାକୁ ମନକୁ ପାଇଛି, ଜାଣନ୍ତୁ କାହା ମନ ବିଷାଦ….

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଧିନତା ଦିବସ ଭାଷଣ ପରେ ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ ଖୁସି ଅଛନ୍ତି। ଏବଂ ଅପରାଜିତାଙ୍କ ଶିବିର ବିଶ୍ୱାସ କରୁଛି ଯେ, ଏହି ବକ୍ତବ୍ୟ ହିଁ ତାଙ୍କ ପାଇଁ ଗ୍ରୀନ୍ ସିଗନାଲ। ମାତ୍ର ମୋଦିଙ୍କ ଭାଷଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ଏମପି ବୈଜୟନ୍ତ ପଣ୍ଡାଙ୍କୁ ଚିନ୍ତାରେ ପକାଇ ଦେଇଛି। ମୋଦି କହିଥିଲେ ଯେ, ଦେଶର ରାଜନୀତି ପାଇଁ ପରିବାରବାଦ ବିପଦ। ତେଣୁ ଆଗାମୀ ଦିନରେ ଏହା ବିରୋଧରେ…

Read More

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ପୋଷ୍ଟରରେ ସ୍ଥାନ ପାଇଲେ ବୈଜୟନ୍ତ..ଜାଣନ୍ତୁ କଣ…

ନୂଆଦିଲ୍ଲୀ :  ସ୍ୱାଧୀନତା ଦିବସର ପରଦିନ ଅର୍ଥାତ ଅଗଷ୍ଟ ମାସ ୧୬ ତାରିଖରେ କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରୁ ଏକ ଫଟୋ ସେୟାର କଲା। ଏଥିରେ  ମହାରାଷ୍ଟ୍ର ନାରାୟଣ ରାଣେ, ଅଜିତ ପାଓ୍ୱାର , ହସନ ମୁନିଫ ଓ ଛଗନ ଭୁଜବଳ, କର୍ନାଟକର ବସବରାଜ ବୋମାଇ, ମଧ୍ୟ ପ୍ରଦେଶର ଶିବରାଜସିଂ ଚୌହାନ, ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ, ଆସାମର ହିମନ୍ତ ବିଶ୍ୱଶର୍ମା , ଝାଡଖଣ୍ଡର ରଘୁବର ଦାସ ପ୍ରମୁଖଙ୍କ ଫଟୋ ଏବଂ କିଛି ବାର୍ତ୍ତା ଥିବା ଫଟୋ ସେୟାର…

Read More

ମୋଦିଙ୍କ ପରିବାରବାଦ ଭାଷଣ ପରେ ବିଜେପିରେ ଛନକା , ଏମାନଙ୍କର କଟିଯାଇପାରେ ଟିକେଟ୍

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ପନ୍ଦର ଭାଷଣରେ ପରିବାରବାଦ ରାଜନୀତି ଉପରେ ବର୍ଷିଥିଲେ। ଏହା ତାଙ୍କର ପ୍ରଥମ ପରିବାରବାଦ ଉପରେ ଆକ୍ରମଣ ନ ଥିଲା। ଏହି ପରିବାରବାଦ ବକ୍ତବ୍ୟ ଖାଲି ବିରୋଧି ନୁହେଁ, ବିଜେପି ନେତାମାନଙ୍କୁ ମଧ୍ୟ ବାଧିଛି। ତେଣୁ ବିଜେପିରେ ଥିବା ଏହି ପରିବାରବାଦୀ ନେତାଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଏହି ତାଲିକାରେ ମୋଦିଙ୍କ କ୍ୟାବିନେଟରେ ପ୍ରଥମେ ଆସୁଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ…

Read More

କେନ୍ଦ୍ର ସରକାରଙ୍କ ବିଜେଡି ପ୍ରୀତି ….ରାଜ୍ୟ ବିଜେପି ନେତାଙ୍କ ପାଇଁ ଅଯାଗା ଘା’…ଶାହାଙ୍କ ଗସ୍ତ ପରେ ଶିଥିଳ ସଙ୍ଗଠନ..

ଭୁବନେଶ୍ୱର : ବିଜେପି ନେତା ତଥା ଦେଶର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ସଙ୍ଗଠନରେ ଶିଥିଳତା ଆସିଛି। ଯେଉଁ ବିଜେପି କର୍ମୀମାନେ 5-ଟି ସଚିବଙ୍କ ଗସ୍ତକୁ ବିରୋଧ କରୁଥିଲେ। ସେହି ବିଜେପି କର୍ମୀମାନେ ଏବେ ଆଉ କଳାପତାକା ପ୍ରଦର୍ଶନ କରୁନାହାନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମୁହଁର ହସ ଏକ ପ୍ରକାର ଲିଭିଯାଇଛି। ଶାହା ଆସିବା ଦିନ ଠାରୁ ମେଣ୍ଟ ରାଜନୀତି ନେଇ ଚର୍ଟ୍ଟା ଜୋର ଧରିଛି। ଏକାଧିକ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ…

Read More

ବ୍ଲକସ୍ତରରୁ ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର:  ଆସନ୍ତା କାଲିଠାରୁ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ ଘେରାଉ କରାଯିବ। କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ।  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବ୍ଲକସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା…

Read More

ପୁରୀ-ନିମାପଡ଼ା ବିଜେଡି ରାଜନୀତିରେ ନିଆରା ସଂଯୋଗ, ବଦଳୁଛି ସମୀକରଣ…ଶଙ୍ଖ ଭବନ କ୍ୟାଣ୍ଟିନରେ କଣ ହୋଇଥିଲା ଆଲୋଚନା..

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। କେନ୍ଦ୍ରୀୟ ବିଜେପି ନେତାଙ୍କୁ ଲୋକସଭା ଆସନ ଚିନ୍ତା ଘାରିଛି। ଅନୁରୂପ ଭାବେ ବିଜେଡିକୁ ବିଧାନସଭା ଆସନ ଚିନ୍ତା ଘାରିବାକୁ ଲାଗିଛି। ଏହି କ୍ରମରେ ଉପକୂଳ ଓଡ଼ିଶାରେ ପୁରୀ ଏବଂ ଭଦ୍ରକ ଜିଲ୍ଲାରେ ବିଜେପି ନିଜକୁ ଶକ୍ତିଶାଳୀ କରି ପୂର୍ବାପେକ୍ଷା ଅଧିକ ବିଧାନସଭା ଆସନ ହାତେଇବ ବୋଲି କେତେକ ସର୍ଭେକ୍ଷଣ ସଂସ୍ଥା ରିପୋର୍ଟ ଦେଇଥିଲେ। ମାତ୍ର ଅମିତ ଶାହାଙ୍କ ଗସ୍ତ ସହ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ ମେଣ୍ଟ ନ ହେବା ସଫେଇ…

Read More

ନବୀନଙ୍କ ପାଇଁ ଲବି କରିବେ ଏହି ତିନୋଟି ସଂସ୍ଥାର ମୁଖ୍ୟ, ଆଗୁଆ ନିର୍ବାଚନ ପାଇଁ ସହମତି ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଥମେ ଓଡ଼ିଶା ପତ୍ରିକାରେ ସ୍ଥାନ ପାଇଥିଲା। ଏହା ପରେ ଅନ୍ୟାନ୍ୟ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଭଳି କୌଣସି ସୂଚନା ଦିଆଯାଉନାହିଁ। ହେଲେ ସ୍ୱାଧିନତା ଦିବସ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୧୬ ରୁ…

Read More