ରାହୁଲଙ୍କୁ ବୁଝିବାରେ ଭୁଲ୍ କରୁଛି ଓଡ଼ିଶା କଂଗ୍ରେସ, ସାମାଜିକ ନ୍ୟାୟ ବିରୋଧିଙ୍କୁ କୋଳେଇ ନେବାରେ ଦେଖାଉଛି ଆଗ୍ରହ….ମଣ୍ଡଳ କମିସନ ସମୟରେ କ’ଣ ଥିଲା ଏମାନଙ୍କ ଭୂମିକା…

ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ଚାଲିଥାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଭିନ୍ନ ଭାଷଣ ମଧ୍ୟରୁ ଗୋଟିଏ ଭାଷଣକୁ ନେଇ ଚର୍ଚ୍ଚା ଧରିଲା। ଏହି ଭାଷଣଟି ଥିଲା-ସଂଖ୍ୟା ଯାହାର ଯେତେ..ଭାଗ ପାଇବ ସିଏ..ସେତେ । ଏହି ବକ୍ତବ୍ୟ ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସି ଯାଇଥିଲା। କର୍ନାଟକ ଫଳାଫଳ ମଧ୍ୟ ଭଲ ହେଲା। ନୋଏଡ଼ା କୈନ୍ଦ୍ରିକ ଗଣମାଧ୍ୟମ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତୁତ କରିବାକୁ ଲାଗିଲା। ହେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ ଏବଂ କର୍ନାଟକ…

Read More

ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନଙ୍କ ଅଧିକାରୀ, ଆଗୁଆ ନିର୍ବାଚନ ନେଇ କ’ଣ କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଭୁବନେଶ୍ୱର : ରାଜ୍ୟର ୩୦ଜିଲ୍ଲାକୁ ଆବଶ୍ୟକ ସଂଖ୍ୟକ ଇଭିଏମ୍ ପଠା ଯାଇସାରିଛି। ସେହିପରି ୯ଟି ଜିଲ୍ଲାର ଭିଭିପ୍ୟାଟ୍ ମହଜୁଦ୍ ରହିଛି। ଏହା ମଧ୍ୟରେ ୧୫ ଦିନ ପରେ ଭାରତୀୟ ନିର୍ବାଚନ କମିସନଙ୍କ ଅଧିକାରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୧୩ ତାରିଖରେ ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅକ୍ଟୋବର ପହିଲାରୁ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଯାଞ୍ଚ କରାଯିବ। ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

Read More

ଆଗୁଆ ନିର୍ବାଚନ ନେଇ ମୋଦି-ଶାହାଙ୍କ କ’ଣ ରହିଛି ଆଭିମୁଖ୍ୟ ….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଫାଇନାଲ ଖେଳିବାକୁ ଆଗ୍ରହୀ। ଗୃହ ମନ୍ତ୍ରୀ ଅମିତ ଶାହା ସେମି ଫାଇନାଲ ଖେଳିବା ପାଇଁ କହୁଛନ୍ତି। ଏହି କଥାଟି ସାଧାରଣତଃ ସମସ୍ତଙ୍କ ପାଇଁ ଅବୁଝା। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ କୁହାଯାଉଛି। ସେହିପରି ଆଗାମୀ ଦିନରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରମରେ ହେବାରୁ ଥିବା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରୁଛନ୍ତି ଯେ,…

Read More

କୋରେଇରେ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିବା ପ୍ରଶାସକ କିଏ ?

ଯାଜପୁର : କ୍ଷମତା ରାଜନୀତି ଦୃଷ୍ଟିରୁ ଯାଜପୁର ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦୁଇ ମନ୍ତ୍ରୀ-ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇ ଏହି ଜିଲ୍ଲାର। ଏହି ଜିଲ୍ଲାରେ ଥିବା କୋରେଇ ଆସନରେ ବିଜେଡି ନୂତନ ପ୍ରାର୍ଥୀ ଦେବାକୁ ଚାହୁଁଛି। ତେଣୁ ଏହି ଆସନରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜ୍ୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ…

Read More

କାହିଁକି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି ଅପରାଜିତା

ଭୁବନେଶ୍ୱର: ଶୀର୍ଷକଟି ପଢି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଅମୂଳକ ନୁହେଁ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଗୋଟିଏ ଦଳର । ମାତ୍ର ଏହା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି। ଯାହା ଦିନକୁ ଦିନ ଅଧିକ ଦୃଶ୍ୟମାନ ହେବାରେ ଲାଗିଛି। ବିଗତ ସପ୍ତାହରେ ସାଂସଦ ମହୋଦୟା ତାମିଲ ଖଣି ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ…

Read More

ଆଗୁଆ ନିର୍ବାଚନ : ରାଜଭବନକୁ ପରାମର୍ଶ ମାଗିଲେ ଓଡ଼ିଶା ସରକାର Exclusive …

ଭୁବନେଶ୍ୱର : ୨୦୦୪ ମସିହାରେ ଓଡ଼ିଶା ବିଧାନସଭା ଭଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ସହ ବିଧାନସଭା ନିର୍ବାଚନ ପାଇଁ ସୁପାରିଶ କରିଥିଲେ। ଧାର୍ଯ୍ୟ ସମୟର ପ୍ରାୟ ବର୍ଷକ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ବିଜେଡିର ବିଜେପି ସହ ମେଣ୍ଟ ମଧ୍ୟ ରହିଥିଲା। ପୂର୍ବାପେକ୍ଷା ଆସନ ମେଣ୍ଟ କିଛି ଆସନ ହରାଇଥିଲା। ହେଲେ ଦ୍ୱିତୀୟ ଥର ସରକାର ଗଢିବାରେ ସଫଳ ହୋଇଥିଲା। ତେଣୁ ସେ ସମୟରେ ବିଧାନସଭା ଭଙ୍ଗ କରିବା ପରିପ୍ରେକ୍ଷୀରେ କଣ ସବୁ…

Read More

ବିଜେଡିରେ କ୍ରୀତଦାସ..ଗୋଟିଏ କଥାକୁ କିପରି କହିଲେ ପ୍ରଦୀପ ପାଣିଗ୍ରାହୀ ଓ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ। ରାଜ୍ୟରେ ଏତେ ସବୁ କାଣ୍ଡ ଘଟି ଯାଉଛି। ସେ କାହିଁକି ନୀରବ ରହୁଛନ୍ତି। ତାଙ୍କ ଭଉଣୀ ଗୀତା ମେହଟ୍ଟା, ଭାଇ ପ୍ରେମ୍ ପଟ୍ଟନାୟକ କିଛି କହୁନାହାନ୍ତି। ଏହା କଣ ଠିକ୍ କି ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶନିବାର କହିଛନ୍ତି। ପ୍ରଦୀପ ଆହୁରି କହିଛନ୍ତି ଯେ, ବିଜେଡିରେ ରାଜନେତାଙ୍କୁ କ୍ରୀତଦାସ ଭଳି ବ୍ୟବହାର କରାଯାଉଛି। ସତ କହିଲେ ଜେଲ୍ ଡ଼ର ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନ ଉପରେ ନୁହଁନ୍ତି। ସିଏମଓର…

Read More

ମୁଁ କ’ଣ କହିଛି, ସେ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ , ମୋ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଦଫା କାହିଁକି ଲାଗିବନି ବୋଲି ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଜଣେ ଜନ ପ୍ରତିନିଧି। ବିଧାୟକ ବି ଜନ ପ୍ରତିନିଧି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ ହେଲେ ଦଫା ଲାଗୁଛି। ହେଲେ ବିଧାୟକ ଭାବେ ମୁଁ ଜନ ପ୍ରତିନିଧି ମୋ ଉପରକୁ ଅଣ୍ଡା ମାଡ଼ ହେଲା, ହେଲେ କାହିଁକି ୩୦୭ ଧାରା ଲାଗିଲା ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ତାଙ୍କ ନାଁରେ ସଚିବ ଶୁକ୍ରବାର ଯେଉଁ କଥା ସବୁ କହିଲେ, ତାହା ମିଛ। ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ…

Read More

ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର  କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।…

Read More