ବିଜେପି ବିରୋଧରେ ଭୋଟ ଦେବନି ବିଜେଡି…ହେଲେ ଲୋକସଭାରେ କରିବେ କ’ଣ !!!

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ସ୍ପଷ୍ଟୀକରଣ ରଖୁ ନାହାନ୍ତି। ସଂସଦରେ କୌଣସି ଟିପ୍ପଣୀ ମଧ୍ୟ ଦେଉ ନାହାନ୍ତି। ତେଣୁ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଘେରିବା ପାଇଁ ବିରୋଧିଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏହାକୁ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧିନ ଏନଡିଏର ବିଜୟ ସୁନିଶ୍ଚିତ ଥିଲେ ବି ମଣିପୁର ଉପରେ ବିତର୍କ ହେବ। ଏହି ବିତର୍କ ସାରା ଦେଶ ଶୁଣିବ। କାହାର କଣ…

Read More

ଅଗଷ୍ଟ କନଭେନସନ୍ ଜରିଆରେ ଆରମ୍ଭ ହେବ ବିରୋଧି ମେଣ୍ଟ ଅଭିଯାନ, ବିକଳ୍ପ କାର୍ଯ୍ୟସୂଚୀ ଓ ଉପଯୁକ୍ତ ସଂଯୋଜନ ନେଇ ଉଠିଲା ଆଶଙ୍କା

ଭୁବନେଶ୍ୱର : ମାତ୍ର ସପ୍ତାହକ ବ୍ୟବଧାନ ପରେ କଂଗ୍ରେସ ପୌରହିତ୍ୟରେ ରାଜ୍ୟରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦିନକ ପୂର୍ବରୁ ପୁଣି ଏକାଠି ହୋଇଥିଲେ।  ପ୍ରଥମ ସାମୂହିକ କାର୍ଯ୍ୟକ୍ରମ ଭାବେ ଆସନ୍ତା ମାସ ୧୧ ତାରିଖରେ ଏକ କନଭେନସେନ୍ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାୟ ଏକ ବଜାର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ମେଣ୍ଟ କାର୍ଯ୍ୟ କରିବ, ସେ ନେଇ କୌଣସି…

Read More

କେଉଁ ଅଭିନେତାଙ୍କୁ ୨୦୨୪ରେ ଟିକେଟ୍ ମିଳିବ, ବିଜେପି କାହିଁକି ଦେଉଛି ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ..ଜାଣନ୍ତୁ

ଭୁବନେଶ୍ୱର : ଭାରତୀୟ ରାଜନୀତିରେ ସିନେ ଷ୍ଟାରଙ୍କ ପ୍ରଭାବ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ପ୍ରମୁଖ ଅଭିନେତାମାନେ ରାଜନୀତିରେ ପାଦ ଥାପି ସଫଳ ହେବାର ଲକ୍ଷ୍ୟ କରାଯାଏ। ନିର୍ବାଚନୀ ରାଜନୀତିରେ ସଫଳ ହୋଇଥିବା ରାଜନେତା ଲମ୍ବା ଇନିଂସ ଖେଳିବାରେ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। କେତେକ ଅଭିନେତା ଜିତିଯିବା ପରେ ନିର୍ବାଚନମଣ୍ଡଳୀ ଭୋଟରଙ୍କ ରୋଷର ଶୀକାର ହେଉଛନ୍ତି। ଆଗାମୀ ନିର୍ବାଚନରେ ବିଜେଡି-ବିଜେପିରୁ ଏକାଧିକ ଅଭିନେତାଙ୍କୁ ଟିକେଟ୍ ଦିଆଯିବାର ସମ୍ଭାବନା ରହିଛି। ସେହିପରି…

Read More

ମାୟାବତୀ, ଦେବଗୌଡ଼ାଙ୍କ ଦଳ ବିରୋଧିଙ୍କ ଅଙ୍କ ବିଗାଡ଼ିବ !

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ବିଜୟୀ ହେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସିଛି। ଏହା ମଧ୍ୟରେ ବିରୋଧି ଦଳ ସମୂହ ଦୁଇଟି ବୈଠକ ଯଥାକ୍ରମେ ପାଟନା ଏବଂ ବେଙ୍ଗଲୁରୁରେ ଅନୁଷ୍ଠିତ ହୋଇଗଲାଣି। ହେଲେ ଭାରତ ରାଜନୀତିରେ ଦୁଇଟି ଦଳ ଏପରି ଅଛନ୍ତି, ଯେଉଁମାନେ ବିରୋଧି ଦଳ ରଣନୀତିକୁ ଫେଲ୍ କରିବାର କ୍ଷମତା ରଖିଥାନ୍ତି। ଉତ୍ତର ଭାରତରେ ମାୟାବତୀ ଏବଂ ଦକ୍ଷିଣ ଭାରତରେ ଦେବଗୌଡ଼ା ମେଣ୍ଟକୁ କ୍ଷତି ପହଞ୍ଚାଇପାରନ୍ତି।କର୍ନାଟକରେ ଯଦି ଜେଡିଏସ୍ ସହ ବିଜେପି ମେଣ୍ଟ କରେ…

Read More

ରାଜ୍ୟ ବିଜେପି ପୁରୁଣା କମିଟି ଭାଙ୍ଗିଲା, ଜମ୍ବୋ ହୋଇପାରେ ପରବର୍ତ୍ତୀ ଟିମ୍

ଭୁବନେଶ୍ୱର : ସମୀର ମହାନ୍ତିଙ୍କ ସଭାପତିତ୍ୱ ପରେ ଯେଉଁ ସବୁ କମିଟି କରାଯାଇଥିଲା। ତାହାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରଦ୍ଦ କରିଛି। ସେହିପରି ଛାମୁଆ ସଭାପତିମାନଙ୍କ ଦାୟିତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଛି। ନୂଆ କମିଟି ଘୋଷଣା ହେଲା ଯାଏଁ ଏହି କାର୍ଯ୍ୟକର୍ତ୍ତାମାନେ ପୂର୍ବ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ। ତେଣୁ ଦୀର୍ଘ ସପ୍ତାହର କସରତ ପରେ ଦିନ କେଇଟା ମଧ୍ୟରେ ରାଜ୍ୟ ବିଜେପି ନୂଆ କମିଟି ଘୋଷଣା କରିବ। କେତେକ ଛାମୁଆ ସଭାପତି ସେମାନଙ୍କ ପଦ…

Read More

ମଣିପୁର ପ୍ରସଙ୍ଗରେ ଆଜି ବି ମୁହଁ ଖୋଲିଲେନି ମୋଦି, ବିରୋଧି ମେଣ୍ଟର ନାଁକୁ ନେଇ କଲେ ଟାର୍ଗେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବବତ ନୀରବ ମୁଦ୍ରାରେ ରହିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦର କୌଣସି ସଦନରେ ପ୍ରତିକ୍ରିୟାଟିଏ ଦେଇ ନାହାନ୍ତି। ଗତସପ୍ତାହରେ ଦୁଇ ଆଦିବାସୀ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ କିଛି ସେକେଣ୍ଡର ବକ୍ତବ୍ୟ ମୋଦି ରଖିଥିଲେ। ଗତକାଲି ଠାରୁ ସଂସଦରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ସୁରୁଖୁରରେ ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ବରଂ ପ୍ରଧାନମନ୍ତ୍ରୀ ମୋଦି ମୂଳ ପ୍ରସଙ୍ଗରୁ ହଟି ବିରୋଧି ଦଳ ମାନଙ୍କ ଇଣ୍ଡିଆ ନାମକରଣକୁ ସମାଲୋଚନା କରିଛନ୍ତି।…

Read More

କମିଟିଟିଏ ପାଇଁ ନୂଆଦିଲ୍ଲୀରେ ନାକେଦମ୍ ମନମୋହନ-ମାନସ, ଏଯାଏଁ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର : ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପାଖେଇଲାଣି। ଦଳ  ଥରେ ଚେଷ୍ଟା କରି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଛି। କେନ୍ଦ୍ରରେ ସରକାର ଅଛି। ଇଡି, ସିବିଆଇ, ଆୟକର ବିଭାଗ ମଧ୍ୟ ସାଥ୍ ଦେବ। ଦ୍ୱିତୀୟରୁ ପ୍ରଥମ ଚେଷ୍ଟା କଲେ ପୂର୍ଣ୍ଣ ସଫଳତା ନ ମିଳିପାରେ। ହେଲେ ୧୫ ରୁ ୧୬ ଲୋକସଭା ଏବଂ ୫୦ ରୁ ୬୦ ବିଧାନସଭା ଆସନ ହାତେଇ ହେବ। ୟୁପିରେ ଦଳକୁ ବିଜୟୀ କରିଥିବା ସୁନୀଲ ବଂଶଲଙ୍କ ପରି…

Read More

ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ

ଭୋପାଳ:  ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…

Read More

କେବେ ବି ବିରୋଧି ଦଳରେ ବସିନାହାନ୍ତି ନବୀନ ପଟ୍ଟନାୟକ, ଭାରତୀୟ ରାଜନୀତିରେ ବିରଳ ରେକର୍ଡ

ଭୁବନେଶ୍ୱର- ଦୀର୍ଘ 23 ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ନିଜର ରାଜନୈତିକ କ୍ୟାରିୟରରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନମଣ୍ଡଳରେ ସବୁ ସମୟରେ ଶାସକ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାରେ ମଧ୍ୟ ନବୀନ ରେକର୍ଡ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଭାରତୀୟ ରାଜନୀତିରେ ଏହିପରି କରିଥିବା ସେ ଏକମାତ୍ର ନେତା। ରାଜନୈତିକ ଯାତ୍ରାର ଆରମ୍ଭରୁ ଲଗ୍ନରୁ ଏଯାବତ୍ ଶ୍ରୀ ପଟ୍ଟନାୟକ ସରକାରୀ ଦଳ(ଟ୍ରେଜରୀ ବେଞ୍ଚ)ର ହିଁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶାର…

Read More

ଜ୍ୟୋତି ବସୁଙ୍କୁ ପଛରେ ପକାଇ ଚାମଲିଂଙ୍କ ରେକର୍ଡ ଭାଙ୍ଗିବାକୁ ଅଗ୍ରସର ହେଲେ ନବୀନ

ଭୁବନେଶ୍ୱର : ଦିନ ଥିଲା ରାଜନୀତିର ‘ର’ ବୁଝୁ ନ ଥିଲେ। ହେଲେ ଆଜି ରାଜ୍ୟ ରାଜନୀତିର ବର୍ଣ୍ଣମାଳା ତାଙ୍କ ଆଗରେ ଫିକା ପଡ଼ିଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲମ୍ବା କ୍ଷମତା ରାଜନୈତିକ କ୍ୟାରିଅରରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ପଡୋଶୀ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ। ଆଜି ଯାଏଁ ଜ୍ୟୋତି ବସୁ ଦେଶର ଦ୍ୱିତୀୟ ସର୍ବାଧିକ  ଅବଧିର ମୁଖ୍ୟମନ୍ତ୍ରୀ ବୋଲାଉ ଥିଲେ। ହେଲେ ସ୍ୱର୍ଗତ ବସୁଙ୍କୁ ପଛରେ…

Read More