
ତୃତୀୟ ଥର ପାଇଁ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ସଞ୍ଜୟ, ଦଳୀୟ ମୁଖ୍ୟାଳୟ ଦାୟିତ୍ୱରୁ ବିଦା କରିବାକୁ ଚିନ୍ତା କରୁଛି ତୃତୀୟ ମହଲା
ଭୁବନେଶ୍ୱର,୨୦/୪(ବ୍ଯୁରୋ): ପ୍ରଥମେ ଭଦ୍ରକ ଜିଲ୍ଲାର ଧାମ ନଗର, ପରେ ବରଗଡ଼ ଜିଲ୍ଲାର ପଦ୍ମପୁର, ଏବେ ଝାରସୁଗୁଡ଼ା ଉପ ନିର୍ବାଚନରେ ସଞ୍ଜୟ ଦାସବର୍ମାଙ୍କୁ ପ୍ରଚାର ତାଲିକାରୁ ବିଜେଡି ବାଦ୍ ଦେଇଛି। ଦଳୀୟ ସାଧାରଣ ସମ୍ପାଦକ- ମୁଖ୍ୟାଳୟ ଦାୟିତ୍ୱରେ ଥିବା ଦାସବର୍ମାଙ୍କୁ ତାଲିକାରୁ ବାଦ୍ ଦେବାକୁ ନେଇ ରାଜନୈତିକ ମହଲରେ ଚର୍ଚା୍ ଜାରି ରହିଛି। ଦଳୀୟ ଶୀର୍ଷ ସିଣ୍ଡିକେଟ୍ କଥାରେ ପରିଚାଳିତ ନ ହେବାରୁ ଏହି ଆଭିମୁଖ୍ୟ ପୋଷଣ କରାଯାଇଥିବା ଜଣାପଡିଛି। ଖୁବ୍ ଶୀଘ୍ର ତାଙ୍କୁ ଦଳୀୟ ସାଧାରଣ ସମ୍ପାଦକ-ଦଳୀୟ…