ବାହାରିଲା କେନ୍ଦ୍ର ସରକାରଙ୍କ ସରକାରୀ ଚାକିରୀ…ଡେରି ନ କରି ତୁରନ୍ତ ପକାନ୍ତୁ…

ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ରାଜ୍ୟରେ ଏବଂ ଜିଲ୍ଲା ପୁଲିସ୍ କନଷ୍ଟେବଲ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଏଥିରେ କେତେ ପିଲା ସଫଳତା ପାଇଲେ। ଆଉ କେତେକ ସଫଳତା ପାଇଲେ ନାହିଁ। ଯେଉଁମାନେ ସଫଳତା ପାଇଲେ ଏବଂ ଯେଉଁମାନେ ନ ପାଇଲେ, ସେ ସମସ୍ତଙ୍କ ପାଇଁ ପୁଣି ସୁଯୋଗ ଆସିଛି। ହେଲେ ଓଡ଼ିଶା ସରକାର ନୁହେଁ।  ଭାରତ ସରକାରଙ୍କ  ଦ୍ୱାରା ବାହିରିଛି ସରକାରୀ ଚାକିରୀ। କେନ୍ଦ୍ର ସରକାର ଗୃହ ମନ୍ତ୍ରଳାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ…

Read More

ଅଗଷ୍ଟରେ ଆସିବ ଶାହରୁଖଙ୍କ ନୂଆ ସିନେମା ଗୀତ… ଜାଣନ୍ତୁ ଏହାକୁ ନେଇ ବିବାଦ ଉଠିଛି କି…

ମୁମ୍ବାଇ : ପଠାନ ସିନେମାର ସଫଳତା ପରେ ଆଗକୁ ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଜୱାନ ରିଲିଜ ହେବାକୁ ଯାଉଛି । ଅଗଷ୍ଟ ମାସରେ ଏହାର ପ୍ରଥମ ଗୀତ ରିଲିଜ ହେବ ବୋଲି ଜଣାପଡିଛି।  ଗୀତ ରିଲିଜ ହେବାର ଖବର ଆସିବା ପରେ ଏହାକୁ ନେଇ ମନୋରଞ୍ଜନ ଦୁନିଆରେ ଚର୍ଚ୍ଚା ଜୋର ଧରିଛି।  ବିଭିନ୍ନ କାରଣରୁ ରିଲିଜ୍ ପୂର୍ବରୁ ‘ଜିନ୍ଦା ବନ୍ଦା’ ଗୀତଟି ଲାଇମ୍ ଲାଇଟ୍‌ରେ ରହୁଛି । ଏହି ଗୀତରେ ଶାହରୁଖଙ୍କୁ ହଜାରରୁ ଅଧିକ…

Read More

ପୁଣି ରିଲିଜ୍ ହେଲା ଫରହନ୍ ଅଖତାରଙ୍କ ସିନେମା , ହେଲେ କାରଣ କଣ…

ଫରହାନ ଅଖତର ଏବଂ ସୋନମ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାଗ୍‌ ମିଲ୍‌ଖା ଭାଗ୍‌’ ମୁକ୍ତିଲାଭର ୧୦ ବର୍ଷ ପୂରଣ ହୋଇଛି। ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରଟି ମିଲ୍‌ଖା ସିଂହଙ୍କ ଜୀବନୀ ଉପରେ ଆଧାରିତ ଥିଲା ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ।ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହେବା ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରା ଫିଲ୍ମକୁ…

Read More

ବରଫ ସ୍ନାନ କାହିଁକି କରୁଛନ୍ତି ସମନ୍ଥା, ନିକଟରେ କାହିଁକି କଲେ ଏପରି ପୋଷ୍ଟ …ଜାଣନ୍ତୁ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ସିନେମା ପୁଷ୍ପା ସିନେମାର ଆଇଟମ୍ ନମ୍ବର ଉ ଓ୍ୱାଣ୍ଟା …ନାୟିକ ସମନ୍ଥା ପ୍ରଭୁଙ୍କୁ କିଏ ନ ଜାଣେ। ଏହି ଗୀତର ଏତେ ଲୋକପ୍ରିୟତା ବଢିଯାଇଥିଲା ଯେ, ସିନେମାର ନାୟିକା ଅପେକ୍ଷା ସାମାଜିକ ଗଣମାଧ୍ୟମରେ ସମନ୍ଥା ଅଧିକ ଟ୍ରେଣ୍ଡ କରିଥିଲେ। ହେଲେ ତାଙ୍କ ଯାତ୍ରା କେବଳ ଆଇଟମ୍ ନମ୍ବରରେ ସୀମିତ ରହି ନ ଥିଲା। ଏହା ପରେ ସରୋଗେସି ଏବଂ ପ୍ରସାଧନ ସାମଗ୍ରୀ ବଜାରକୁ ନେଇ ଏକ ସିନେମାରେ ସେ ମୁଖ୍ୟ ଭୂମିକାରେ ଆସିଥିଲେ।…

Read More

ଦେଶ ସମେତ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ପାଇଁ ମେଟା ଟେକ୍ନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ କରୁଥିବା ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି । ଭାରତର ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ମେଟା ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକ କାଳରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜିଆଇଏସ୍ ମୋବାଇଲ୍ ଆପ୍ ଆରମ୍ଭ

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅଂଶୀଦାରମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଏକ ନୂଆ ମୋବାଇଲ୍ ଆପ୍ ଉନ୍ମୋଚନ କରାଯାଇଛି ଯାହାକୁ ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ଅପ୍‌ଡେଟ୍ କରିବା ଲାଗି ଡିଜାଇନ୍ କରାଯାଇଛି । ବାସ୍ତବ ସମୟ ଭିତ୍ତିରେରେ ଜିଆଇଏସ୍ ଡାଟାବେସ୍ ଅପ୍‌ଡେଟ୍ କରିବା ଲାଗି ଜିଆଇଏସ୍ ମୋବାଇଲ୍ ଆପ୍‌ରେ ବହୁ ପ୍ରକାର ସୁବିଧାସୁଯୋଗ ରହିଛି । ବ୍ୟବହାରକାରୀମାନେ ଠିକଣା, ସଂପତି କୋଡ୍‌, କାର୍ଯ୍ୟ ଆଇଡି କିମ୍ବା…

Read More

ଫ୍ୟାନ ମାନେ କେମିତି ଗ୍ରହଣ କରିବେ.. ଏହି ଚିନ୍ତା ଘାରିଥିଲା ଶୀତଲଙ୍କୁ… ହେଲେ ଫିଲ୍ମ ରିଲିଜ୍ ପରେ ..

ଭୁବନେଶ୍ୱର: ଓଲିଉଡ୍ ର ଚୁଲବୁଲି ନାୟିକା ଭାବେ ସେ ଶୀତଲ ପରିଚିତ। ବିଶେଷ କରି ଲଭ ଷ୍ଟୋରୀ ହେଉ କି ରୋମାଣ୍ଟିକ ସ୍କ୍ରିନ୍ ପ୍ଲେ, ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ତେଣୁ କୌଣସି ଫିଲ୍ମରେ ଶୀତଲ ଅଛନ୍ତି ମାନେ, ତାଙ୍କ ଫ୍ୟାନ୍ ସିନେମାଟିରେ ଲଭ୍, ରୋମାନ୍ସ ନିହାତି ଥିବ ବୋଲି ନିଶ୍ଚିତ ହୋଇଥାଆନ୍ତି। ଆଉ ଭରପୂର ମଜା ଉଠଆଇ ଥାଆନ୍ତି। ହେଲେ କ୍ୟାରିୟରରେ ପାଖାପାଖି ଏକ ଦଶନ୍ଧି ବିତାଇବାକୁ ଯାଉଥିବା ଶୀତଲ ଏକ ଭିନ୍ନ…

Read More

ସୀମା ଆସିଲେ , ଅଞ୍ଜୁ ଗଲେ

ପ୍ରେମ ପାଇଁ ସୀମା ଡେଇଁ ଭାରତରୁ ପାକିସ୍ତାନକୁ ଚାଲିଗଲେ ବିବାହିତ ମହିଳା । ରାଜସ୍ଥାନ ଅଲୱରରୁ ପାକିସ୍ତାନ ଖାଇବର ପଖତୁନୱା ଅଚଂଳର ଦିର ଜିଲ୍ଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଲୱରର ଅଂଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩୪ ବର୍ଷୀୟ ଅଂଜୁ ପାକିସ୍ତାନର ୨୯ ବର୍ଷୀୟ ନସରୁଲ୍ଲାଙ୍କୁ ଭଲ ପାଇ ବସିଥିଲେ । ଆଉ ପ୍ରେମ ପାଇଁ ସେ ସୀମା ସରହଦ ଡେଇଁବା…

Read More

କୋଚ୍ ହେଲେ କ୍ୱିତୋଭାଙ୍କ ଜୀବନସାଥି , ଖୁସି ଜାହିର କରି ସାମାଜିକ ଗଣମାଧ୍ୟମରେ କ’ଣ ଲେଖିଲେ ପଢନ୍ତୁ..

ଚେକ୍ ରିପ୍ଲବିକ :  ଚେକ୍ ରିପବ୍ଲିକ୍‌ର ‌ଟେନିସ୍ ରାଣୀ ତଥା ଦୁଇଥର ଓ୍ୱିମ୍ବଲଡ଼ନ ବିଜୟିନୀ ପେଟ୍ରା କ୍ୱିତୋଭାଙ୍କୁ କିଏ ବା ନ ଜାଣେ। ଦୀର୍ଘଦିନ ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଟେନିସ୍ ଖେଳକୁ ନେଇ ନୁହେଁ। ତାଙ୍କ ଜୀବନସାଥିଙ୍କୁ ନେଇ ସେ ଏବେ ଚର୍ଚ୍ଚାରେ। କ୍ୱିତୋଭାଙ୍କ ଜୀବନରେ ତାଙ୍କ କୋଚ୍  ଜିରି ଭାନେକ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଟେନିସ୍ ପଡ଼ିଆରେ ପେଟ୍ରାଙ୍କୁ ବିଶ୍ୱ ବିଜୟିନୀ କରିଥିବା  ଭାନେକ ଜୀବନ ଲଢେଇରେ ମଧ୍ୟ…

Read More

ବର୍ଷାଦିନେ ଚିନ୍ତା ବଢାଇଛି ଏହି ସଂକ୍ରାମକ ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ପ୍ରତିଷେଧକ

ଭୁବନେଶ୍ୱର : ବର୍ତ୍ତମାନ ଦେଶର ସବୁ ସ୍ଥାନରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି , ଏହି କାରଣରୁ ଅନେକ ସଂକ୍ରମଣ ରୋଗ ଦ୍ରୁତଗତିରେ ବ୍ୟାପିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇ, କେରଳ ଏବଂ ଦିଲ୍ଲୀରେ ଲେପ୍ଟୋସ୍ପାଇରୋସିସ୍ ସଂକ୍ରମଣ ମାମଲା ଜୋର ଧରିଛି l ଏହା ଏକ ରୋଗ ଯାହା ଯେକୌଣସି ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରେ | ଲେପ୍ଟୋସ୍ପାଇରୋସିସ୍ ଲେପ୍ଟୋସ୍ପିରା ଜୀବାଣୁ ଦ୍ବରା ହୋଇଥାଏ, ଯାହା ଆପଣଙ୍କୁ, ଆଖି, ନାକ…

Read More