ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ବିବାଦର ସାମ୍ପ୍ରତିକ ବୃଦ୍ଧି ଉପରେ ଅହମଦୀୟା ମୁସଲିମ ସମ୍ପ୍ରଦାୟର ବାର୍ତ୍ତା
ଅହମଦୀୟା ମୁସଲିମ ସମ୍ପ୍ରଦାୟର ବିଶ୍ବଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ନିର୍ଦ୍ଦେଶ ଅନୁଯାୟୀ ନିମ୍ନଲିଖିତ ବିବୃତ୍ତି ପ୍ରକାଶିତ କରାଯାଉଛି। ଗତ କିଛି ଦିନ ହେଲା ଜାରି ରହିଛି, ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ । ଏହି ହିଂସା ଏବଂ ରକ୍ତପାତରେ ଶହ ଶହ ମହିଳା, ଶିଶୁ ଏବଂ ବୃଦ୍ଧ ନିହତ ଓ ଆହତ ହୋଇଛନ୍ତି । ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିବା କିମ୍ବା ସେମାନଙ୍କୁ ଆଘାତ ପହଞ୍ଚାଇବା ହେଉଛି, ଇସଲାମ ପ୍ରବର୍ତ୍ତକ ହଜରତ…
