ଦରବୃଦ୍ଧି ନିୟନ୍ତ୍ରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି; ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ  ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରଦାମ୍ ବୃଦ୍ଧିକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା କହିଛନ୍ତି ପରିବର୍ତନ ଓ ସୁଶାସନର ନାର ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ବିଜେପି ସରକାର। ଏହି ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଦରଦାମ୍ ପାଇଁ ଲୋକେ…

Read More

ଅପ୍ରତିଦ୍ଵନ୍ଦୀ ଭାବେ ବାଚସ୍ପତି ହେଲେ ସୁରମା ପାଢ଼ୀ …

ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି  ସୁରମା ପାଢୀ। ସୁରମା ପାଢୀଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢ଼ୀ । ଗତକାଲି ବିଜେପି ପକ୍ଷରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରଣପୁର ବିଧାୟିକା ସୁରମା ପାଢ଼ୀ । ତେବେ ଆଜି ସର୍ବସମ୍ମତି କ୍ରମେ…

Read More

ନବୀନ ନିବାସରେ ବିଜେପି ନେତା…

ଭୁବନେଶ୍ବର; ଆସନ୍ତାକାଲି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ (ଆଜି) ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

Read More

ଏୟାର ଇଣ୍ଡିଆ ଓ ଭିସ୍ତାରା ମିଶ୍ରଣକୁ ମିଳିଲା ଗ୍ରୀନ୍ ସିଗନାଲ୍ …

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍‌ସିଏଲଟି) ଦେଇଛି ଗ୍ରୀନ ସିଗନାଲ୍। ଫଳରେ ଉଭୟ ଟାଟା ଗ୍ରୁପ୍‌ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି। ଦୁଇ ବର୍ଷ ପୂର୍ବେ ତଥା ୨୦୨୨ ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର ଏୟାରଲାଇନ୍ସ ଅଧୀନରେ ଥିବା ବେଳେ ଏୟାର ଇଣ୍ଡିଆ ସହ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସକୁ ୨୫.୧% ଅଂଶଧନ ମିଳିବ।…

Read More

ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସୁରକ୍ଷା ସଚେତନତା ବାର୍ତ୍ତା ଦେଉଛି ଟିପିଏସଓଡିଏଲ୍

ଏହି ପଦକ୍ଷେପ ମାଧ୍ୟମରେ ୨୫ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି କମ୍ପାନୀ ବ୍ରହ୍ମପୁର, ମଇ ୨୦୨୪: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼( ଟିପିଏସଓଡିଏଲ୍ ) ଚଳିତ ଆର୍ଥିକ ବର୍ଷରେ ଏହାର ଅପରେସନାଲ କ୍ଷେତ୍ରରେ ୧୪୦ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ଆୟୋଜନ କରିବା ପାଇଁ ଯୋଜନା କରିଛି। ଚଳିତ ବର୍ଷ ଜାନୁଆରୀରୁ ମଇ ମାସ ଭିତରେ କମ୍ପାନୀ ପକ୍ଷରୁ ପ୍ରାୟ ୬୧ଟି ପଥପ୍ରାନ୍ତ…

Read More

ଆଇଆଇଏମ୍ ସମ୍ବଲପୁରରେ ବୃତ୍ତିଗତଙ୍କ ପାଇଁ “ଫିନଟେକ୍ ମ୍ୟାନେଜମେଣ୍ଟରେ ଏମବିଏ” ଡିଗ୍ରୀ ଆବେଦନ ଆରମ୍ଭ …

ସମ୍ବଲପୁର, ଏପ୍ରିଲ ୨୫, ୨୦୨୪: ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଏମ ସମ୍ବଲପୁର ଓ ଏନଏସଇ ଏକାଡେମୀ ସହିତ ମିଳିତ ଭାବରେ ଫିନଟେକ୍-ମ୍ୟାନେଜମେଣ୍ଟରେ ଏମବିଏ ପାଇଁ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି  । ଏହା ହେଉଛି ପ୍ରଥମ ଫିନଟେକ୍-ଫୋକସ୍ ଥିବା ଏମବିଏ ଡିଗ୍ରୀ ଯାହାକି ଆଇଆଇଏମ୍ ଦ୍ୱାରା ଆରମ୍ଭ କରାଯାଉଛି । ଅନୁଷ୍ଠାନ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମର ଏକ ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯେଉଁଥିରେ ଆବେଦନକାରୀମାନେ ପ୍ୟାରିସର ସୋରବୋନ୍ ବିଜନେସ୍ ସ୍କୁଲରୁ ‘ଆନ୍ତର୍ଜାତୀୟ ଫାଇନାନ୍ସରେ ଏମବିଏ’ ଡିଗ୍ରୀ ହାସଲ…

Read More

ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା

–ମହିଳାଙ୍କୁ କରୁଛି ସଶକ୍ତ –ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ ବ୍ରହ୍ମପୁର, ଏପ୍ରିଲ,୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ ମାନ୍ୟତା ମିଳିଛି। ଗତ ବର୍ଷ ଉଦଘାଟନ ହୋଇଥିବା ଏହି ଅତ୍ୟାଧୁନିକ ଲ୍ୟାବର ସମସ୍ତ କର୍ମଚାରୀ ମହିଳା ଅଟନ୍ତି। ସ୍ଥାନୀୟ ମହିଳାମାନଙ୍କୁ ବୈଷୟିକ କ୍ଷେତ୍ରରେ ସୁଯୋଗ ଦେବା ସହ ସେମାନଙ୍କୁ ସଶକ୍ତ କରିବା ଏହାର…

Read More

ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ  ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

ବ୍ରହ୍ମପୁର,ଏପ୍ରିଲ: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଭ୍ରାମ୍ୟମାଣ ସବ ଷ୍ଟେସନ ଗୁଡିକରେ ବିତରଣ ଟ୍ରାନ୍ସଫର୍ମର ଓ ସୁରକ୍ଷା ଉପକରଣ ରହିଛି। ଭ୍ରାମ୍ୟମାଣ ଟ୍ରୋଲି ଉପରେ ଏହାକୁ ସ୍ଥାନିତ କରାଯିବା ସହ ଆବଶ୍ୟକ ସମୟରେ ତୁରନ୍ତ ଏହାକୁ କର୍ମସ୍ଥଳୀକୁ…

Read More

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସ୍ଓଡିଏଲର ପ୍ରୟାସ

ବ୍ରହ୍ମପୁର, ଏପ୍ରିଲ: ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ ଜାରି ରଖିଛି। ଚଳିତ ବର୍ଷର ଥିମ୍ “ମାଇଁ ହେଲଥ, ମାଇଁ ରାଇଟ୍” (ମୋ ସ୍ବାସ୍ଥ୍ୟ, ମୋ ଅଧିକାର) ଆଧାରରେ ଦକ୍ଷିଣ ଓଡ଼ିଶାର ଲୋକଙ୍କ ତଥା କମ୍ପାନୀର କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରଚେଷ୍ଟା କରୁଛି। କର୍ପୋରେଟ ସାମାଜିକ ଦାୟିତ୍ଵ (ସିଏସଆର୍) ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଗ୍ରାମୀଣ…

Read More

ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି | ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି ।…

Read More