ସଂସଦର ସ୍ୱତନ୍ତ୍ର ଅଧିବେଶନ ଘୋଷଣା ପରେ ବଢିଲା ଆଗୁଆ ନିର୍ବାଚନ ଚର୍ଚ୍ଚା, ମୋଦି-ଶାହଙ୍କ ନିଷ୍ପତ୍ତିକୁ ଚାତକ ପରି ଅନାଇ ରହିଛି ବିଜେଡି

ଭୁବନେଶ୍ୱର : ଦୁଇ ଦିନ ତଳେ ମମତା ବାନାର୍ଜୀ, ଶରଦ ପାଓ୍ୱାର ଏବଂ ନୀତିଶ କୁମାର ଆଗୁଆ ନିର୍ବାଚନ ନେଇ ପ୍ରାକ୍ ଆକଳନ କରିଥିଲେ। ଗତ ସପ୍ତାହରେ ରାଜ୍ୟ ସରକାର ଆଗୁଆ ବିଧାନସଭା ଭାଙ୍ଗିବା ନେଇ କଣ ପ୍ରକ୍ରିୟା ରହିଛି, ତାହା ରାଜଭବନରୁ ମଗାଇଛନ୍ତି। ଏହି ଚର୍ଚ୍ଚାକୁ 24 ଘଣ୍ଟା ନ ପୂରୂଣୁ ଆଉ ଏକ ଖବର ଜାତୀୟ ଓ ରାଜନୀତିକୁ ହଲଚଲ କରିଦେଇଛି। ଏହି ଖବରଟି ହେଉଛି- କେନ୍ଦ୍ର ସରକାର ସେପ୍ଚେମ୍ବର 18 ରୁ 22 ତାରିଖ ଯାଏଁ ସ୍ୱତନ୍ତ୍ର ଅଧିବେସନ ଡକାଇଛନ୍ତି। ଏହି ଅଧିବେସନ ଯେଉଁଦିନ ସରୁଛି, ସେହି ଦିନ ଓଡ଼ିଶାରେ ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି।

ସଂସଦରେ ଗୃହୀତ ହେବାକୁ ଥିବା କିଛି ସଂକଳ୍ପ ବିଧାନସଭାରେ ଗ୍ରହଣ କରାଯିବ ନାହିଁ ତ। ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ଜାରି ରହିଛି। ଏହା ଏକ ନିଆରା ସଂଯୋଗ। ରାଜ୍ୟ ସରକାରଙ୍କ ଶୀର୍ଷ ଅଧିକାରୀ ଏବଂ ବିଜେଡିର ଶୀର୍ଷ ନେତୃତ୍ୱ ମହଲରୁ ମିଳିଥିବା ସୂଚନାନୁଯାୟୀ, ବିଜେଡି ଆଗୁଆ ନିର୍ବାଚନ ହେଲେ ବି ପ୍ରସ୍ତୁତ ରହିଛି। ଓ୍ୱାନ୍ ନେସନ୍ ଏବଂ ଓ୍ୱାନ୍ ଇଲେକ୍ସନକୁ ମଧ୍ୟ ସମର୍ଥନ କରିଛି। ତେଣୁ ଲୋକସଭା ଭାଙ୍ଗିଲେ, ବିଧାନସଭା ଭାଙ୍ଗି ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ। ତେଣୁ କରି ନଭେମ୍ବରରେ ହେବାକୁ ଥିବା 5 ରାଜ୍ୟର ବିଧାନସଭା ନିର୍ବାଚନକୁ ମାସେ ବିଳମ୍ବ କରାଇ ଡିସେମ୍ବରରେ ଲୋକସଭା ସହ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ଅନେଇ ରହିଛି।

Leave a Reply

Your email address will not be published. Required fields are marked *