କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କି କଥା ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଉତ୍ସବ ରହିଥିଲା। ମୋତେ ଆନୁଷ୍ଠାନିକ ଭାବେ ରାଜଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ମୁଁ ପହଞ୍ଚିବା ପରେ ସେଠାରେ ଖାଲି ଥିବା ଆସନ ଦେଖି ବସି ପଡିଲା। ମୋ ଡାହାଣ ପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲେ। ଅନୁରୂପ ଭାବେ ବାମ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ ଥିଲେ। ଆମ ମାନଙ୍କର ଫଟୋ ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଲା। ମାତ୍ର ଏହା ଏକ ସଂଯୋଗ ଥିଲା। କୌଣସି ସୁଚିନ୍ତିତ କାର୍ଯ୍ୟକ୍ରମ ନ ଥିଲା ବୋଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ସେ ଖୁବଶୀଘ୍ର ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେଣୁ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଏକାଠି ବସିବାକୁ ନେଇ ସେହି ଚର୍ଚ୍ଚା ଜୋର ଧରିଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *