Donald Trump ଏପରି କରିବାର ନଥିଲା

ନୂଆଦିଲ୍ଲୀ : (ବିଜୟ ସାହୁ)-ସତ ହେଉ କି ମିଛ ହେଉ ଟ୍ରମ୍ପ ପାକିସ୍ତାନ ଭାରତ ମଧ୍ୟରେ
Ceasefire କରିବା ପାଇଁ ମଧ୍ୟସ୍ତି କରିବା ଉଚିତ ନଥିଲା । କିମ୍ବା ଆମେ ସେଥିରେ ପଶିବାର ନ ଥିଲା ।
ପାକିସ୍ତାନ ଯଦି ନେହୁରା ହେବାରୁ Ceasefire ହେଲା ତାହେଲେ ତାର ଏତେ ବହପ ଯେ ଆମର ଶ୍ୱାସ ରୋକିଦେଵ ।
ଏହାର ଜବାବ ଯଦି ତୁରନ୍ତ ସରକାର ନ ଦିଅନ୍ତି ତାହେଲେ ଧାରଣା ହେଇପାରେ ଟ୍ରମ୍ପ ନିଶ୍ଚୟ ମଧ୍ୟସ୍ତି ହେଇଛନ୍ତି ।
ଏହା ହେଉଛି Deductive Logic . ଏବଂ LOGIC ହେଉଛି ବିଜ୍ଞାନ ।

ତେଣୁ ଶାସ୍ତ୍ର କହିଛି ଏମିତି ବ୍ୟକ୍ତି ମଧ୍ୟସ୍ତି କରିବା ଦରକାର ଯାହାର INTERNATIONAL IMAGE ରହିଛି ଓ ପ୍ରତିପକ୍ଷ ମଧ୍ୟ ମଧ୍ୟସ୍ତିଙ୍କ କଥାକୁ ଶୁଣିବା ପାଇଁ ରାଜି ହୁଅନ୍ତି ।
ଏଇ ଯେମିତି ଚୀନ ଭାରତ ସୀମା ବିବାଦ କ୍ଷେତ୍ରରେ ଦାର୍ଶନିକ ବର୍ଟାଣ୍ଡ ରସେଲଙ୍କ ମଧ୍ୟସ୍ତି କଥା । ନିଜ ପକ୍ଷରୁ ହିଁ ଭାରତ ଚୀନ ମଧ୍ୟରେ 100 ବର୍ଷର ସୀମା ବିବାଦରେ ମଧ୍ୟସ୍ତି କରିବାକୁ ଚାହିଁଥିଲେ । ସେତେବେଳେ ସୀମା ବିବାଦ ହେଇ ନଥିଲା , ଭାରତ ସ୍ଵାଧୀନତା ଅର୍ଜନ କରି ନଥିଲା କିମ୍ବା ଓ ଚୀନ ବିପ୍ଳବ ହେଇ ନଥିଲା । ଉଭୟ ଦେଶ ସାମ୍ରାଜ୍ୟବାଦୀ ଶାସନର ନିପୀଡନ ଭିତରେ ଥିଲେ ।
ଜଣେ ଦାର୍ଶନିକ ଓ ଶାନ୍ତି ଦୂତ ଭାବରେ ତଥା ବିଭିନ୍ନ ଦେଶର ସ୍ୱାଧୀନତା ପାଇଁ ବର୍ଟାଣ୍ଡ ରସେଲ ବହୁତ ସକ୍ରିୟ ଥିଲେ । ଏଇ ଯେମିତି ବ୍ରିଟେନରେ ଗଠିତ India Leagueର prasident ହେବା , India Leagueର ପ୍ରେସିଡେଣ୍ଟ ଭାବରେ ଭାରତର ଔପନିବେଶିକ ଶାସନର ହିଂସାତ୍ମକ ଦମନର ବାସ୍ତବ ଚିତ୍ର ବ୍ରିଟେନ ବାସୀଙ୍କୁ ଜଣେଇବା ପାଇଁ ପ୍ରତିନିଧି ମଣ୍ଡଳରେ ଭାରତ ଆସିବା ଇତ୍ୟାଦି ଇତ୍ୟାଦି । ଏହି ସଂଗଠନ 1928ରେ ଲଣ୍ଡନରେ କ୍ରୀଷ୍ଣା ମେନନ ପ୍ରତିଷ୍ଠା କରିଥିଲେ । ପ୍ରମୁଖ ସଭ୍ୟ ଭାବରେ ଭିକାଜୀ କାମା, ହେରାଲଡ଼ ଲାସ୍କି ଓ ବ୍ରିଟେନ ର ବୁଦ୍ଧିଜୀବୀ ଓ ସମ୍ଭ୍ରାନ୍ତ ବର୍ଗରୁ ସଭ୍ୟ ମଧ୍ୟ ଥିଲେ ।

ମେନନ ପ୍ରଥମେ ଭାରତର ବିଭିନ୍ନ ସଂଗଠନର ତଥ୍ୟ ସଂକଳନ କରି ଭାରତ ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କଲେ । ବ୍ରିଟିଶ ସରକାର ରିପୋର୍ଟକୁ ଭାରତରେ ନିଷିଦ୍ଧ ଘୋଷଣା କଲେ ।
ତିରିଶ ଦଶକରେ India League ର ଶାଖା ବ୍ରିଟେନର ବଡ଼ ବଡ଼ ସହରରେ ଗଠନ କରାଯାଇ ସେଥିରେ ଭାରତ ସ୍ୱାଧୀନତା ପାଇଁ ସମର୍ଥନ ପ୍ରକାଶ କରୁଥିବା ସଭ୍ୟ ସଂଗ୍ରହ କଲେ ।
India League ପ୍ରଚେଷ୍ଟାରେ ଗୋଟିଏ ବ୍ରିଟିଶ ପ୍ରତିନିଧି ଦଳ 1933 ଭାରତ ଆସି ଥିଲେ । ନିଜେ ବର୍ଟାଣ୍ଡ ରସେଲ ପ୍ରେସିଡେଣ୍ଟ ଭାବରେ ଏହାର ନେତୃତ୍ୱ ନେଇଥିଲେ ।
1944 ରେ ମେନନ ଯେଉଁ ରିପୋର୍ଟ ପ୍ରକାଶ କରିଥିଲେ ସେଥିରେ 1400 ସଭ୍ୟ, 70 ଟ୍ରେଡ଼ ଓ 118 ୟୁନିୟନ ଏବଂ ସଂଗଠନ ଯୋଡ଼ି ହେଇଥିଲେ ।
ରସେଲ ଅନୁମାନ କରିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଭିନ୍ନ ଦେଶର ଉପନିବେଶ ଶାସନର ପତନ ହେବ ଓ ନୂଆ ନୂଆ ରାଷ୍ଟ୍ର ଗଢି ଉଠିବ । ତାଙ୍କର ସବୁଠାରୁ ବେଶୀ ଆଶଙ୍କା ଥିଲା ଐତିହାସିକ କାରଣରୁ ଚୀନ ଓ ଭାରତ ମଧ୍ୟରେ ସୀମା ନିର୍ଦ୍ଧାରଣ ପାଇଁ ବିବାଦ ହେବ ।
ରସେଲ 1920 ରୁ ଚୀନର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଥିଲେ ଓ ସେଠାରେ ଚାଲିଥିବା ଚୀନ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମକୁ ମଧ୍ୟ ଲକ୍ଷ୍ୟ କରୁଥିଲେ । ପୁଣି 1949 ରେ ଚୀନରେ ବିପ୍ଳବ ପରେ ସମାଜ ବାଦୀ ବ୍ୟବସ୍ଥା ସୃଷ୍ଟି ଓ ଭାରତର ସ୍ୱାଧୀନତା ଅର୍ଜନ , ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ସୋଭିଏତ ୟୁନିୟନର ଵିଜୟ ଇତ୍ୟାଦି ଭୂ-ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ଯୋଗୁଁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସୁ ସମ୍ପର୍କ ରହିବା ଉପରେ ସେ ସକ୍ରିୟତା ଦେଖେଇ ଥିଲେ ।
ଏହା ସାଙ୍ଗକୁ କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ଯେଉଁଥିରେ ଆମେରିକା ଓ ସୋଭିଏତ ୟୁନିୟନ 13 ଦିନ ସଂଘର୍ଷରେ ଲିପ୍ତ ହେଇଥିଲେ । ଆମେରିକା ଇଟାଲୀ ଓ ତୁର୍କୀରେ ପରମାଣୁ କ୍ଷେପଣାସ୍ତ୍ର ସ୍ଥାପନା କଲା ଓ ସୋଭିଏତ ୟୁନିୟନ କ୍ୟୁବାରେ ସ୍ଥାପନା କଲା । ଏହା 1962 ଅକ୍ଟୋବର 16ରୁ 28 ଘଟଣା । ଏହି ଠାରୁ ହିଁ ଶୀତଳ ଯୁଦ୍ଧର ପୂର୍ଵ ସୂଚନା ମିଳିଥିଲା ।
ରସେଲ ନେହରୁଙ୍କ ଗୋଷ୍ଠୀ ନିରପେକ୍ଷ ନୀତିକୁ ପ୍ରସଂଶା କରି 1960 ରେ ଲେଖିଲେ -” Nehru is known to stand for sanity and peace in this critical moment of history .Perhaps it will be he who will lead us out of the dark night of fear into a happier day . “

ପ୍ରାଥମିକ ଅବସ୍ଥାରେ ରସେଲଙ୍କୁ କିଛିଟା ଆଶ୍ଚର୍ଯ୍ୟ ଲାଗିଥିଲା , ଯେତେବେଳେ ନେହରୁ ନିଜ ଜିଦ ଉପରେ ଅଟଳ ରହିଲେ । ଡିସେମ୍ବର 4, 1962 ରେ ନେହରୁ ଚିଠିରେ ରସେଲଙ୍କୁ ନିଜର ଅବସ୍ଥାନ ( Stand )ର କିଛି କାରଣ ଉଲ୍ଲେଖ କଲେ । ସେ ଲେଖିଥିଲେ “
There is such a strong feeling in India over the invasion by China that no Government can stand if does not pay some heed to it . A sense of national surrender and humiliation would result in a serious set back to all our efforts to build up the nation “
Nehru adds ” the popular upsurge all over India can be utilised for strengthening the unity and capacity for work of the nation . “

ରସେଲ ଲେଖିଛନ୍ତି ,ପ୍ରକୃତରେ ନେହେରୁ ନିଜର କଂଗ୍ରେସ ଦଳ ଭିତରୁ ଚାପର ସମ୍ମୁଖୀନ ହେଇଥିଲେ । ଯଦିଓ ଦଳ ଭିତରେ ବାମପନ୍ଥୀ ଗୋଷ୍ଠୀଙ୍କ ସମର୍ଥନ ତାଙ୍କ ପଛରେ ଥିଲା ତଥାପି ଚିତ୍କାର କରୁଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ସମର୍ଥନ ସଂଗ୍ରହ କରିବା ସମ୍ଭବ ନଥିଲା ।ତେଣୁ ଚୀନର Ceasefire ସତ୍ତ୍ୱେ ଆଲୋଚନା ପାଇଁ ନେହରୁ ସମୟକୁ ଅପେକ୍ଷା କରିଥିଲେ ।
ରସେଲ ନେହରୁ ସମ୍ମୁଖୀନ ହେଉଥିବା ପରିସ୍ଥିତି ପ୍ରତି ସହାନୁଭୂତି ରଖିଥିଲେ । ତା ପରବର୍ଷ ଲେଖିଥିଲେ, ” I can understand your envying me ,because a private person is not obliged to bear in mind the very complex considertions which beset a head of a state .”
ଏହା ସତ୍ତ୍ୱେ ରସେଲ ନେହେରୁଙ୍କ Stand ରେ ହତାଶ ହେଇଥିଲେ ।ମାର୍କିନ ଯୁକ୍ତରାଷ୍ଟ୍ର ଓ ବ୍ରିଟେନ ଦ୍ୱାରା
ଯୋଗା ଯାଇଥିବା ଅସ୍ତ୍ରଶସ୍ତ୍ର କୂଟନୀତିକୁ ନେଇ । ରସେଲଙ୍କ ଧାରଣା ହେଇଥିଲା ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ଏକ ନେତୃତ୍ବକାରୀ ଦେଶ ଭାବରେ ଭାରତର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଇଛି ।
ତଥାପି ରସେଲ ତାଙ୍କର ନୂଆ ଭାବରେ ଗଠନ ହେଇଥିବା Peace Foundation ମାଧ୍ୟମରେ 1963 ଗ୍ରୀଷ୍ମ କାଳରେ ନେହରୁ ଓ ଚାଓ ଏନ ଲାଇ ଙ୍କୁ ଭେଟିବା ପାଇଁ ଚିଠି ପଠେଇ ଥିଲେ । ଚୀନ ଭାରତ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରଚେଷ୍ଟା ଉଦ୍ୟମ ଶେଷ ପର୍ଯ୍ୟନ୍ତ ଅବ୍ୟାହତ ରଖିଥିଲେ । ଏପରି କି ବୃଦ୍ଧ ଅବସ୍ଥା ସତ୍ତ୍ୱେ ରାଜେନ୍ଦ୍ରକୁମାରଙ୍କ ଦ୍ଵାରା ପ୍ରଯୋଜିତ ଅମାନ ଚଳଚ୍ଚିତ୍ରରେ ପ୍ରାଥମିକ ଦୃଶ୍ୟରେ ଅଭିନୟ କରିଥିଲେ ( ତାଙ୍କର ପ୍ରଥମ ଓ ଏକମାତ୍ର ଅଭିନୟ )। ଏଥିପାଇଁ ଭାରତରୁ ପୂରା ସୁଟିଂ ଦଳ ଙ୍କୁ ନେଇ ରାଜେନ୍ଦ୍ର କୁମାର ଇଂଲଣ୍ଡ ଯାଇଥିଲେ ।

ରସେଲ ଲେଖିଛନ୍ତି, ପରିତାପର ବିଷୟ ଯେତେବେଳେ ନେହରୁ କଂଗ୍ରେସ ଭିତରେ ରହିଥିବା ଦକ୍ଷିଣ ପନ୍ଥୀ ଗୋଷ୍ଠୀଙ୍କ ବିରୁଦ୍ଧରେ ଦୃଢ଼ ମନୋଭାବ ପୋଷଣ କରି ଚୀନ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେତେବେଳେ ହିଁ ତାଙ୍କର ମଇ 27, 1964ରେ ମୃତ୍ୟୁ ହେଇଗଲା ଓ ଶେଷ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଶତ୍ରୁତା ବଢି ବଢି ଚାଲିଲା ।
ଚୀନ ଭାରତ ସୀମା ବିବାଦ ଉପରେ ସମସ୍ତ ଉଦ୍ୟମକୁ ସମ୍ମିଳିତ କରି ରସେଲ ଗୋଟିଏ ପୁସ୍ତକ ରଚନା କରିଥିଲେ -UN ARMED VICTORY ଯାହା ତାଙ୍କର ଆତ୍ମ ଜୀବନୀ ରେ ସ୍ଥାନିତ ହେଇଛି ।
2010 ମସିହାରେ A G Noorani ନିଜର ପୁସ୍ତକ India China Boundary Problem : ( 1846-1947 ) History And Diplomacy ରେ ଲେଖିଛନ୍ତି ଚାଓ ଏନ ଲାଇ ଙ୍କୁ ଅସମ୍ମାନ କରି ନେହରୁ ଆଲୋଚନାରୁ ଫେରେଇ ଦେବା ଘଟଣା ହିଁ 1962 ଭାରତ ଚୀନ ଯୁଦ୍ଧର ବୀଜ ବୁଣିଥିଲା।
ଯେଉଁ କଥା Un Armed Victory ରେ ରସେଲ ଉଲ୍ଲେଖ କରିଛନ୍ତି ଓ ପୂର୍ବରୁ ନେହେରୁଙ୍କୁ ବିଶ୍ୱର Great Democrat ଭାବରେ ରଖିଥିବା ଧାରଣା ତାଙ୍କର ଆହତ ହେଇଥିଲା ।
ତାହା ସତ୍ତ୍ୱେ ନେହେରୁଙ୍କ ଆକସ୍ମିକ ମୃତ୍ୟୁ ପରେ ରସେଲ ଲେଖିଥିଲେ – I dont believe his greatness is fully appreciated ,but I have every confidence that if mankind is allowed to survive , he will be recognized in a manner adequate to his stature . ( The Minority of One )

ବର୍ତ୍ତମାନ ଭାରତ, ପାକିସ୍ତାନ, ଚୀନ, ତୁର୍କୀ, ମଧ୍ୟପ୍ରାଚ୍ୟ, ଇସ୍ରାଇଲ, ଆମେରିକା, ରୁଷିଆ ୟୁକ୍ରେନ ଇତ୍ୟାଦିରେ ଯେଉଁ ସଂଘର୍ଷ, ଯୁଦ୍ଧ , ସଂଘର୍ଷ ପରିସ୍ଥିତି ସୃଷ୍ଟି ହେଇଛି, ଗୋଷ୍ଟି ଗୋଷ୍ଠୀ ହେଉଛନ୍ତି, ତାହାର ମଧ୍ୟସ୍ତି ହେବା ପାଇଁ ସେଭଳି କେହି ବ୍ୟକ୍ତିତ୍ୱ ନାହାଁନ୍ତି, ଯିଏ ଯୁଦ୍ଧ ବଦଳରେ ଦୃଢ଼ ଭାବରେ ଶାନ୍ତି ଓ ନ୍ୟାୟ ପଛରେ ଯୁକ୍ତି ରଖି ପାରିବେ ଓ ଅନ୍ୟମାନେ ତାହା ସ୍ୱୀକାର କରିବେ ।
ଏହାର କାରଣ ସମସ୍ତ ଦେଶର ଶାନ୍ତିକାମୀ ଜନତାଙ୍କୁ ଖୋଜିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *